ଓଡ଼ିଶା

ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ କୀଡନି ଡାକ୍ତର ନିଯୁକ୍ତ କରିବାକୁ ଦାବି

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲାର ପ୍ରମୁଖ ସହର ଖଡିଆଳ ସହର। ଖଡିଆଳ ନୂଆପଡା ଜିଲାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାକାର ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇବା ସକାଶେ ଶତାଧିକ ଲୋକେ ନିର୍ଭର କରିଥାନ୍ତି। ଏପରିକି ନୂଆପଡା ଜିଲାର ଖଡିଆଳ, ବୋଡେନ, ସିନାପାଲି, ପଡୋଶୀ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା, ତୁରେକେଲା, କଲାହାଣ୍ଡି ଜିଲାର ବୋର୍ଡା ଅଞ୍ଚଳ ଏବଂ ପଡୋଶୀ ଛତିଶଗଡର ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଏହି ଡାକ୍ତରଖାନାରେ ୩୦୦ରୁ ୪୦୦ ରୋଗୀ ଚିକିତ୍ସିତ ହୋଇଥାନ୍ତି। ହେଲେ ଏଠାରେ ଡାକ୍ତର ସମସ୍ୟାା ନିତିଦିନିଆରେ ପରିଣତ ହୋଇଥିବାରୁ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉନ୍ନତି ପାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିଲେ ମଧ୍ୟ ସମସ୍ୟା ଗୁଡିକର ସମାଧାନ ହୋଇ ପାରୁନାହିଁ। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ସ୍ଥାନ ଏବଂ ସର୍ଯ୍ୟା ସମସ୍ୟା ମଧ୍ୟ ଏଠାରେ ଦିର୍ଘ ଦିନରୁ ଲାଗିରହିଛି। ଏହା ସହ ହସପିଟାଲ ପରିସର ମଧ୍ୟରେ ଆବର୍ଜନା ପଡିରହିଥିବା ବେଳେ ଦୁର୍ଗନ୍ଧ ବାହାରୁଛି। ଏଠାରେ ଥିବା ଶୌଚାଳୟ ଗୁଡିକ ଅସ୍ୱାସ୍ଥ୍ୟକର ପରିବେଶରେ ପଡିରହିଛି। ଯାହାଫଳରେ ସାଧାରଣ ଲୋକେ ଓ ରୋଗୀମାନେ ନାହିଁନଥିବା ସମସ୍ୟା ଭୋଗ କରୁଛନ୍ତି। ଏନେଇ ବୁଦ୍ଧିଜୀବି, ସଚେତନ ନାଗରିକ ଅନେକ ଥର ଜିଲା ସ୍ୱାସ୍ଥ୍ୟ ଅଧିକାରୀ, ଉପରସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରୁନାହିଁ। ବର୍ତ୍ତମାନ ଖଡିଆଳ ସହର ଏବଂ ଗ୍ରାମାଞ୍ଚଳରେ କୀଡନି ରୋଗ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ବେଳେ ଏଠାରେ କୌଣସି କୀଡନି ଡକ୍ତର ନଥିବାରୁ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଯାହାଫଳରେ ଏଠାକାର କୀଡନି ରୋଗୀ ମାନେ ରାଜ୍ୟର ବୁର୍ଲା, କଟକ, ଭୁବନେଶ୍ୱର ଏବଂ ରାଜ୍ୟ ବାହାରର ଡାକ୍ତରଖାନା ରାୟପୁର, ବିଶାଖାପାଟଣାକୁ ଯାଇ ଚିକିସିôତ ହେବା ସହ ଖର୍ଚ୍ଚାନ୍ତରେ ପଡୁôଥିବା ଅଭିଯୋଗ କରୁଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏଠାରେ ଜଣେ କୀଡନି ଡାକ୍ତର ନିଯୁକ୍ତି କରିବାକୁ ବୁଦ୍ଧିଜୀବି ମହଳରେ ଦାବି ହେଉଛି। ରାଜ୍ୟ ସରକାର ଡାକ୍ତରଖାନାରେ ଥିବା ସମସ୍ୟା ଗୁଡିକର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଖଡିଆଳ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top