ଖବରକାଗଜ ବିତରକଙ୍କ ପିତୃ ବିୟୋଗ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକର ବିଶିଷ୍ଟ ଖବର କାଗଜ ବିତରକ ନଲେଜ ସେଣ୍ଟରର ପରିଚାଳକ ସେକ ଆସିଫ ଅଲ୍ଲୀଙ୍କ ପିତା ହାଜି ସେକ ଅବଦୁଲ ଜବ୍ ବାରଙ୍କ ଶୁକ୍ରବାର ରାତି ୧୨ଟା ୪୦୫ମିନିଟି ସମୟରେ ଦୋହାନ୍ତ ହୋଇ ଯାଇଛି। ସେ ଗତ ୩ ମାସ ଧରି ଅସୁସ୍ଥ ଥାଇ ଘରେ ଚିକିତ୍ସିତ ହେଉଥିଲେ। ସେ ଭଦ୍ରକ ମହାବିଦ୍ୟାଳୟରେ ଡେମୋନଷ୍ଟ୍ରେଟର ଚାକିରୀରୁ ଅବସର ନେବା ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ। ସେ ଭଦ୍ରକର ପ୍ରଥମ ଛାତ୍ର ଭାବେ ଆଲିଗଡ ମୁସ୍ ଲିମ ବିଶ୍ୱ ବିଦ୍ୟାଳୟରୁ ବିଏସ୍ ସି ପାଶ୍ କରିଥିଲେ। ସେ ମଧ୍ୟ ଚଉଦ ମହଲା ମୁସଲିମ ଜମାତର କୋଷାଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ମୃତ୍ୟୁ ସମୟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି ନାତୁଣୀ ଏବଂ ପରିବାର ଲୋକ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଆଜି ସକାଳେ ବହୁ ଗଣମାଧ୍ୟମ ପ୍ରତିନିଧି, ଚଉଦ ମହଲା ମୁସ୍ ଲିମ ଜମାତ ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ, ବରିଷ୍ଠ ବିଜେଡି ନେତା ଳକ୍ଷ୍ମୀ ମହାପାତ୍ର, ପୌରପାଳିକାର କାଉନସିଲର ଶେଷ ଦର୍ଶନ କରିଥିଲେ। ଦିନ ୨ଟା ବେଳେ ମଦିନା ମଇଦାନ ଠାରେ ନମାଜ ପାଠ ସହିତ ତାଙ୍କ ଶେଷ କୃତ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *