ଖଇରା ସାହିତ୍ୟ ସଂସଦର ଗହ୍ମା ଚର୍ଚ୍ଚା ଓ ଶ୍ରଦ୍ଧାଞ୍ଜଳି ବୈଠକ

ଖଇରା, ୨୭/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ଖଇରା ସାହିତ୍ୟ ସଂସଦର ଗହ୍ନା ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଆସର ସଭାପତି ମାୟାଧର ନାୟକଙ୍କ ପୌରହିତ୍ୟରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ସଙ୍ଘ ଭବନରେ ଏକସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି। କ୍ରାନ୍ତିକାରୀ ପୁରୁଷ, ସ୍ୱାଧିନତା ସଂଗ୍ରାମୀ, ବିଶ୍ୱଶ୍ରେଣୀୟ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସାହିତିକ ତଥା ସାମ୍ବାଦିକ ଅଟଳବିହାରି ବାଜପେୟୀ, କବି ନାଟ୍ୟକାର ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର, ଓଡିଆ ଫିଲିମ ଜଗତର ଭିଷ୍ମ ପିତାମହ ଦେବୁ ବୋଷ, ସଫଳ ବାଚଷ୍ପତି ସୋମନାଥ ଚାଟର୍ଜୀ, ସ୍ପଷ୍ଟବାଦି ଓ ନିର୍ଭିକ ସାମ୍ବାଦିକ କୁଳଦିପ ନୟାରଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଗହ୍ମା ଚର୍ଚ୍ଚାରେ ଭାଗନେଇଥିବା ମାନ୍ୟଗନ୍ୟ ବ୍ୟକ୍ତି ହରିହର ପାଣିଗ୍ରାହୀ, କୈଳାସ ଚନ୍ଦ୍ର ପୃଷ୍ଟି, ଉମେଶ ଚନ୍ଦ୍ର ନାୟକ, ମାୟାଧର ନାୟକ, ଅନନ୍ତ କିଶୋର ଉପାଧ୍ୟାୟ, ସଂକିର୍ତ୍ତନ ପଣ୍ଢା, ଗଗନ ବିହାରି ପଣ୍ଡା, ଚକ୍ରଧର ପାଢୀ, ସୋମନାଥ ବିଶ୍ୱାଳ, ବରିଷ୍ଠ ସାହିତିକ ନିରଞ୍ଜନ ପ୍ରସାଦ ବାରିକ, ଅର୍ଜୁନ ଚରଣ ଶିଅଳ, ଜଗନ୍ନାଥ ବେହେରା, ଶରତ କୁମାର ପଣ୍ଡା, ମହେନ୍ଦ୍ର ପ୍ରସାଦ ଜେନା, ରବିନ୍ଦ୍ର ପ୍ରସାଦ ନାୟକ, ସୁରମା ପାଣି, ଦେବେନ୍ଦ୍ର କୁମାର ରାଉତ, ବାବାଜି ଚରଣ ଦାଶ, ଉମେଶ ଚନ୍ଦ୍ର ମହାନ୍ତି ଓ ବସନ୍ତ କୁମାର ଦାସ ପ୍ରମୁଖ ବଳରାମଙ୍କ ଜନ୍ମ ରକ୍ଷା ବନ୍ଧନ, କୃଷି ଭିତ୍ତିକ ପର୍ବ ଉପରେ ମତାମତ ରଖିଥିଲେ। ଶେଷରେ ମଧୁସୂଦନ ରାଉଳ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *