ଖାଉଟିଙ୍କ ଅଖିରେ ଲୁହ ପିଆଜ ୬୦କୁ ବିଲାତି ୬୦

ଯାଜପୁର-୨୭/୧୧(ଓଡିଆ ପୁଅ/ଏରାଉତ) : ଯୋଗାଣ ବିଭାଗ ନୀରବ ରହିବା କାରଣରୁ ଦିନକୁଦିନ ପିଆଜ ଓ ବିଲାତି ବାଇଗଣର ମୂଳ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । କିଛିଦିନ ତଳେ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ଆଜି ବଜାରରେ ପିଆଜ ୬୦ ଟଙ୍କା ଛୁଇଁଛି । ଏହା ସହିତ ବିଲାତି ଗତକାଲି ୫୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ଆଜି ୬୦ ଟଙ୍କାରେ ବିକ୍ରି ହେଉଛି । ବିଡମ୍ବନାର ବିଷୟ ଏହି ମୂଲ୍ୟରେ ତାରତମ୍ୟତା ରହୁନାହିଁ । ଆଜି କିଛି ଦୋକାନରେ ପିଆଜ ୫୦ ଟଙ୍କାରେ ବିକ୍ରି ହେଉଥିଲାବେଳେ କିଛି ଦୋକାନରେ ଏହା ୬୦ ଟଙ୍କାରେ କିଭଳି ବିକ୍ରି ହେଉଛି ତାହା ଖାଉଟି ମାନେ ପ୍ରଶ୍ନ ଉଠାଇଛନ୍ତି । ଏହା ପଛରେ ଜିଲା ଯୋଗାଣ ବିଭାଗର ନିଷ୍କ୍ରିୟତା ହିଁ ଦାୟୀ ବୋଲି ସାଧାରଣ ଖାଉଟି ଅଭିଯୋଗ ଉଠାଇଛନ୍ତି । ଯୋଗାଣ ବିଭାଗ ପିଆଜର ମୂଲ୍ୟ ପ୍ରତି ଦୃଷ୍ଟି ଦେଉନଥିବାରୁ ବ୍ୟବସାୟୀମାନେ ମନ ବୁତାବକ ମୂଲ୍ୟ ନେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲା ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *