ଖଡିଆଳ/ନୂଆପଡା-୮.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ଖଡିଆଳ ପ୍ରାଚିନ ଘୁଡକା ବାଦ୍ୟର ଘୁବୁକୁଡୁ ସଦ୍ଧ ପ୍ରତିଧ୍ୱନି ସହ ସାଗର ମଧ୍ୟପ୍ରଦେଶର ମରୟର ଫୋକ ଡ୍ୟାନ୍ସ ନିଦହଜାଇଲା । ନୂପୁର ଳୋକକଳା ତା ସାଙ୍ଗକୁ କୋରାପୁଟ ଆଦିବାସୀ ନୃତ୍ୟର ତାଳେ ତାଳେ ଦର୍ଶକଥିଲେ ମତୁଆଳା । ଏଥିଲା ନୂଆପଡାଜିଲ୍ଲ ଖଡିଆଳ ମହୋସôବ ତୃତୀୟ ସଂଦ୍ଧ୍ୟାର ଦୃଶ୍ୟ । ପୁରାତନ କଳା ସାହିତ୍ୟ କୁ ଉର୍ଜିବିତ କରି ବଞ୍ଚାଇରଖିବା ଏ ଏକ ଅନନ୍ନ ପ୍ରଚେଷ୍ଟା ବୋଲି ମଞ୍ଚାସୀନ ଅତିଥିଗଣ ମତ ଦିଅନ୍ତି । ଖଡିଆଳ ଗଡଜାତ ଅଞ୍ଚଳର ତତ୍କାଳିନ ଚୈାହାନ ବଂଶୀୟ ରାଜା ରତନ ସିଂ ଦେବ, ବିରବୀକ୍ରମ ସିଂ ଦେବ, ରାଜା ଆର୍ତ୍ତତ୍ରାଣ ସିଂ ଓ ରାଜ୍ୟ ଅନୁପ ସିଂ ଦେବ, କଳା ସାହିତ୍ୟର ସାଧକ ବୋଲି ବକ୍ତାମାନେ ଭୁରିଭୁରି ପ୍ରସଂଶା କରିଛନ୍ତି ମହୋସôବ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ ଲଛିପୁର ରୁ ଖଡିଆଲ ମହୋସôବ ମଣ୍ଡପ ପର୍ଯ୍ୟନ୍ତ ସାଇକିଳ ରେସ ହୋଇଥିଲା । ମହୋସôବ ତୃତୀୟ ସଂଦ୍ଧ୍ୟା ସାଂସ୍କୃତିକ ସଭାରେ ମହୋସôବ ଉପଦେଷ୍ଟା ମେଜର ଡଃ. ରାମଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିବା ବେଳେ, ମୁଖ୍ୟ ଅତିଥିଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡିଶା ଗିରିଧର ଗୋମାଙ୍ଗ, ସମ୍ମାନିତ ଅତିଥି ରାଜ୍ୟ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡା, ଖଡିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର, ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବରେ ସମ୍ବଲପୁର ବିଭାଗ ଦୈନିକ ଖାବରକାଗଜ ସମ୍ବାଦ ସଂପାଦକ ଅରବିନ୍ଦ ଦାସ ଯୋଗଦେଇ ଉଦ୍ବୋଧନ ଦେଇଛନ୍ତି । ମହୋସôବ ସଦଶ୍ୟ ଅକ୍ଷୟନନ୍ଦ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରେ ମରୟର ଫୋକ ଡ୍ୟାନ୍ସ ସାଗର ମଧ୍ୟପ୍ରଦେଶ, କଥକ ସପ୍ତର୍ଷିରାୟ ଗୃପ କୋଲକତା, ନେପାଲି ପଞ୍ଜାବି ଭତ୍ତରାଖଣ୍ଡ ନ୍ୟାସ୍ଥ, ନୂପୁର କୋଲକତା , ଆଦିବାସି ନୃତ୍ୟ କୋରାପୁଟ, ଜିମ୍ନାଷ୍ଟିକ ଆବ୍ୱୁ ସାଲେ କୋଲକତା, ଗୋଟିପୁଅ ସଂସ୍କୃତିବିଭାଗ ଓଡିଶା, ଘୁଡୁକା କୃଷ୍ଣପ୍ରିୟା କଳାପରିଷଦ ତୁସୁରା, ବଜାସଲ ଭାବାନିପାଟଣା, ପ୍ରଗତି କଣ୍ଟାମାଲ ଓ ହାସ୍ୟ ଅଭିନେତା ବିନ୍ଦୁ ଏବଂ ତାଙ୍କ ସାଥି ତିରାମ୍ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଛନ୍ତି । ମହୋସôବ ପଡିଆରେ ସୁସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗକୁ କିଣା ବିକାରେ ମଜି ଯାଇଥିଲେ ଲକ୍ଷାଧିକା ଦର୍ଶକ । ଜିତେନ୍ଦ୍ର ନାଥ ପଟ୍ଟନାୟକ , ଅଧୀରାଜ ପାଣିଗ୍ରାହି, ନୁର ମହମ୍ମଦ, ପବିତ୍ରମୋହନ ପ୍ରଧାନ, ଆଦିତି୍ୟ ପାଣିଗ୍ରହି, ଶାନ୍ତନୁ ପଣ୍ଡା , ନିଶାର ମହମ୍ମଦ ଖାନ, ଗୋବିନ୍ଦ ପଣ୍ଡା, ରେଶନ ପଣ୍ଡା, ଅଶ୍ୱିନି ପଟ୍ଟନାୟକ, ଗୌରାଙ୍ଗ ସାହୁ, ଗିରିଧାରୀ ବିଭାର, ସୁସାନ୍ତ ତାଣ୍ଡି, ସୁରେନ୍ଦ୍ର କୁମ୍ଭାର, ଭୋଦେବ ସାହୁ, ଅଶୋକ ବାରିକ, ମନୋରଞ୍ଜନ ମହାପାତ୍ର, ପପୁ ପଟ୍ଟନାୟକ, ଅରୁଣ ଜୈତି ଶର୍ମା ।
