ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା କୋଦଣ୍ଡଧର ସେବା ଫାଉଣ୍ଡେସନ

ଘଟଗାଁ, ୩୦.୦୬(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଅନ୍ତର୍ଗତ ବାଲିପୋଖରୀ ପଂଚାୟତର ଛୋଟରାୟପୁର ଗ୍ରାମର ଦରଜୀ ସାହିରେ ଏକ ଭଙ୍ଗା ଦଦରା ଘରେ ଭିନ୍ନକ୍ଷମ ଦସମା ମୁଣ୍ଡା ତାଙ୍କ ୪ ଛୁଆଙ୍କ ଘରେ ଅତି ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ତାଙ୍କୁ ଆଜିଯାଏ କୌଣସି ସରକାରୀ ସହାୟତା ଯୋଗାଇ ଦିଆଯାଇନଥିବା ଖବର ଓଡିଆ ପୁଅରେ ପ୍ରସାରଣ ପରେ ଘଟଗାଁର କୋଦଣ୍ଡଧର ସେବା ଫାଉଣ୍ଡେସନ ପକ୍ଷରୁ ତାଙ୍କ ସହାୟତା ଯୋଗାଇ ଦିଆଯାଇଛି। ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ରବି ନାରାୟଣ ଦେହୁରୀ ଓ ତାଙ୍କ ସହଯୋଗୀ ମାନେ ଦସମାଙ୍କ ଘରେ ପହଁଚି ତାଙ୍କ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହ ଦସମାଙ୍କ ଛୁଆ ମାନଙ୍କୁ ପୋଷକ ଯୋଗାଇ ଦେଇଛନ୍ତି। ଏଭଳି କାର୍ଯ୍ୟପାଇଁ ଗ୍ରାମବାସୀ ମାନେ ସେବା ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇବାସହ ଆମ ପ୍ରତିନିଧି ଏ ଖବର ପ୍ରସାରଣ କରି ତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିଥିବାରୁ ତାଙ୍କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ସୂଚନା ଯୋଗ୍ୟ ଯେ ଦସମାଙ୍କ ସ୍ୱାମୀ ୭ବର୍ଷ ପୂର୍ବେ ପରଲୋକ ହୋଇଥିବା ବେଳେ ତାଙ୍କ ତିନୋଟି ପୁଅ ଓ ଜଣେ ଝୀଅ ସହ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରିଆସୁଛନ୍ତି। ଏଥିସହିତ ଦିର୍ଘବର୍ଷ ହେବ ଦସମାଙ୍କ ଗୋଡରେ ଏକ ଅଜଣା ରୋଗ ମାଡି ବସିବାରୁ ସେ ଭିନ୍ନକ୍ଷମ ପାଲଟିଯାଇଛନ୍ତି। ତେବେ ଖୁବଶିଘ୍ର ତାଙ୍କୁ ସମସ୍ତ ସରକାରୀ ସହାୟତା ମିଳିବ ବୋଲି ସେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *