ଓଡ଼ିଶା

ଖଡିଆଳ ସହରରେ ଛତୁ ଫୁଟିଲା ଭଳି ମଦକୋଠୀ, ଅବକାରୀ ବିଭାଗ ନିରବ

ଖଡିଆଳ/ନୂଆପଡା-୧୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲାର ଖଡିଆଳ ସହରରେ ଛତୁ ଫୁଟିଲା ଭଳି ମଦକୋଠି ରହିଥିବା ବେଳେ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ସହରର ୧୩ ଗୋଟି ୱାର୍ଡର ବିଭିନ୍ନ ସ୍ଥାନରେ ବେଆଇନ ମଦକୋଠୀ ରହିଥିବା ଜଣାପଡିଛି। କିନ୍ତୁ ଏହି ମଦକୋଠୀ ଉପରେ ପ୍ରଶାସନର ନଜର ପଡୁନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କ ନିୟମ ମୁତାବକ ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନ ମାନଙ୍କଠାରୁ ୧ରୁ୨ କି.ମି ଦୂରତାରେ ଏହି ମଦ କୋଠୀମାନ ରହିବାର ନିୟମ ରହିଥିବା ବେଳେ ଏହି ନିୟମ ସବୁ ଏଠାରେ ପାଳନ ହୋଇ ପାରୁନାହିଁ। ସହରର ବିଭିନ୍ନ ସ୍କୁଲ, ଅନୁଷ୍ଠାନ ପାଖରେ ଲାଗି ବିଭିନ୍ନ ମଦକୋଠୀ ରହିଛି। ସେହିପରି ସହରର ମୁଖ୍ୟ ରାସ୍ତାରେ ମଧ୍ୟ ବିଦେଶୀ ମଦ ଦୋକାନ ରହିଥିବା ଦେଖିବାକୁ ମିଲେ। ଏହି ମଦ କାରବାର ବୃଦ୍ଧି ଯୋଗୁଁ ସାଧାରଣତଃ ମହିଳା, ଶିଶୁ, ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏନେଇ ଅନେକଥର ଅପ୍ରୀତିକର ଘଟଣା ଘଟିସାରିଛି। ବିଶେଷ କରି ଖଡିଆଳ ଠାରେ ଅବକାରୀ ବିଭାଗର ଅଧିକାରୀ ମାନେ କୌଣସି ଦୃଷ୍ଟି ଦେଉନଥିବା ବେଳେ ମଦ ବେପାରୀ ମାନଙ୍କ ସହ ସଳାସୁତୁରା ରଖି ଏହି ବ୍ୟବସାୟକୁ ବ୍ୟାପକ କରାଯାଉଥିବା ଅଭିଯୋଗ ହେଉଛି। କାଁ ଭାଁ ଅବକାରୀ ବିଭାଗ ଚଢଓ କରି ମଦ ଧରୁଥିବା ବେଲେ ସେମାନଙ୍କ ଠାରୁ ଅଧିକ ପରିମାଣରେ ମଦ ଜବତ କରୁଥିଲେ ମଧ୍ୟ କମ୍ ମଦ ଜବତ ଦର୍ଶାଇ ମଦ ବେପାରୀ ମାନଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ତୁରନ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ବେଆଇନ ମଦବେପାରୀ ମାନଙ୍କୁ ଚିହ୍ନଟ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଳରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top