ଜିଲ୍ଲା ପରିକ୍ରମା

ଖଇରା ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ୪୧ତମ ବାର୍ଷିକ ଉସବ ପାଳିତ

ଖଇରା, ୨୯/୧୦/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଖଇରା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ୪୧ତମ ବାର୍ଷିକ ସାରସ୍ୱତ ଉସବ ସାହିତ୍ୟ ସଂସଦର ସଭାପତି ମାୟାଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶଶିକାନ୍ତ ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲା ବେଳେ ବେଦପାଠ କରିଥିଲେ ପଣ୍ଡିତ କୈଳାସ ଚନ୍ଦ୍ର ପୃଷ୍ଟି ଓ କୃଷ୍ଣ ଚନ୍ଦ୍ର ପତ୍ରୀ। ସଂପାଦକ ଉମେଶ ଚନ୍ଦ୍ର ନାୟକ ବିବରଣୀ ପାଠ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଅନାମାନନ୍ଦ ଦାଶ। ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଉତ୍ସବଟିକୁ ଉଦଘାଟନ କରି ସାହିତ୍ୟ ବଞ୍ଚିଲେ ଭାଷା ବଞ୍ଚିବ, ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ ସମସ୍ତେ ଭାଷା ଓ ସାହିତ୍ୟ ପ୍ରତି ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମିର ଓଡିଆ ଭାଷାର ଉପଦେଷ୍ଟା ବିମଳ ଜେନା, ରାଜ୍ୟ ସାହିତ୍ୟ ଏକାଡେମିର ସଭ୍ୟ ଡ.ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା ରୂପେ ଯୋଗଦେଇ ସାହିତ୍ୟ ନିଜର ପରିଚୟ ବିଶ୍ୱ ଦରବାରରେ ସ୍ଥାପନ କରିପାରିଥିବାର ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ବିଶିଷ୍ଟ କବି ପ୍ରଶାନ୍ତ ଦାସ, କଲିକତା ପ୍ରେସିଡେନସି କଲେଜର ପ୍ରାକ୍ତନ ସ୍ନାତକୋତ୍ତର ଓଡିଆ ଭାଷାର ମୁଖ୍ୟ କୃଷ୍ଣ ଚନ୍ଦ୍ର ଭୂୟାଁ, ପ୍ରଫେସର କପିଳ ବିହାରୀ ବିଶ୍ୱାଳ, ବ୍ୟଙ୍ଗ କବି ଅନାଦି ଚରଣ ଜେନା, ଖଇରା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ବ୍ରଜେନ୍ଦ୍ର ନାଥ ଗିରି ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହିଅବସରରେ ପ୍ରଫେସର କୃଷ୍ଣ ଚନ୍ଦ୍ର ଭୂୟାଁ, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ଜୟନ୍ତି ମହାରଥା, କଳାକାର ଚକ୍ରଧର ବେହେରା, ସୀତା ମାରାଣ୍ଡି, ଅନାମାନନ୍ଦ ଦାଶ, ଅନନ୍ତ କିଶୋର ଉପାଧ୍ୟାୟ, ନାଟ୍ୟକାର କାଳନ୍ଦୀ ମଲ୍ଲିକ, ବସନ୍ତ କୁମାର ଦାସ, ଅର୍ଜୁନ ଚରଣ ଶିଅଳ, ଉମେଶ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିଲିପ୍ସା ମହାପାତ୍ର ଓ ଶ୍ରୀୟା ସୁଚରିତା ଘଡେଇ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୀତାରାଣୀ ଦାସ, କୈଳାସ ଚନ୍ଦ୍ର ପୃଷ୍ଟି ଓ ମଧୁସୂଦନ ରାଉଳ। ଶେଷରେ ଧନ୍ୟବାଦ ଦେଇଥିଲେ ବୁଦ୍ଧିରାମ ପାଣିଗ୍ରାହୀ ସଂସଦର ମୁଖପତ୍ର ଖଇରାଶ୍ରୀ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top