ଖଡିଆଳ ବନ ବିଭାଗ ଓ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବନଖଣ୍ଡ ବିଭାଗ ଏବଂ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଏହି ପକ୍ଷୀଗଣନା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଳିବ । ଖଡିଆଳ ବନଖଣ୍ଡ ବିଭାଗ ତରଫରୁ ୧୦ ଗୋଟି ଟିମ ମାଧ୍ୟମରେ ବନକର୍ମଚାରୀ ମାନେ ମୁଖ୍ୟତଃ ତିଖାଲି ଡ୍ୟାମ,ଜଡାମୁଣ୍ଡା ସହ ଅନ୍ୟାନ୍ୟ ଡ୍ୟାମରେ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଅନ୍ୟବର୍ଷ ତୁଲନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ବିଭିନ୍ନ ପ୍ରଜାତୀର ସ୍ୱଦେଶୀ ଓ ବିଦେଶୀ ପକ୍ଷୀମାନେ ଆସିଥିବା ପକ୍ଷୀଗଣନାରୁ ଜଣାପଡିଛି । ଅଧିକ ପକ୍ଷୀକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବନକର୍ମଚାରୀ ମାନଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଖଡିଆଳ ରେଞ୍ଜର ଜୟରାମ ଶବର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *