ଖାଉଟିଙ୍କ ଚିନ୍ତା ବଢାଇଲାଣି ଆଳୁ ଦର

ଯାଜପୁର-୧୨/୫(ଓଡିଆ ପୁଅ/ଏ.ରାଉତ) ହଠାତ ଆଳୁର ଦର ଆକାଶ ଛୁଆ ହୋଇଯାଇଛି। ମାତ୍ର କିଛିଦିନ ତଳେ ଆଳୁ କିଲୋ ପ୍ରତି ୬ରୁ ୭ ଟଙ୍କା ଦରରେ ବିକ୍ରି ହେଉଥିଲାବେଳେ ଦୁଇ ଦିନ ତଳେ ତାହା ୧୬ ଟଙ୍କାରେ ବିକ୍ରି ହୋଇଥିଲା। ଆଜି ଆଳୁ କିଲୋ ପ୍ରତି ୧୮ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ହଠାତ ଆଳୁର ଏଭଳି ମୁଲ୍ୟ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି। ଗରିବ ଠାରୁ ଧନିକ ପର୍ଯ୍ୟନ୍ତ ସବୁ ପରିବାର ପାଇଁ ଆଳୁର ଆବଶ୍ୟକତା ରହିଥିଲାବେଳେ ଆଳୁର ଏଭଳି ମୂଲ୍ୟ ବୃଦ୍ଧି ସାଧାରଣ ଗରିବ ପରିବାରର ଚିନ୍ତା ବଡାଇ ଦେଇଛି। ମୂଲ୍ୟ ବୃଦ୍ଧି ସମ୍ପର୍କରେ ବ୍ୟବାସାୟୀ ମାନଙ୍କୁ ପଚାରିବାରୁ ଆମେ ଆଳୁ କିଣିଲା ବେଳେ ଅଧିକ ମୂଲ୍ୟ ଦେଇ କିଣୁ ଥିବାରୁ ସାମାନ୍ୟ କିଛି ଅଧିକା ପଇସା ନେଇ ଏହାକୁ ବିକ୍ରି କରିବାକୁ ବାଧ୍ୟ ହେଉଛୁ ବୋଲି କହିଥିଲେ। ଅନ୍ୟ ପକ୍ଷରେ ଆଳୁର ବଜାର ଦର ଆଗାମୀ ଦିନରେ ଆହୁରି ଅଧିକ ହେବ ବୋଲି ଜାଣି କିଛି ବ୍ୟବସାୟୀ ଅଧିକ ଲାଭ ଆଶାରେ ଏହାକୁ ଗଚ୍ଛିତ କରି ରଖି ଥିବାର ଅଭିଯୋଗ ମଧ୍ୟ ହେଉଛି। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଇ ଆଳୁର ମୁଲ୍ୟକୁ ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *