ଖନ୍ତାପଡ଼ା ପୋଲିସର ସଫଳତା ୩ଦିନରେ ୧୩ ୱାରେଂଟି ଗିରଫ, ଓ କୋର୍ଟ ଚାଲାଣ

ବାହାନଗା, ବାଲେଶ୍ୱର, ୧୨/୦୩ (ଓଡ଼ିଆ ପୁଅ / ଭାରତୀ ଦାସ)ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ଫାଣ୍ଡି ଓ ସେରଗଡ଼ ଫାଣ୍ଡି ଅଞ୍ଚଳରୁ ବିଭିନ୍ନ ମାମଲାରେ ଜଡ଼ିତ ୬ୱାରେଣ୍ଟି ୦୮ତାରଖରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ବହୁ ମାମଲାରେ ଜଡ଼ିତ ଥିବା ସେରଗଡ଼ ଅଞ୍ଚଳର ପ୍ରକାଶ ପରିଡ଼ା ଓ ରାମଚନ୍ଦ୍ର ମହାନ୍ତି, ଗୋପାଳପୁର ଫାଣ୍ଡି ଅଧିନ ବାଜିପୁର ଗ୍ରାମର ସୀତା ସେଠୀ, ରଘୁନାଥ ସେଠୀ, ଶ୍ରୀକାନ୍ତ ସେଠୀ, ରତ୍ନାକର ସେଠୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ନାମରେ ବହୁ ଦିନରୁ ୱାରେଣ୍ଟ ବାହାରି ଥିବାବେଳେ ପୋଲିସ ଆଖିରେ ଫେରାର ଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ସେହିପରି ଖନ୍ତାପଡ଼ା ଥାନା ସୁଠଙ୍ଗ ଗ୍ରାମର ୱାରେଣ୍ଟି ୦୯ତାରିଖ ରାତିରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବାର ଜଣାପଡ଼ିଛି। ୱାରେଣ୍ଟି ଜଣକ ହେଲେ ସନ୍ତୋସ ମୁଦୁଲିଙ୍କ ପୁଅ ରାଜା(୩୨)। ବହୁଦିନ ଧରି ରାଜା ମୁଦୁଲି ବିରୋଧରେ ୱାରେଣ୍ଟ ବାହାରି ଥିଲେ ବି ପୋଲିସ ଆଖିରେ ଫେରାର ରହିଥିଲା। ଗତ କାଲି ରାତିରେ ସେ ଘରେ ଥିବାର ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ଖନ୍ତାପଡ଼ା ପୋଲିସ ଚଢଉ କରି ଗିରଫ କରିଥିଲା। ସେହିପରି ୧୧ତାରିଖ ରାତିରେ ଗୋପାଳପୁର ଫାଣ୍ଡି ଓ ସେରଗଡ଼ ଫାଣ୍ଡି ଅଞ୍ଚଳରୁ ବିଭିନ୍ନ ମାମଲାରେ ଜଡ଼ିତ ୬ୱାରେଣ୍ଟି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବାର ଜଣାପଡ଼ିଛି। ସେରଗଡ଼ ଫାଣ୍ଡି ଅଧିନ ରଘୁବୀର ପାଟଣାର ଜଗଦୀଶ ପାତ୍ର ଓ କାଶୀପୁରର ଖଗେଶ୍ୱର ବାରିକ, ଗୋପାଳପୁର ଫାଣ୍ଡି ଅଧିନ ତାଳପଦା ଗ୍ରାମର ସୁଶାନ୍ତ ଦାସ, ଉପେନ୍ଦ୍ର ଦାସ, କମଳ ଲୋଚନ ଦାସ, ପ୍ରଦୀପ କୁମାର ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ନାମରେ ବହୁ ଦିନରୁ ୱାରେଣ୍ଟ ବାହାରି ଥିବାବେଳେ ପୋଲିସ ଆଖିରେ ଫେରାର ଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *