ଖଣି କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ନିମନ୍ତେ ଆର.ପି.ଡି.ଏ.ସି ବୈଠକରେ ବିଧାୟକଙ୍କ ଗୁରୁତ୍ୱାରୋପ

ତାଳଚେର,୧୬/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ୧୫ ତାରିଖରେ ଅନୂଗୋଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏମ୍.ସି.ଏଲ୍.ର ୧୦ମ ଥଇଥାନ ଓ ପାରିପାଶ୍ୱିର୍କ ଉନ୍ନୟନ ପରାମର୍ଶଦାତା କମିଟି(ଆର.ପି.ଡି.ଏ.ସି) ବୈଠକରେ ତାଳଚେରର ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କ ବହୁବିଧ ସମସ୍ୟାର ସମାଧାନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଉତରାଂଚଳ ରାଜସ୍ୱ କମିସନର ତଥା ଆର.ପି.ଡି.ଏ.ସି.ର ଅଧ୍ୟକ୍ଷ ଡି.ଭି.ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆର.ପି.ଡି.ଏ.ସି ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କର ଦାବୀଗୁଡ଼ିକ ଯେପରି ଅଗାଧିକାର ଭିତିରେ ସମାଧାନ କରାଯାଇପାରିବ ତଥା ନିଯୁକ୍ତି,କ୍ଷତିପୂରଣ,ସମସ୍ୟାଗୁଡ଼କିର ସମାଧାନ ଉପରେ ଶ୍ରୀ ପ୍ରଧାନ ଧ୍ୟାନ ଆକର୍ଷଣ କରିଥିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ପୁନର୍ବାସ ଓ ଥଇଥାନ ନୀତି-୨୦୦୬ କୁ ଏମ୍.ସି.ଏଲ୍.ର ୧ମ ବୈଠକରେ ଭୁଲ ତର୍ଜମା କରାଯାଇଥିଲା । ଏଣୁ ଦୀର୍ଘ ୧୨ବର୍ଷ ହେବ ଏହାକୁ ସମ୍ପୂର୍ଣ୍ଣଭାବେ ଲାଗୁ କରାଯାଇ ପାରିନଥିଲା । ରାଜ୍ୟ ସରକାର ଗତ ତା୧୫.୧୨..୨୦୧୭ରିଖରେ ଏକ ସଂଶୋଧିତ ବିଜ୍ଞପ୍ତ ଜାରି କରି ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଅନୁଷ୍ଠିତ ଆର.ପି.ଡି.ଏ.ସି ବୈଠକରେ ଉକ୍ତ ଆର ଆଣ୍ଡ ଆର ପଲିସିକୁ ଏମ୍.ସି.ଏଲ କର୍ତୃପକ୍ଷ ଲାଗୁ କରିବାକୁ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ଏମ୍.ସି.ଏଲ୍. ଦ୍ୱାରା ବିସ୍ଥାପିତ ୯ଟି ଗ୍ରାମର ପରିବାରବର୍ଗ ୨୦୦୬ ନୀତି ଅନୁସାରେ ପ୍ଲଟ କିମ୍ବା କ୍ଷତିପୂରଣ ପାଇନାହାନ୍ତି । ସେହି ପରିବାରରେ ଥିବା ନାବାଳକମାନେ ବର୍ତମାନ ସାବାଳକ ଥିବାରୁ ସେମାନଙ୍କୁ ନିଯୁକ୍ତି ଦେବାକୁ ଶ୍ରୀ ପ୍ରଧାନ ଦାବୀ କରିଥିଲେ । ବହୁ ସମୟ ଆଲୋଚନା ପରେ ୨୦୦୬ ନୀତି ଅନୁସାରେ ବିସ୍ଥାପନ ବର୍ଷର ପ୍ରଥମ ଜାନୁଆରୀକୁ କଟ୍ ଅଫ୍ ଡେଟ୍ ଭାବେ ଗ୍ରହଣ କରାଯିବା,ପୁନର୍ବାସସ୍ଥଳୀର ନିର୍ମାଣ ପାଇଁ ଜାଗାର ଅଭାବ ଯୋଗୁଁ ଜମି ବାବଦକୁ ୬ଲକ୍ଷ ବଦଳରେ ୧୬ଲକ୍ଷ ଟଙ୍କାକୁ ବୃଦ୍ଧି,କଣ୍ଢାଳ ଗ୍ରାମକୁ ସମ୍ପୂର୍ଣ୍ଣ ଅଧିଗ୍ରହଣ,ନିଯୁକ୍ତି ବଦଳରେ ଦିଆଯାଉଥିବା ଅର୍ଥରାଶିକୁ ୧୬ଲକ୍ଷରୁ ୩୨ଲକ୍ଷ ବୃଦ୍ଧି,୯୩ଜଣ ନାତିଙ୍କ ମଧ୍ୟରୁ ୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବଳକାଙ୍କୁ ନିଯୁକ୍ତି ପାଇଁ ପୁର୍ନବିଚାର କରାଯିବା,୧ମ ପର୍ଯ୍ୟାୟ ଜମି ଅଧିଗ୍ରହଣରେ ସ୍ୱାମୀ ଚାକିରୀ ପାଇଥିବାବେଳେ ୨ୟ ପର୍ଯ୍ୟାୟ ଅଧିଗ୍ରହଣରେ ସ୍ତ୍ରୀକୁ ଚାକିରୀ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ଏମ୍.ସି.ଏଲ.କୁ ପରାମର୍ଶ,ଜାମ୍ବୁବାହାଳୀର ୨୭ଜଣଙ୍କ ନିଯୁକ୍ତି,ବଲଣ୍ଡାର ୨୭ଜଣଙ୍କ ନିଯୁକ୍ତି ସମେତ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଗ୍ରାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ଆରଡିସି ଏମସିଏଲକୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି କୋଲ କୋରିଡର ରାସ୍ତା ଯୋଗୁଁ ଧୂଳିଧୂଆଁ ଜନିତ ସମସ୍ୟାରୁ ତାଳଚେର ସହରକୁ ସୁରକ୍ଷା ନିମନ୍ତେ ଲିଙ୍ଗରାଜ ରେଲୱେ ସାଇଡିଂଠାରୁ ବହ୍ଲର ପର୍ଯ୍ୟନ୍ତ ଏକ ନୂଆ ଓଭରବି୍ରଜ ନିର୍ମାଣ କାର୍ଯ୍ୟ ଏମ୍.ସି.ଏଲ ସମେତ କୋଇଲା ନେଇଥିବା ବିଭିନ୍ନ କମ୍ପାନୀଗୁଡ଼ିକ ବହନ କରିବା,ତାଳଚେର ରାଣୀ ପାର୍କକୁ ପ୍ରାଚୀର ଦ୍ୱାରା ବେଷ୍ଟନୀ କରାଯାଇ,ତନ୍ମଧ୍ୟରେ ଏକ ୱାଟର ଫାଉଂଟେନ ପ୍ରତିଷ୍ଠା,ସମଲ ଆନିକଟରୁ ପାଇପ ଯୋଗେ ତାଳଚେର ଗ୍ରାମାଂଚଳ ଓ ସହରାଂଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୪୧୯କୋଟିର ଡିପିଆର ପ୍ରସ୍ତୁତି,ଏଫ୍.ସି.ଆଇଠାରୁ ବଲଣ୍ଡା ପର୍ଯ୍ୟନ୍ତ ରାସ୍ତାର ପୁନଃରୁଦ୍ଧାର ଆଦି ଉପରେ ସହମତି ପ୍ରକାଶ ପାଇଥିବାର ବିଧାୟକ ପ୍ରକାଶ କରିଥିଲେ । ଏମ୍.ସି.ଏଲ ଯଦି ଅଗ୍ରାଧିକାର ଭିତିରେ କୋଇଲାଖଣି କ୍ଷତିଗ୍ରସ୍ତ,ପ୍ରଭାବିତଙ୍କ ସମସ୍ୟା ଓ ଦାବୀକୁ ପୂରଣ କରେ ତେବେ ଖଣି ଅଂଚଳରେ ବାରମ୍ବାର ବନ୍ଦ ଆନେ୍ଦାଳନ ହେବନାହିଁ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ତାଳଚେର ସୁରକ୍ଷା ମଂଚ ସଭାପତି ମୁରଲୀଧର ସାହୁ,ରାଜେଶ ଦାସ,ଆସିଫ୍ ଖାନ୍,ଲିପୁନା ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *