ଅନୁଗୁଳ

ଖଣି ଶ୍ରମିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ସି.ଆଇ.ଟି.ୟୁ ଲଢ଼େଇ ଜାରି ରଖିଛି

ତାଳଚେର, ୨୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଓଡିଶା କୋଲ ଫିଲଡସ୍ ୱାକର୍ସ ୟୁନିୟନ (ସି.ଆଇ.ଟି.ୟୁ.)ର ବାର୍ଷିକ ସମ୍ମିଳନୀ ତାଳଚେର ପ୍ରେସ୍ କ୍ଲବ୍ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ସି.ଆଇ.ଟି.ୟୁ.ର ସର୍ବ ଭାରତ ଉପସଭାପତି ସାଥି ବିଷ୍ଣୁ ମହାନ୍ତି, କୋଲ ଇଣ୍ଡିଆ ସେପ୍ଟି ବୋର୍ଡର ମେମ୍ବର ସାଥି ଜି.କେ. ଶ୍ରୀବାସ୍ତବ, ସି.ଆଇ.ଟି.ୟୁ.ର ରାଜ୍ୟ ସଭାପତି ସାଥି ଲମ୍ବୋଦର ନାଏକ, ଜିଲ୍ଲା ଜେନେରାଲ ସେକ୍ରେଟାରୀ ସାଥି ଉପେନ୍ଦ୍ର ଶର୍ମା, ଜିଲ୍ଲା ସଭାପତି ନାରଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମିଳନୀ ଆରମ୍ଭରେ ଶୋକ ପ୍ରସ୍ତାବ ଆଗତ ହୋଇ ପରେ କୋଇଲା ଫେଡେରେସନ୍ ର ସର୍ବଭାରତୀୟ ସମ୍ପାଦକ ଓ ୟୁନିୟନର ସାଧାରଣ ସମ୍ପାଦକ ସାଥି ଆନନ୍ଦ ଆଚାର୍ଯ୍ୟ ସମ୍ପାଦକୀୟ ରିପୋର୍ଟ ଉପସ୍ଥାପନ କରିଥିଲେ। ମହାନଦୀ କୋଲ୍ଫିଲଡ୍ ରେ ଘୋର ଦୁର୍ନୀତି ହେବାସହ ଶ୍ରମିକ ଶୋଷଣ କରାଯାଉଛି ତାହା ଅନୁତାପର ବିଷୟ ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ଶ୍ରମିକମାନଙ୍କ ସୁରକ୍ଷା ଓ ସେମାନଙ୍କର ମୌଳିକ ଅଧିକାର ପାଇଁ ସି.ଆଇ.ଟି.ୟୁ. ତାର ଲଢ଼େଇ ଜାରି ରଖିଛି। ୨୦୧୪ରୁ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର, ଆମେରିକା ଓ ଅନ୍ୟାନ୍ୟ ପୁଞ୍ଜିବାଦୀ ରାଷ୍ଟ୍ରର ସ୍ୱାର୍ଥ ରକ୍ଷା ପାଇଁ ନୀତି ଗ୍ରହଣ କରୁଛନ୍ତି। ଦେଶରେ ପୁଞ୍ଜିପତି ଆମ୍ବାନୀ, ଆଦାନୀ ଏବଂ ଅନ୍ୟାନ୍ୟ କର୍ପୋରେଟ୍ଙ୍କ ସେବାରେ ସରକାର ବ୍ୟସ୍ତ। ବିମୁଦ୍ରିକରଣ ଏବଂ ଜିଏସ୍ଟି ଲାଗୁ ଯୋଗୁଁ ଖାଦ୍ୟ ଶସ୍ୟଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତି ଆବଶ୍ୟକୀୟ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧର ଦାମ୍ ରେ ବୃଦ୍ଧି ଘଟିଛି। ସେହିପରି ପେଟ୍ରୋଲ, ଡିଜେଲ ଦାମ୍ ପ୍ରତି ଦିନ ବଢ଼ୁଅଛି। ଅପରପକ୍ଷରେ ଶ୍ରମିକମାନଙ୍କ ମଜୁରୀ ସେହିଭଳି ବଢ଼ୁନାହିଁ। