ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ପ୍ରତିବାଦ

ଖଡିଆଳ/ନୂଆପଡା-୧୬.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧି କେଡର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ନୁଆପଡା ଜିଲା ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ମଙ୍ଗଲବାର କରାଯାଇଛି। ବର୍ତ୍ତମାନ ଧାନର ସହାୟକ ମୁଲ୍ୟ ୧୫୭୦ ଟଙ୍କା ଥିବା ବେଲେ ଏହା ଚାଷିକୂଳକୁ ଉପହାସ ବୋଲି ପ୍ରକାଶ କରିବା ସହିତ ସହାୟକ ମୁଲ୍ୟକୁ ବୃଦ୍ଧି କରାଯାଇ ତାହା ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଥିଲା ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଅଧ୍ୟକ୍ଷତା କରିଥିବା ବେଲେ କେନ୍ଦ୍ର ସରକାରଙ୍କ ଚାଷି ମାରଣ ନୀତିକୁ ବିରୋଧ କରାଯାଇଥିଲା। ଏହି ଅବସରରେ ଏକ ଦଫା ଦାବିପତ୍ର ଖଡିଆଳ ବ୍ଲକ ଜିପିଓ ଖିତିସୁତା ବାଗଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଖୁଲଣା ବେହେରା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ବରିଷ୍ଠ ବିଜେଡି ନେତା ଦୀନେଶ ପ୍ରସାଦ ତିୱାରୀ, ଦେବଦେବ ସିଂଦେଓ, ମହମ୍ମଦ ୟାସିନ, ଚିତ୍ତରଞ୍ଜନ ବେହେରା, ଦୀପକ ଖମାରୀ, ସରସ୍ୱତୀ ବାଗ, କୁନୁ ଚରଣ ବେହେରା, ସନ୍ତୋଷ ବିଶି, ମମତା ମଞ୍ଜରୀ ଥପା, ସଚି ଚଲାନ, ମହମ୍ମଦ ସାହିଦ, ସୁବିର ସିଂଦେଓ, ନିଖିଲ ମେହେର, ଦୟା ଥପା, ପ୍ରହଲ୍ଲାଦ ପୋଡ ସମେତ ଶତାଧିକ ବିଜେଡି କର୍ମି ଓ ଚାଷି ସାମିଲ ଥିଲେ।

Leave a Reply

Your email address will not be published. Required fields are marked *