ଖଣି ଖାଦାନ ଶ୍ରମିକଙ୍କ ରୋଗ ପରୀକ୍ଷା ପରେ ମିଳିବ ମାଗଣା ଔଷଧ

ଯାଜପୁର-୨୦/୭(ଓଡିଆ ପୁଅ/ଏ.ରାଉତ) ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ ରୋଗାକ୍ରାନ୍ତ ଶ୍ରମିକଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯିବ । ଏଥିପାଇଁ ଶ୍ରମିକ ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଛି ବୋଲି ଧର୍ମଶାଳା ତହସିଲଦାର ପ୍ରଭାସ କୁମାର ବେହୁରା ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ କେନ୍ଦ୍ର ସରକାରଙ୍କ ଖଣି ବିଭାଗ ପକ୍ଷରୁ ଆସନ୍ତା ୨୪ ତାରିଖରେ କଳିଙ୍ଗ ନଗରସ୍ଥିତ ଟାଟାଷ୍ଟିଲ୍ ହସ୍ପିଟାଲ ରେ ଶ୍ରମିକମାନଙ୍କ ସିଲିକୋସିସ ରୋଗ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯିବ । ଏଥିପାଇଁ ଧର୍ମଶାଳା ତହସିଲ ଅଧିନସ୍ଥ ୭୨ଟି ଖାଦାନ ମଧ୍ୟରୁ ଆଜି ସୁଦ୍ଧା ୧୮ଗୋଟି ଖାଦାନର ୧୨୦ ଜଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି । ୨୪ ତାରିଖ ପୂର୍ବରୁ ଅବଶିଷ୍ଟ ଖାଦାନର ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଧର୍ମଶାଳା ତହସିଲଦାର ଶ୍ରୀ ବେହୁରା ସୂଚନା ଦେଇଛନ୍ତି । ପ୍ରଥମଥର ପାଇଁ ଖଣି ଖାଦାନ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *