ଓଡ଼ିଶା

ଖାଦାନରେ ଯୁବକର ମୃତ୍ୟୁ

ଖଇରା, ୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀ ଆରଆଇ ଅଧିନ ପାହାଡ ଅଂଚଳର ଦେଉଳ ଗଡିଆ ପଥର ଖାଦାନରେ ଗାଡିରେ ମେଟାଲ ଲୋଡ କରୁଥିବାବେଳେ ପଥର ମୁଣ୍ଡଉପରେ ପଡିଯିବାରୁ ତଳେପଡି ଚେତା ଶୁନ୍ୟ ହୋଇ ପଡିଥିଲେ। ପାଖରେଥିବା ଅନ୍ୟ ଲୋକମାନେ ସଂଗେ ସଂଗେ ତାକୁ ଅଗରପଡା ମେଡିକାଲକୁ ଚିକିତ୍ସାପାଇଁ ନେଇଥିଲେ। ଡାକ୍ତର ଚିକତ୍ସାକରି ଅବସ୍ଥା ଗୁରୁତର ଥିବାର ଜାଣି ଅଧିକ ଚିକିତ୍ସା ନିମନ୍ତେ କଟକଟ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରକାଶ ଥାଉକି ଗଡପୋଖରି ଅଂଚଳର କଟ ପରିଡାଙ୍କ ପୁଅ ପ୍ରପୁଲ୍ଲ ପରିଡା(୨୭) ଦୈନଦିନ ପରି ଆଜି ମଧ୍ୟ ଖାଦାନରେ ଗାଡି ଲୋଡ କରୁଥିଲାବେଳେ ହଠାତ ତାଙ୍କର ଏପରି ଦୁର୍ଘଟଣା ଘଟିଥିଲା। ପ୍ରକୃତ ଘଟଣା ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ ମୃତ ଘଟଣା ରହସ୍ୟ ଘେରରେ ବର୍ତ୍ତମାନ ସୁଦ୍ଧା ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top