ଆମ ପର୍ବ ପର୍ବାଣୀ

ଖଡିଆ ସମ୍ପ୍ରଦାୟର ନିଆରା ରଜପର୍ବ

ବେତନଟୀ, ମୟୂରଭଞ୍ଜ ୧୫/୬ (ଓଡ଼ିଆ ପୁଅ/ମନୋଜ କୁମାର ମହାନ୍ତ) ଓଡିଶାର ପୁରପଲ୍ଲୀରେ ରଜପର୍ବ ବହୁ ଆଡମ୍ୱରରେ ପାଳିତ ହୋଇଥାଏ। ରଜପର୍ବ ତିନି ଦିନ ଧରି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଖଡିଆ ସମ୍ପ୍ରଦାୟ ଏହାକୁ ଏକ ନିଆରା ଢଙ୍ଗରେ ପାଳନ କରୁଥିବାର ଦେଖାଯାଏ। ଏହି ସମ୍ପ୍ରଦାୟ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ଥିବା ଗାଙ୍ଗଳାପାଳ, ପଥରଚକୁଳି, ନୟାବସନ୍ତପୁର, ବଡବିଲ୍ଲା, ବଡଯୋଡ, ରାଇଡିହା, ଢେଙ୍କିନେଞ୍ଜା, ବାଉଁଶବଣୀ, କେନ୍ଦୁଛାଟିଆ, ଖଡିଶୋଳ, ଆହରୀ, ବଡଜାମବଣୀ, ଚାନ୍ଦୁଆ ଏବଂ ଅନ୍ୟ ସ୍ଥାନରେ ଦେଖାଯାଇଆନ୍ତି। ପହିଲିରଜରେ ରଜ ଦୋଳିକୁ ଗ୍ରାମର ମୁଖିଆ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରନ୍ତି। ଗ୍ରାମର କୁମାରୀ ମାନେ ରଜ ଗୀତଗାଇ ଦୋଳିରେ ଝୁଲନ୍ତି। କୁମାରୀ ଯୁବତୀ ମାନଙ୍କ ସହିତ ଦୋଳି ଖେଳିବାକୁ ତାଙ୍କ ସମ୍ପ୍ରଦାୟର ଯୁବକ ମାନେ ଆସିଥାଆନ୍ତି। ଯୁବତୀ ମାନେ ଅନ୍ୟ ଗ୍ରାମରୁ ଆସିଥିବା ଯୁବକ ମାନଙ୍କୁ ଅତିଥିର ସମ୍ମାନ ପ୍ରଦାନ ପୂର୍ବକ ନିଜେ ଅର୍ଥ ଯୋଗାଡ କରି ତାଙ୍କର ରହିବା ଖାଇବା ବ୍ୟବସ୍ଥା କରିଥାଆନ୍ତି। ଗୋଟିଏ ଗ୍ରାମର ଯୁବକ ମାନେ ଅନ୍ୟ ଗ୍ରାମରେ ଯାଇ ସେଠାକାର ଯୁବତୀ ମାନଙ୍କ ସହିତ ଗୀତ ପ୍ରତିଯୋଗୀତା କରି ଜିତିଲେ, ହାରିଯାଇଥିବା ଯୁବତୀଙ୍କୁ ବିବାହ କରିବାର ପ୍ରଥା ରହିଛି। ସେହିପରି ଯଦି ଯୁବକ ରଜ ଗୀତ ପ୍ରତିଯୋଗୀତା ବା ବାଦି ରେ ହାରିଯାଏ ସେହି ଗ୍ରାମର ଯୁବତୀ ତାଙ୍କୁ ଘରଜୋଇଁଆ କରିବା କଥା ଏହି ସମ୍ପ୍ରଦାୟର ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ବଡଜାମବଣୀ ୱାଡ ସଭ୍ୟ କାଶିନାଥ ଦେହୁରୀ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top