ଓଡ଼ିଶା

ଖାଦ୍ୟ ସୁରକ୍ଷା ଯୋଜନାର ବିଚିତ୍ର ନୀତି , ୬ଜଣିଆ ପରିବାରରୁ ମିଳୁଛି ମାତ୍ର ଜଣକୁ ।

ଢେଙ୍କିକୋଟ, ତା୧୦/୦୮(ଓଡ଼ିଆ ପୁଅ / ବିରେନ୍ଦ୍ର କୁମାର) ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୩ ପ୍ରଣୟନ ସମୟରେ ହିତାଧିକାରୀ ଚୟନର ମାନଦଣ୍ଡ ନିର୍ଦ୍ଧାରଣ ସମୟରେ ବ୍ୟାପକ ବିଶୃଙ୍ଖଳା କାରଣରୁ ବହୁ ଯୋଗ୍ୟ ହିତାଧିକାରୀ ବାଦପଡି ଯାଇଛନ୍ତି । ଉପର ସ୍ତରରେ ତ୍ରୁଟି ଯୋଗୁଁ ଦୁଇବର୍ଷ ଧରି ରାସନ କାର୍ଡ ପାଇବାରୁ ବଞ୍ଚିତ ଗୋଟିଏ ପରିବାରର ଦୁଃଖ ଠାରୁ ଦୁଇମାସ ତଳେ କାର୍ଡ ପାଇବା ପରେ ଦୁଃଖ ଆହୁରି ବଢ଼ିଯାଇଛି । ସରକାରୀ ତ୍ରୁଟି ଯୋଗୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଡେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ମହନ୍ତ ମାଝୀ (୭୫) ପରିବାର ଦୀର୍ଘ ଦୁଇବର୍ଷର ପ୍ରତୀକ୍ଷା ପରେ ଦୁଇମାସ ତଳେ ରାସନକାର୍ଡ ପାଇଥିଲେ । ତେବେ ପରିବାରରେ ସ୍ତ୍ରୀ କୁନ୍ତଳା ମାଝୀ (୭୦), ପୁଅ ବିମଳ ମାଝୀ (୪୩), ବୋହୂ ହେମଲତା ମାଝୀ (୩୮), ଦୁଇନାତି ଚିପୁ ଓ ପପୁ ଥିବାବେଳେ ବୋହୂ ହେମଲତାଙ୍କ ନାମରେ ଆସିଥିବା ରାସନ୍ କାର୍ଡରେ କେବଳ ତାଙ୍କର ନାଁ ହିଁ ରହିଛି । ପଞ୍ଚାୟତଠାରୁ ବ୍ଲକ୍, ଡିଆରଡିଓ ଓ ଜିଲ୍ଲାପାଳଙ୍କଠାରେ ବହୁ ଆପତ୍ତି ଜଣାଇବା ପରେ ମିଳିଥିବା କାର୍ଡରେ ଅନ୍ୟ ପରିବାର ସଦସ୍ୟଙ୍କ ନାମ ନଥିବାରୁ ଏହି ଗରିବ ପରିବାରଟି ଶେଷରେ ନିରାଶ ହୋଇଛନ୍ତି । ଫଳରେ ଜଣକ ପାଇଁ ଚାଉଳ ଆଣିବାକୁ ସେମାନେ ଯାଉନାହାନ୍ତି । ଏ ସମ୍ପର୍କରେ ପିଇଓଙ୍କୁ ପଚାରିବାରୁ ସେମାନେ ଆଉଥରେ ଦରଖାସ୍ତ କରନ୍ତୁ ବୋଲି ସେ କହିଛନ୍ତି । ଏଣୁ ଜିଲ୍ଲାପାଳ ତୁରନ୍ତ ଏହି ଗରିବ ପରିବାରର ରାସନ୍ କାର୍ଡରେ ସଂଶୋଧନ କରାଇ ରାସନ୍ ସାମଗ୍ରୀ ପ୍ରଦାନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top