ଓଡ଼ିଶା

ଖାଉଟି ଅଦାଲତ ଦ୍ୱାରା ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦଣ୍ଡିତ

ବୌଦ୍ଧ, ୦୭ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଖାଉଟି ଅଦାଲତ ଦ୍ୱାରା ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦଣ୍ଡିତ ପରେ ଅର୍ଥ ଫେରସ୍ତ କରିଥିବା ଜଣାପଡିଛି। ମାମଲାରୁ ପ୍ରକାଶ ଯେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଆସିଷ୍ଟାଣ୍ଡ ଆଡମିନିଷ୍ଟ୍ରେଟିଭ ଇନ୍ସପେକଟର ଭାବେ ବୌଦ୍ଧ ଜିଲା ଚାରବାଟିର ପା୍ରଣବନ୍ଧୁ କର ଚାକିରି କରିଆସୁଥିଲେ। ଦୀର୍ଘ ୩୨ ବର୍ଷ ଚାକିରି କରିବା ପରେ ଶ୍ରୀ କର ଗତ ୩୦.୧୧.୨୦୧୨ ରେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ବ୍ୟାଙ୍କ କତ୍ତୃପକ୍ଷ ତାଙ୍କର ସବୁ ଅର୍ଥ ଦେଇଥିବାବେଳେ ଗ୍ରାଚୁଇଟି ଅର୍ଥ ଓ ୟୁଟିଲାଇଜ ଲିଭ ସାଲେରୀ ଅର୍ଥ ଦେଇନଥିଲେ। ଏନେଇ ଶ୍ରୀ କର ବାରମ୍ବାର ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଧା ବ୍ୟାଙ୍କ କତ୍ତୃପକ୍ଷ ତାଙ୍କ ପରିବାର ନାମରେ ଲୋନ ଅଛି କହି ଆଦୌ ଶୁଣିନଥିଲେ। ଏହା ପରେ ଶ୍ରୀ କର ନ୍ୟାୟ ପାଇଁ ଗତ୧୩.୩.୨୦୧୪ ରେ ବୌଦ୍ଧ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଖାଉଟି ଅଦାଲତ କେସ ନଂ (ସିସି ୭./୧୪ )ରେ ମାମଲାକୁ ବିଚାର କରିଥିଲେ। ଖାଉଟି ଅଦାଲତ ଏହି ମାମଲାରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ, ରେଜିଷ୍ଟା୍ରର କୋଅପରେଟିଭ ସୋସାଇଟି ଭୁବନେଶ୍ୱର ଓ କନ୍ଧମାଳ ଜିଲା ଟିକାବାଲି ସେବା ସମବାୟ ବ୍ୟାଙ୍କ ମେନେଜରଙ୍କୁ ପକ୍ଷଭୁକ୍ତ କରି ନୋଟିସ ଦେଇଥିଲୋ ନୋଟିସ ପାଇବା ପରେ ବ୍ୟାଙ୍କ ସଂପାଦକ ଓ ଅନ୍ୟ ପକ୍ଷ୍ୟମାନେ ଖାଉଟି ଅଦାଲତରେ ନିଜର ପକ୍ଷ ରଖିବା ସହ ଜବାବ ଦାଖଲ କରିଥିଲେ। ବୌଦ୍ଧ ଖାଉଟି ଅଦାଲତରେ ସଭାପତି ପଦ୍ମନାଭ ମହାକୁଲ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଗତ ୨୪.୧୧.୨୦୧୬ରେ ବ୍ୟାଙ୍କ ସଂପାଦକଙ୍କୁ ଦଣ୍ଡିତ କରିବା ସହ ଗ୍ରାଚୁଇଟି ଅର୍ଥ ଓ ୟୁଟିଲାଇଜ ଲିଭ ସାଲେରୀ ଅର୍ଥ ବାବଦକୁ ୫ଲକ୍ଷ ୪୫ ହଜାର ଟଙ୍କା ଦେବାକୁ ଆଦେଶ ପ୍ରଦାନ କରିଥିଲେ। କିନ୍ତୁ ଏହି ଆଦେଶକୁ ବିରୋଧରେ ବ୍ୟାଙ୍କ ସଂପାଦକ ରାଜ୍ୟ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ଖାଉଟି ଅଦାଲତରେ ସିଡି ଅପିଲ କେସନଂ ୫୩୬/୨୦୧୭ ହୋଇ ବିଚାର ହୋଇଥିଲା। ଏହି ମାମଲାରେ ରାଜ୍ୟ ଖାଉଟି ଅଦାଲତ ବୌଦ୍ଧ ଖାଉଟି ଅଦାଲତର ଆଦେଶକୁ କାଏମ ରଖିବା ସହ ବ୍ୟାଙ୍କ ସଂପାଦକଙ୍କ ଅପିଲକୁ ୬.୪.୧୮ରେ ଖାରଜ କରିଦେଇଥିଲେ। ଖାରଜ ପରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଶ୍ରୀ କରଙ୍କୁ ତାଙ୍କର ଗ୍ରାଚୁଇଟି ଅର୍ଥ ଓ ୟୁଟିଲାଇଜ ଲିଭ ସାଲେରୀ ଅର୍ଥ ବାବଦକୁ ୫ଲକ୍ଷ ୪୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଦୀର୍ଘ ୪ ବର୍ଷ ପରେ ଶ୍ରୀ କର ନ୍ୟାୟ ପାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top