ଜିଲ୍ଲା ପରିକ୍ରମା

ଖଇରା ସାହିତ୍ୟ ସଂସଦର ସମୀକ୍ଷା ବୈଠକ ଓ ଅଭିନନ୍ଦନ

ଖଇରା, ୬/୧୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ନିକଟସ୍ଥ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଖଇରା ସାହିତ୍ୟ ସଂସଦର ସମୀକ୍ଷା ବୈଠକ ସଭାପତି ମାୟାଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ୪୧ତମ ବାର୍ଷିକ ଉତ୍ସବର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରିଥିଲେ। ଏହି ଅବସରରେ ସାହିତ୍ୟ ସଂସଦର ସଭ୍ୟ ତଥା ଆଦର୍ଶ ଶିକ୍ଷକ, ନଟ୍ୟକା, ନାଟ୍ୟନିର୍ଦ୍ଦେଶକ, ଦକ୍ଷ ସଂଗଠକ ବସନ୍ତ କୁମାର ଦାସ ନିକଟ ଅତୀତରେ ଗୋପବନ୍ଧୁ ଜ୍ୟୋତି ପରିକ୍ରମା ଅବସରରେ ବାଲେଶ୍ୱର ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ ହୋଇ ଖଇରା ବ୍ଲକକୁ ଗୌରବାନିତ୍ୱ କରିଥିବାରୁ ଖଇରା ସାହିତ୍ୟ ସଂସଦ ଉଚ୍ଛ୍ୱସିତ ଅଭିନନ୍ଦନ ଜ୍ଞାପନ କରିଥିଲା। ଏହି ବୈଠକରେ ସଂସଦର ସଂପାଦକ ଉମେଶ ଚନ୍ଦ୍ର ନାୟକ, ମଧୁସୂଦନ ରାଉଳ, ସଂକୀର୍ତ୍ତନ ପଣ୍ଡା, କୈଳାସ ଚନ୍ଦ୍ର ପୃଷ୍ଟି, ଶଶିକାନ୍ତ ଦାସ, ଗଗନ ବିହାରୀ ପଣ୍ଡା, ସମେଶ ସାହୁ, ନୂତନକରି ସଭ୍ୟଭାବେ ଯୋଗଦେଇଥିବା ତଥା ଖଇରା ବ୍ଲକ ଦିନଲିପି ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା(ହରି) ପ୍ରମୁଖ ଖଇରା ସାହିତ୍ୟ ସଂସଦର ସମୀକ୍ଷା ବୈଠକ ଓ ଅଭିନ୍ଦନ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରଣ କରିଥିଲେ। ଶେଷରେ ସଂସଦର ସଭ୍ୟ ମଧୁସୂଦନ ରାଉଳ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top