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଥିବା ଶ୍ରମ ଆଇନ୍କୁୂ ମାଲିକମାନଙ୍କ ସପକ୍ଷରେ ପରିବର୍ତ୍ତନ କରାଯାଉଛି। ସମସ୍ତ ଆଇନ୍ ୪ଟି କୋର୍ଡରେ ପରିବର୍ତ୍ତନ କରାଯାଉଛି। ସ୍ଥାୟୀ ଶ୍ରମିକ ବଦଳରେ ଠିକାଦାରିକରଣ ଆଉଟ୍ ସୋର୍ସିଂ ଚାଲିଛି। ରାଷ୍ଟ୍ରାୟତ କୋଇଲାଶିଳ୍ପକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାପାଇଁ ଇ-ଅକ୍ସନ କରି କୋଇଲା ବ୍ଲକ୍ ନିଲାମ୍, ଅଂଶଧନ ବିକ୍ରି, ବାଣିଜ୍ୟିକ କୋଇଲା ଖାଦାନ ପାଇଁ ଅନୁମତି ପ୍ରଦାନ କରାଯାଉଛି।୧୯୭୩ ମସିହାରୁ ରାଷ୍ଟ୍ରାୟତ ଅଧିନସ୍ଥ ଦେଶର କୋଇଲା ଖଣିଗୁଡିକୁ ଘରୋଇ ମାଲିକମାନଙ୍କୁ ଦେଇ ଦେବା ପାଇଁ ସରକାର ଏବେ ତତ୍ପର ବୋଲି ସି.ଆଇ.ଟି.ୟୁ କାର୍ଯ୍ୟକର୍ତାମାନେ ବୈଠକରେ ଅଭିଯୋଗ କରିଥିଲେ। ଏତଦ୍ ବ୍ୟତୀତ କୋଇଲା ଖଣି ଶ୍ରମିକମାନଙ୍କ ସି.ଏମ୍.ପି.ଏଫ.କୁ ଇ.ପି.ଏଫ୍.ରେ ମିଶାଇ ଦେବା ପାଇଁ ଓ କର୍ମସିଆଲ ମାଇନସ୍ କାର୍ଯ୍ୟକାରୀ କରୁଥିବା ବିରୁଦ୍ଧରେ ସି.ଆଇ.ଟି.ୟୁ. ତାର ଲଢ଼େଇ ଜାରି ରଖିବା ତଥା ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସମ୍ମିଳନୀରେ ଗୃହୀତ ହେବା ସହିତ ଏ ସମସ୍ତ କାର୍ଯ୍ୟକାରୀ କରିବା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା। କମିଟିର ସଭାପତିଭାବେ ସାଥି ଜି.କେ ଶ୍ରୀବାସ୍ତବ, କାର୍ଯ୍ୟକାରୀ ସଭାପତି ସାଥି ବିଷ୍ଣୁ ମହାନ୍ତି, ସାଥି ଲମ୍ବୋଦର ନାୟକ, ଉପସଭାପତି ସାଥି କୈଳାସ ମହାରଣା, ସାଥି ବିରେନ୍ ପାଣି, ସାଥି ରମେଶ ଜେନା, ସାଥି ଉପନେ୍ଦ୍ର ଶର୍ମା, ସାଧାରଣ ସମ୍ପାଦକ ସାଥି ଆନନ୍ଦ ଆଚାର୍ଯ୍ୟ, ସମ୍ପାଦକ ସାଥି ଗୌରୀ ଶଙ୍କର ପାତ୍ର, ସାଥି ଏ ବର୍ଦ୍ଧନ, ସାଥି ଗୋବିନ୍ଦ ମହାନ୍ତି, ସାଥି ସୁଜନ ସାହୁ, ସାଥି ନରେଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସାଥି ରାଉତରାୟ ଭୂତିଆ, ସହ-ସମ୍ପାଦକ ସାଥି ଆଦିତ୍ୟ ଗଡନାୟକ, ସାଥି ସଞ୍ଜୟ କୁମାର ସାହୁ, ସାଥି ସୁନିଲ୍ କୁମାର ସାହୁ ପ୍ରମୁଖ ମନୋନୀତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top