ଜିଲ୍ଲା ପରିକ୍ରମା

ଖଡିଆଳ ବନ ବିଭାଗ ବିରୁଦ୍ଧରେ କେଶ ରୁଜ୍ଜୁ

ଖଡିଆଳ/ନୂଆପଡା-୨୯.୦୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲ୍ଲା ଖଡିଆଳ ଜଙ୍ଗଳ ବିଭାଗ (ଟେରିଟେରିଆଲ)ଡିଏଫଓ ଖୁସବନ୍ତ ସିଂ, ସିନାପାଲି ରେଜଂର ମୁରାରି ପ୍ରସାଦ ପଣ୍ଡା, ଫରେଷ୍ଟ ଗାର୍ଡ ରାଜେଶ ହରିଜନ ଙ୍କ ନାମରେ ଖଡିଆଳ ବ୍ଲକ ଦେଓବାହାଲ ଗ୍ରାମର ଶ୍ରୀକାନ୍ତ ମାଝୀ କୋମନା ଥାନରେ ଏକ କେଶ ରୁଜ୍ଜୁ କରିଥିବା ଜଣାପଡିଛି। ସୂଚନା ମତେ ଖଡିଆଳ ଥାନା ଦେଓବାହାଲ ଗ୍ରାମର ଶ୍ରକାନ୍ତ ମାଝୀ, କୋମନା ଥାନା ତୋର୍ଲାମୁଣ୍ଡା ଗ୍ରାମର କୁବେର ପାଣ୍ଡେ, କୋମନା ଥାନା କୁରେଶ୍ୱର ପରମେଶ୍ୱର ମାଝୀ, କୋମନା ଥାନା ମାଲିମୁଣ୍ଡା ଗ୍ରାମର ବିନୋଦ ବଘେଲ ସମସ୍ତେ ମିଶି କୋର୍ରାବେଡାରୁ ଗୋଟିଏ ଜେସିବି ଗାଡି ଧରି ଫେରୁଥିବା ବେଲେ ସୁନାବେଡା ଗ୍ରାମ ପାଖରେ ରାସ୍ତା ଉପରେ ୧୦ /୧୨ ଜଣ ଲୋକ ଆସି ଖାରାପ ଭାଷାରେ ଗାଲି ଦେବା ସହିତ ମାଡ ପିଟ କରିବା ସହିତ କୁବେର ପାଣ୍ଡେ ଙ୍କ ଠାରୁ ୭୦୦ ସହ ଟଙ୍କା, ଶ୍ରୀକାନ୍ତ ମାଝୀ ଙ୍କ ଠାରୁ ୭୦୦ ଟଙ୍କା ଓ ମୋବାଇଫୋନ୍, ପରମେଶ୍ୱର ମାଝୀ ଙ୍କ ଠାରୁ ୫୦୦ ଟଙ୍କା ଓ ମୋବାଇଫୋନ୍ କୁ ଛଡାଇ ନେଇଥିବା କୋମନା ଥାନାରେ ଅଭିଯୋଗ କରିଥିଲେ। ୧୦/୧୨ ଜଣ ଆମ ୩ ଜଣ ଙ୍କୁ ଅଧିକ ମାଡପିଟ କରିବା ଦ୍ୱାରା ଆମେ ଜେସିବି ଗାଡିକୁ ଛାଡିଦେଇ କୈାଣସି ମୋତେ ବୋଡେନ ଥାନାକୁ ପଲାଇ ଆସିଥିଲୁ ବୋଲି ଉକ୍ତ କେଶରେ ଦର୍ଶାଇଛନ୍ତି। ପରେ ବୋଡେନ ଆଇଆଇସି କୋମନା ଥାନରେ କେଶ କରିବା ପାଇଁ କହିବାରୁ କୋମନାରେ କେଶ କରିଛୁ ବୋଲି ପ୍ରକାଶ କରିଛନ୍ତି। ଏବିଷୟରେ କୋମନା ଥାନାଧିକାରୀ ଶଲ୍ୟ ନାଏକ ଙ୍କୁ ଯୋଗା ଯୋଗ କରାଯିବାରୁ କୋମନା ଥାନାରେ ଗତ ଅଗଷ୍ଟ ୨୬ ତାରିଖ ଦିନ ଏକ କେଶ ରୁଜ୍ଜୁ ହୋଇଥିବା ପ୍ରକାଶ କରିଥିଲେ। ଏବିଷୟରେ ଡିଏଫଓ ଖୁସବନ୍ତ ସିଂ ଙ୍କୁ ଯୋଗାଯୋଗ କରାଯାଇଥିଲା ଓ ସେ ଅନ୍ୟାୟ ଭାବରେ କେଶ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଏଥିରେ କୈାଣସି ସତ୍ୟତା ନାହିଁ ବୋଲି ପ୍ରକାଶ କରିବା ସହିତ ସତ୍ୟ ସବୁବେଲେ ସତ୍ୟ ବୋଲି ପ୍ରକାଶ କରିଥିଲେ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top