ଖଏରା ପଞ୍ଚାୟତରେ ଆମ ପୁଲିସ ସମିତି ବୈଠକ

ଯାଜପୁର-୨୨/୯(ଓଡିଆ ପୁଅ/ଏ.ରାଉତ) ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଥିଲେ ସୁସ୍ଥ ସମାଜ ଗଠନରେ ସହାୟତା ହୋଇପାରିବ ବୋଲି ଆମ ପୁଲିସ ସମିତି ବୈଠକରେ ଆଲୋକପାତ କରାଯାଇଛି । ବଡଚଣା ଆମ ପୁଲିସ ସମିତିର ସଭ୍ୟ ତଥା ଶିକ୍ଷାବିତ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଏସପି ସସ୍ମିତା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଆମ ପୁଲିସ ଗଠନ କରାଯାଇଛି ଏବଂ ଏହି ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି କାମ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ସୁଧାକର ସାହୁ, ଖଏରା ସରପଞ୍ଚ ହରପ୍ରିୟା ବରାଳ, ଆମ ପୁଲିସ ସଂଯୋଜକ ଏଏସଆଇ ଅମୂଲ୍ୟ କୁମାର ମିଶ୍ର, ସାମ୍ବାଦିକ ପ୍ରତାପ ରାଉତରାୟ, ସମାଜେସେବୀ ବିନୟ କୁମାର ପୃଷ୍ଟି ପ୍ରମୁଖ ଅତିଥିଭାବେ ଯୋଗଦେଇ ଆମ ପୁଲିସ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ । ଆମ ପୁଲିସ ସଭ୍ୟ ପ୍ରାଧ୍ୟ୍ୟାପକ ବସନତ କୁମାର ନାୟକ, ହିମାଂଶୁ ପଣ୍ଡା, ଗଣେଶ୍ୱର ବରାଳ, ତପନ କୁମାର ପୃଷ୍ଟି, ବୈକୁଣ୍ଠନାଥ ବରାଳ, ପବନେଶ୍ୱର ଯେନା ପ୍ରମୁଖ ସଦାସର୍ବଦା ପୁଲିସକୁ ସହଯୋଗ କରିବା ସହିତ ସମାଜରେ ,କ ଗଠନ ମୂଳକ ଚିନ୍ତାଧାରା ସୃଷ୍ଟିକରିବାକୁ ଆମପୁଲିସ ସଭ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ତେବେ ପ୍ରଥମକରି ଆମ ପୁଲିସ ବୈଠକ ଗ୍ରାମାଞ୍ଚଳରେ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିବାରୁ ପୁଲିସ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *