ଖଡିଆଳରେ ପ୍ଲାଷ୍ଟିକ ଅଣ୍ଡା ଅଭିଯୋଗ

ଖଡିଆଳ/ନୂଆପଡା-୨୨.୧୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲାରେ ପ୍ଳାଷ୍ଟିକ ଚାଉଳ ପରେ ଏବେ ପ୍ଳାଷ୍ଟିକ ଅଣ୍ଡାର ଆତଙ୍କ ଦେଖାଯାଇଅଛି । ଖାଉଟିମାନେ ବଜାରରୁ ଖାଦ୍ୟ ସାମଗ୍ରୀ କ୍ରୟ ବିକ୍ରୟ ମଧ୍ୟରେ ଦ୍ୱନ୍ଦ ଦେଖାଯାଉଅଛି । କେଉଟି ପ୍ରକୃତ ଖାଦ୍ୟ ସାମଗ୍ରୀ ଏବଂ କେଉଟି ପ୍ଳାଷ୍ଟିକ ତାହା ସହଜେ ଜାଣିବା ସମ୍ଭବ ହୋଇପାରୁନାହାନ୍ତି । ଜିଲ୍ଲାରେ ପ୍ଳାଷ୍ଟିକ ଚାଉଳ ବିକ୍ରୀର ଅଭିଯୋଗ ହୋଇଥିବା ବେଳେ ଏହି ଚାଉଳ ଖାଇ ଭୟଭିତ ରହୁଥିଲେ । ଖଡିଆଳ ବ୍ଳକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ କୋଟମାଳ ଗ୍ରାମର ଲଛମନ ଡୁଣ୍ଡି ନିଜ ଗ୍ରାମର ଟଙ୍କ କେତକିଙ୍କ ଏକ ଖୁଚରା ଦୋକାନରୁ ଦୁଇ ଗୋଟି ଅଣ୍ଡା କିଣି ରୋଷେଇ କରିଥିଲେ ।ଅଣ୍ଡାକୁ ଅମଲେଟ୍ କରି ଖାଇବା ପରେ ତାଙ୍କ ଶରିର କୁଣ୍ଡାଇବା କାରଣରୁ ସେ ଭୟଭିତ ହୋଇ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôାପାଇଁ ଆସିଥିଲେ । ସେଠାରେ ଥିବା ଲେବରେ ଏହି ଅଣ୍ଡାକୁ ପରୀକ୍ଷା ନିରୀକ୍ଷା କରିବା ପରେ ପ୍ଳାଷ୍ଟିକ ଅଣ୍ଡା ବୋଲି ଲେବ କର୍ମଚାରୀ ପ୍ରକାଶ କରିଛନ୍ତି । ଅପରପକ୍ଷେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *