ଖଣି ଅଞ୍ଚଳରେ ପ୍ରଥମ ରାହାଗିରି ଉତ୍ସବ

ଯୋଡା, ତା ୨୬.୦୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରବିବାର ଦିନ ଯୋଡା ସହରରେ ପ୍୍ରଥମ ରାହାଗିରି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ରାଲି ଏଫଏପି ପ୍ଲାଣ୍ଟ ସମ୍ମୁଖରୁ ବାହାରି ଯୋଡା ବସ୍ ଷ୍ଟାଣ୍ଡରେ ପହଞ୍ଚôଥିଲା । ଶହ ଶହ ସଂଖ୍ୟାରେ ମହିଳା ପୁରୁଷ, ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନ କର୍ମଚାରୀ, ଯୋଡା ବିକାଶ ପରିଷଦର କର୍ମକର୍ତ୍ତାମାନେ ଉତ୍ସବରେ ଯୋଗଦେଇଥିଲେ । ମହିଳାମାନଙ୍କ ଦ୍ୱାରା ଚିତା, ଝୋଟି, ମୁରୁଜ ପକାଇବା ପ୍ରତିଯୋଗିତା ହୋଇଥିଲା । ଅଞ୍ଚଳର ବହୁ ପ୍ରତିଭାବାନ ନୃତ୍ୟଶିଳ୍ପୀଙ୍କ ସମେତ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ପୌରପାଳିକା ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଉକ୍ତ ଉତ୍ସବରେ ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଯୋଡା ପୌରପାଳିକା ଅଧ୍ୟକ୍ଷା ମଞ୍ଜୁଳା ପାତ୍ର, ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *