ଖଟିଆରେ ବୁହାହେଲେ ୬କିଲୋମିଟର

କୋରାପୁଟ ; ତା୧୩-୦୯-୧୭(ଓଡିଆପୁଅ /ରଂଜନ କୁମାର ଦାସ) ମାତ୍ର କିଛି ଦିନ ପୂର୍ବରୁ ଜିଲାର ଦଶମନ୍ତପୁର ବ୍ଲକରେ ରାସ୍ତା ନଥିବା ହେତୁ ଗାଁକୁ ଆମ୍ବୁଲାନସ ଯାଇ ପାରିଲାନି,ଫଳରେ ଗର୍ଭବତୀ ଚାଲିକି ଆସୁଥିବାବେଳେ ନଦୀ କୂଳରେ ଏକ ମୃତ ଶିଶୁକନ୍ୟାକୁ ଜନ୍ମ କରିଥିବାବେଳେ ସେମିଲିଗୁଡା ବ୍ଲକର ଲୁମୁରୀ ଗ୍ରାମରେ ଆମ୍ବୁଲାନସ ଆସିବାରେ ବିଳମ୍ବ ହେବାରୁ ଜଣେ ଗର୍ଭବତୀଙ୍କୁ ଏକ ଅଟୋରିକ୍ସାରେ ଡାକ୍ତରଖାନା ନିଆଯାଉଥିବାବେଲେ ଅଧା ବାଟରେ ସେ ପ୍ରସବ କରିଥିଲେ । ବୁଧବାର ପୁଣି ଏପରି ଏକ ଘଟଣା ଘଟିଛି ଜିଲାର ଦଶମନ୍ତପୁର ବ୍ଲକ ଆଡମୁଣ୍ଡା-ମାଲକାନଗିରି ପଂଚାୟତରେ । ସୂଚନା ଅନୁଯାୟୀ, ବୁଧବାର ପୂର୍ବାନ୍ନରେ ବଡମୁଣ୍ଡାଗୁଡା ଗ୍ରାମର ବଳରାମ ମୁଦୁଲିଙ୍କ ସ୍ତ୍ରୀ କୁନି ମୁଦୁଲିଙ୍କ ପ୍ରସବ ଯଂନ୍ତ୍ରଣା ହେବାରୁ ଆମ୍ବୁଲାନସକୁ ଫୋନ କରା ଯାଇଥିଲା । ତେବେ ବଡମୁଣ୍ଡାଗୁଡା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ ଗାଁକୁ ନ ଯାଇ ଆଡମୁଣ୍ଡା ଛକରେ ଗର୍ଭବତୀଙ୍କୁ ଅପେକ୍ଷା କରି ରହିଲା । ବଡମୁଣ୍ଡା ଗ୍ରାମରୁ ଆଡମୁଣ୍ଡା ଛକ ଦୀର୍ଘ ୬ କିଲୋମିଟର ବାଟ ଏକ ଖଟରେ ଭାର କରି ଦୁଇଜଣ ବ୍ୟକ୍ତି ଗର୍ଭବତୀଙ୍କୁ କାନେ୍ଧଇ ଆଣିବା ପରେ ଛକରୁ ୧୨ କିମି ଦୂର କୋରାପୁଟ ଡାକ୍ତରଖାନାକୁ ଆମ୍ବୁଲାନସରେ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *