କୋରାପୁଟ

ଖାଦ୍ୟ କମିଶନ ସଦସ୍ୟାଙ୍କ ପଦ୍ମପୁର ଗସ୍ତ

କୋରାପୁଟ ; ତା୧୦-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରାଜ୍ୟ ଖାଦ୍ୟ କମିଶନ ସଦସ୍ୟା ତଥା କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କୋରାପୁଟ ବ୍ଲକ ପଦ୍ମପୁର ପଂଚାୟତ ଗସ୍ତ କରି ସାଧାରଣ ବଂଟନ ବ୍ୟବସ୍ଥା ଓ ଅଙ୍ଗନୱାଡି କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟର ଅନୁଧ୍ୟାନ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସେ ପଂଚାୟତ କାର୍ଯ୍ୟାଳୟରେ ପହଂଚି ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ବଂଟନ ଓ ହିତାଧିକାରୀ ତାଲିକା ସମ୍ପର୍କରେ ପଂଚାୟତ ନିର୍ବାହି ଅଧିକାରୀ ରାମନାଥ ପଣ୍ଡାଙ୍କୁ ପଚାରି ବୁଝିଥିଲେ। ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ଦିଆ ଯାଉଥିବା ଖାଦ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ଗସ୍ତ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ଅଧିକାରୀ, ଆଇସିଡିଏସ ସୁପରଭାଇଜର ବିନୋଦିନୀ ବେହେରା, ମମତା ମହାନ୍ତି, ପଦ୍ମପୁର ସରପଂଚ ଲକ୍ଷ୍ମି ହଂଜରିଆ ଓଅଙ୍ଗନୱାଡି କର୍ମୀ ଗାଙ୍ଗେଶ୍ୱରୀ ସାହୁ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top