ଖଣି ପକ୍କାଘର ଆବେଦନ ପାଇଁ ସରପଞ୍ଚଙ୍କ ଅଭିନବ ପଦକ୍ଷେପ, ଘରଘର ବୁଲି ଆବେଦନ ଫର୍ମ ବାଣ୍ଟିଲେ

ହାଟଡ଼ିହି, ୬/୯/ (ଓଡ଼ିଆ ପୁଅ) ବ୍ଲକକୁ ଆସୁଥିବା ସ୍ୱତନ୍ତ୍ର ଖଣି ପକ୍କାଘର ଯୋଜନା ରେ ଯେପରି କେହି ଗରିବ ଓ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ନପଡିବେ ସେନେଇ ହାଟଡିହି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅନୁସୟା ସେଠୀ ଗୁରୁତ୍ୱାରୋପ କରିଛନ୍ତି। ସେ ଏଥିପାଇଁ ଏକ ଅଭିନବ ଉପାୟରେ ଘରଘର ବୁଲି ହିତାଧିକାରୀଙ୍କ ଘର ତନଖି କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆବେଦନ କରିବା ପାଇଁ ଖଣି ପକ୍କାଘର ଫର୍ମ ବଣ୍ଟନ କରିଛନ୍ତି। ଶ୍ରୀମତୀ ସେଠୀ ଆଜି ପଞ୍ଚାୟତର କର୍ମଚାରୀ ଓ ୱାର୍ଡସଭ୍ୟ ସଭ୍ୟା ମାନଙ୍କୁ ଧରି ମଠ, କୁଣ୍ଡିସାହି ଗ୍ରାମ ପରିକ୍ରମା କରି କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ଫର୍ମ ପ୍ରଦାନ କରିଛନ୍ତି। ଏଥି ସହିତ ମାନସିକ ବିକଳାଙ୍ଗ, ଶାରିରୀକ ଅକ୍ଷମ, ୩୦ବର୍ଷରୁ ଉର୍ଦ୍ଧ ଅବିବାହିତ ଝିଅ ଓ ଛାଡପତ୍ର ପ୍ରାପ୍ତ ମହିଳା ମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ଫର୍ମ ପ୍ରଦାନ କରିଛନ୍ତି। ତାଙ୍କ ସହିତ ସମାଜସେବୀ କଳ୍ପତରୁ ସେଠୀ, ପି.ଇ.ଓ ଶରତ କୁମାର ବେଜ, ଜି.ଆର.ଏସ ବିକାଶ ଜେନା, ନାଏବ ସରପଞ୍ଚ ମଧୁସୁଦନ ଘଡେଇ, ଜଗନ୍ନାଥ ନାୟକ, ବିଶ୍ୱନାଥ ସାହୁ, ଚନ୍ଦ୍ରଧ୍ୱଜ ସାହୁ, ସନ୍ଦିପ କୁମାର ପାତ୍ର, ଜୟଦେବ ଚକ୍ର, କୈଳାଶ ପାତ୍ର, ସୁର ଜେନା, ଲିପୁନୁ ପୃଷ୍ଟି, ୱାାର୍ଡ ସଭ୍ୟ ସଞ୍ଜୁଲତା ନାୟକ, ସରୋଜିନୀ ରାଉତ, କୃଷ୍ଣଚନ୍ଦ୍ର ରାଉତ, ପଦ୍ମନାଭ ମହଲା, ଜିତେନ୍ଦ୍ର ସାହୁ, ବିଜୟ କୁମାର ବିଶ୍ୱାଳ, ପ୍ରଦୀପ କୁମାର ଜେନା, ଉପେନ୍ଦ୍ର ମହଲା, ପ୍ରଶାନ୍ତ ମହଲା, ଶଙ୍ଖାଳି ନାୟକ, ପ୍ରମୁଖ ସାମିଲ ହୋଇ ଘରଘର ବୁଲି କିପରି ହିତାଧିକାରୀ ମାନେ ତୁରନ୍ତ ଆବେଦନ କରିବେ ସେନେଇ ସଚେତନ କରାଇଥିଲେ। ଏଥି ସହିତ ବିଦ୍ୟୁତ ସଂଯୋଗ ନେଇ ନଥିବା ପରିବାର ଗୁଡିକୁ କୌଶଲ୍ୟା ଯୋଜନାରେ ସାମିଲ କରାଇବା ପାଇଁ ସରପଞ୍ଚ ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *