ad
ଜିଲ୍ଲା ପରିକ୍ରମା

ଖଡିଆଳ ସାପ୍ତାହିକ ବଜାର ନିମ୍ନମାନର କାମ, ତଦନ୍ତ ଦାବି

ଖଡିଆଳ/ନୂଆପଡା-୧୩.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲାର ମୁଖ୍ୟ ସହର ହେଉଛି ଖଡିଆଳ। ଖଡିଆଳ ଅଂଚଳର ଜନସାଧାରଣଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଏକାଠି ହୋଇ ଜିନିଷପତ୍ରର କିଣାବିକା କରିବା ପାଇଁ ସାପ୍ତାହିକ ବଜାର ସ୍ଥାନୀୟ ହାଟପଦାଠାରେ ଅବସ୍ଥିତ ହୋଇଛି। ହେଲେ ଏହି ସାପ୍ତାହିକ ବଜାରର ରକ୍ଷାଣାବେକ୍ଷଣ ଅଭାବ ସାଙ୍ଗକୁ ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ଉଭୟେ କେତ୍ରା ଓ ବିକ୍ରେତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହି ସାପ୍ତାହିକ ବଜାରର ଦୂରବସ୍ଥା କୁ ସୁଧାରିବା ପାଇଁ ଏନ.ଏ.ସି ପକ୍ଷର ୨୫ ରୁ ୨୬ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ନାମଫଳକ ନଥିବାର ଦେଖିବାକୁ ମିଲିଛି।ନୂଆପଡା ଜିଲ୍ଲାର ବହୁପୁରୁଣା ତଥା ସର୍ବବୃହତ ସାପ୍ତାହିକ ବଜାର ହେଉଛି ଶୁକ୍ରବାର ଦିନରେ ବସୁଥିବା ଖଡିଆଳ ବଜାର। ଖଡିଆଳ ସହର ନୂଆପଡା ଜିଲ୍ଲାର କେନ୍ଦ୍ରବିନ୍ଦୁରେ ରହିଥିବା ହେତୁ ଏହି ସାପ୍ତାହିକ ବଜାର ଉପରେ ଅଂଚଳର ହଜାର ହଜାର ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିିଣିବା ପାଇଁ ନିର୍ଭର କରିଥାନ୍ତି। ଏହି ବଜାର ବିଶେଷ ଭାବରେ ଗୋରୁ ଓ ଛେଳି କିଣାବିକା ପାଇଁ ପ୍ରସିଦ୍ଧି ଲାଭ କରିଛି ହେଲେ ଏଠରେ ଗ୍ରାହକ ମାନଙ୍କ ପାଇଁ କିଛି ସୁବିଧା ନାହିଁ। ଏଠାରେ ଗୋରୁ ଓ ଛେଲି ବଜାର ସମେତ ପନିପରିବା, ମାଛ, ମସଲା, କୃଷିପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ସମେତ ସମ୍ବଳପୁରୀ କପଡା ମଧ୍ୟ ବିକ୍ରି ହୋଇଥାଏ ହେଲେ ବର୍ଷା ପଡିଲେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଜାଗା ନାହିଁ। ଏହି ସାପ୍ତାହିକ ବଜାର ଖଡିଆଳ ଏନ୍.ଏ.ସି କର୍ତ୍ତୃପକ୍ଷ ଓ ନିୟନ୍ତ୍ରିତ ବଜାର କମିଟୀ (ଜ.ଗ.ଉ) ପାଇଁ ଆୟର ଏକ ମାଧ୍ୟମ ଅଟେ। ହେଲେ ଦୋକାନୀଙ୍କ ପାଇଁ ବିନା କବାଟରେ ଦୁକାନ ଥବାରୁ ଅସୁବିଧାର ସମ୍ମୁଖିନ ହେଉଛନ୍ିତ। ଛାତର ବ୍ୟବସ୍ଥା ନଥିବାରୁ ବର୍ଷା ଦିନରେ ଉଭୟ ଦୋକାନୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ପାନୀୟ ଜଳର ଅଭାବ ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶ ରହିଥିବା ବେଳେ ଏହି ବଜାରକୁ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମିରହି କାଦୁଅ ଭରପୂର ହୋଇରହିଛି। ଏହି ସାପ୍ତାହିକ ବଜାରର ଏଭଳି ଅବ୍ୟବସ୍ଥା ଯୋଗୁଁ ବ୍ୟବସାୟୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।ଖଡିଆଳ ସହରର ସାପ୍ତାହିକ ବଜାର ବହୁପୁରୁଣା ହୋଇଥିଲେ ହେଁ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି। ଗତ କିଛି ବର୍ଷ ତଳେ ଏଠାରେ ଆରଏମସି ଖଡିଆଳ ତରଫରୁ ମାର୍କେଟ କମକ୍ଲେସ୍ ନିର୍ମାଣ ସାଙ୍ଗକୁ ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡାମାନେ ମଧ୍ୟ ତିଆରି କରାଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମାର୍କେଟ କମପ୍ଲେକସଗୁଡିକ ଭାଙ୍ଗି ଏବେ ଭୂତକୋଠିରେ ପରିଣତ ହୋଇପଡିଛି। ଅପରପକ୍ଷେ ଖଡିଆଳ ଏନ୍.ଏ.ସି କର୍ତ୍ତୃପକ୍ଷ ଓ ଆରଏମଏସି ମିଳିତ ଭାବରେ ସାପ୍ତାହିକ ବଜାରକୁ ଆସିଥିବା ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରୁଥିଲେ ହେଁ ଏହାର ଆନୁସାଙ୍ଗିକ ସୁବ୍ୟବସ୍ଥା ପାଇଁ ସେତିକି ତତ୍ପରତା ଦେଖାଉନଥିବାରୁ ଗ୍ରାହକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଡିଆଳ ସାପ୍ତାହିକ ବଜାରରେ ଟିକସ ଅଦାୟ ନାଁରେ ଏନ୍.ଏ.ସି ଓ ଆରଏମଏସି କର୍ତ୍ତୃପକ୍ଷ ବ୍ୟବସାୟୀଙ୍କୁ ଲୁଟ୍ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଖଡିଆଳ ଏନ୍.ଏ.ସିର ଅଧ୍ୟକ୍ଷା ଖୁଳଣା ବେହେରା ସାପ୍ତାହିକ ବଜାର ର ଦୁର୍ନିତି ହୋଇଥିବା କଥଅ ମୁଁ ଜାଣିନି ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ। ବିଜ୍ଞାପିତ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ କିଶୋର କୁମାର ସାହୁ ଙ୍କୁ ଯୋଗାଜୋଗ କରିବାରୁ ଏ ବିଷୟରେ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କଲେ। ଏହାପ୍ରତି ଜିଲ୍ଲା ପ୍ରସାସନ ଦୃଷ୍ଟି ଦେବାକୁ ହାଟପଦା ବାସି ଅଭିଯୋଗ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top