ଓଡ଼ିଶା

ଖାତାରେ କେବେ ଆସିବ ୧୫ ଲକ୍ଷ? RTI ରେ ପ୍ରଶ୍ନ PMO ରୁ କ’ଣ ମିଳିଲା ଉତ୍ତର ପଡ଼ନ୍ତୁ …

ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ମୋହନ କୁମାର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୧,୦୦୦ ଏବଂ ୫୦୦ ଟଙ୍କାର ନୋଟ ବନ୍ଦ କରିବାର ୧୮ ଦିନ ପରେ ୨୬ ନଭେମ୍ବର, ୨୦୧୬ ରେ ଏକ ସୂଚନା ଅଧିକାର ଦରଖାସ୍ତ ଦାଖଲ କରିଥିଲେ, ଯେଉଁଥିରେ ସେ ଲୋକମାନଙ୍କର ଖାତାରେ ୧୫ ଲକ୍ଷ ଟଙ୍କା ଜମା ହେବାର ତାରିଖ ପଚାରିଥିଲେ।

ସୂଚନାଯୋଗ୍ୟଯେ, ୨୦୧୪ ର ଲୋକସଭା ନିର୍ବାଚନ ସମୟରେ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶୃତି ଦେଇଥିଲେ କି ସମସ୍ତଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଆସିବ। ଏହି ମାମଲାରେ ମୋହନ କୁମାର ଶର୍ମା ଏକ ଆରଟିଆଇ ନିୟମ ଅନୁଯାୟୀ ପ୍ରଶ୍ନ କରିଥିଲେ, ଯେଉଁଥିରେ ସେ ପଚାରିଥିଲେ କି ସେହି ଟଙ୍କା ତାଙ୍କ ଖାତାରେ କେବେ ଆସିବ। ଏହି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କେନ୍ଦ୍ରୀୟ ସୂଚନା ଆୟୋଗକୁ କହିଛନ୍ତିଯେ, ଆରଟିଆଇ ଆକ୍ଟ ଅନୁଯାୟୀ ଏପରି ସୂଚନାର ଉତ୍ତର ଆର୍ ଟି ଆଇ ଆକ୍ଟ ରେ ଦିଆଯାଇପାରିବ ନାହିଁ।

ଏହି ମାମଲାର ଶୁଣାଣି ସମୟରେ ଶର୍ମା ମୁଖ୍ୟ ସୂଚନା ଆଯୁକ୍ତ ଆର ମାଥୁରଙ୍କୁ କହିଥିଲେ କି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତାଙ୍କୁ ପୂରା ସୂଚନା ଦେଉନାହିଁ।

ଏହା ଉପରେ ଉତ୍ତର ଦେଇ ମାଥୁର କହିଛନ୍ତିଯେ, ‘ପିଏମଓ କହିଛନ୍ତି କି ମୋହନ କୁମାରଙ୍କ ଦ୍ଵାରା ମଗାଯାଇଥିବା ସୂଚନା ଆରଟିଆଈ ଆକ୍ଟର ସେକ୍ସନ 2(f) ଅନୁଯାୟୀ ସୂଚନାର ପରିଭାଷାରେ ଆସୁନାହିଁ।’

ଆରଟିଆଇ ଆକ୍ଟର ସେକ୍ସନ 2(f) ଅନୁଯାୟୀ ସୂଚନାର ଅର୍ଥ କୌଣସି ରେକର୍ଡ୍ସ, କାଗଜପତ୍ର, ମେମୋ, ଇମେଲ୍ସ, ରାୟ, ଉପଦେଶ, ପ୍ରେସ ରିଲିଜ, ସର୍କୁଲାର୍ସ, ଅର୍ଡର୍ସ, ଲଗବୁକ୍ସ, ରିପୋର୍ଟ୍ସ, ପେପର୍ସ, ନମୁନା, ମଡେଲ୍ସ, ଡାଟା ଏହି ସବୁ ହୋଇଥାଏ. ତା’ ବ୍ୟତୀତ କୌଣସି ବେସରକାରୀ ସଂସ୍ଥା ସହ ଜଡ଼ିତ ସୂଚନା ଯାହା ଆଇନ୍ ଅନୁଯାୟୀ ସରକାରୀ ବିଭାଗର ପରିସର ଅନ୍ତର୍ଭୁକ୍ତ ତା’ ଅନୁଯାୟୀ ଆସିଥାଏ। ମୁଖ୍ୟ ସୂଚନା ଆଯୁକ୍ତ ଆର ମାଥୁର PMO ଏବଂ RBI ଦ୍ଵାରା ଦିଆଯାଇଥିବା ଉତ୍ତରକୁ ସନ୍ତୋଷ ଜନକ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top