ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଲା ଖଡିଆଳ ବ୍ଲକ ଜୁନାନୀ ଗ୍ରାମ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ମେଲାରେ ୨୬ ଗୋଟି ଗ୍ରାମପଞ୍ଚାୟତରୁ ସତାଧିକ ମହିଲା ଓ ପୁରୁଷ ଚାଷୀ ଯୋଗଦେଇ କୃଷକ ଓ କୃଷି ସମ୍ପର୍କିତ ସରକାରୀ ଯୋଜନା ବିଷୟରେ ତାଳିମ ପାଇଥିଲେ। କାର୍ଯ୍ୟକ୍ରମରେ ଉଠା ଜଳସେଚନ ବିଭାଗ, ମସ୍ôବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ ବିଭାଗ, ର ତାଲିମ ପ୍ରାପ୍ତ ଅଧିକାରୀ ମାନେ ଯୋଗଦେଇ ସରକାରଙ୍କ ଦ୍ୱାରା କୃଷକ ଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। ଆଗାମୀ ଦିନରେ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ କୃଷକ ଲାଭାନ୍ୱିତ ହୋବାକୁ ଅନୁରୋଧ କରିଥିଲେ ଏହି ଅବସରରେ ଖଡିଆଳ କୃଷି ବିଭାଗ ପକ୍ଷରୁ କୃଷି ଯନ୍ତ୍ରପାତି ପଦର୍ଶନ କରାଯାଇଥିଲା ଏବଂ କୃଷକ ମାନଙ୍କୁ ରିହାତି ମୁଲ୍ୟରେ ଯୋଗାଇ ଦିଆଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ। ଆୟୋଜିତ କୃଷକ ସମ୍ପର୍କ ମେଲାରେ ଜିଲା କୃଷି ଅଧିକାରୀ ନରୋତ୍ତମ ବେହେରା ଅଧ୍ୟକ୍ଷତା କରିଥିବା ବେଲେ ଅତିଥି ଭାବରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ବିଜେପି କୃଷକ ମୋର୍ଚ୍ଚା ନୁଆପଡା ଜିଲା ସଭାପତି ସଂଜୟ ତିୱାରୀ, ଆତ୍ମା ଚ୍ୟାରମେନ ରାତ୍ର ମନହିରା, ପୁର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଜେମାମଣି ଧରୁଆ, ପୁର୍ବତନ ନେସନାଲ କଲେଜ ନୁଆପଡା ଅଧ୍ୟକ୍ଷ ମେଜର ଡ. ରାମଚନ୍ଦ୍ର ମିଶ୍ର, ମଞ୍ଚସୀନ ରହି କୃଷକ ଓ କୃଷି ବିଷୟରେ ବିଷଦ ଆଲୋଚନା କରିଥିଲେ। ସେହିଭଲି ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ଶଶିଭୁଷଣ ମହାପାତ୍ର, କୃଷି ଯନ୍ତ୍ରୀ ଶୁଧାଂଶୁ ସେଖର ଦାଶ, ଉଦ୍ୟାନ ବିଭାଗର ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ନିରଜଂନ ମହାଉତି, ମତ୍ସ୍ୟାଧିକାରୀ ଭବାନୀ ପଣ୍ଡା, ପ୍ରାଣି ବିଭାଗର ସହକାରୀ ପ୍ରାଣୀ ଚିକିସ୍ôକ ଡ. ହେମଲତା ମେହେର, ଉଠା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ରାଏ, ଜଳ ସେବାକେନ୍ଦ୍ର ଜିଲା ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରଥ, ସହଯୋଗୀ କୃଷି ଅଧିକାରୀ ଦ୍ୱୟ ସୋମେଶ କୁମାର ପଟ୍ଟନାୟକ, ନିତା ଶବର ପ୍ରମୁଖ ଯୋଗଦେଇ କୃଷକ ମାନଙ୍କୁ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ। ଶେଷରେ ସହକୃଷି ଅଧିକାରୀ ସୋମେଶ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
