ଜିଲ୍ଲା ପରିକ୍ରମା

ଖଇରା ଯୋଗ ସମିତିର ସ୍ୱାମ୍ବାଦିକ ସମ୍ମିଳନୀ

ଖଇରା, ୧୩/୬/୨୦୧୮(ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା କଲେଜ ନିକଟରେ ଥିବା ଗାୟତ୍ରୀ ମଠ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଇରା ବ୍ଲକର ଇଲେକଟୋ୍ରନିକ ଓ ପ୍ରିଣ୍ଟି ମିଡିଆର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ବାଲେଶ୍ୱର ପତଞ୍ଜଳି ସମିତିର ଯୋଗ ଗୁରୁ ଶ୍ରୀକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଆଗାମୀ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେଶର ଆର୍ନ୍ତଜାତୀୟ ଯୋଗ ଦିବସ ସମାରୋହରେ ଖଇରା ଯୋଗ ସମିତି ତରଫରୁ ଖଇରା ବ୍ଲକ ପଳସା ପଞ୍ଚାୟତର ପଳସା ମିନି ଷ୍ଟାଡିୟମରେ ୩ ହଜାର ଲୋକ ସମାଗମ ପାଇଁ ଲକ୍ଷ ଧାର୍ଯ୍ୟ କରା ଯାଇଥିବାର ପ୍ରକାଶ କରିଥିଲେ। ଏହି ସମାଗମର ଉଦ୍ଦେଶ୍ୟ ଯୋଗାସନ ଦ୍ୱାରା ଉଚ୍ଚ ରକ୍ତ ଚାପ, ମଧୁମେହ, ପେଟ ରୋଗ, ଚମରୋଗ.ଆଣଣ୍ଠୁଗଣ୍ଠି ବାତ, ଅମ୍ଳ ଦୋଶ, ସ୍ତ୍ରୀ ରୋଗର ସମସ୍ତ ପ୍ରକାର ଚକିତ୍ସା ପାଇଁ ଯୋଗ ଶିବିରର ଆୟୋଜନ କରାଯାଛି। ସଂପାଦକ ଯଜ୍ଞବରାହ ମହାନ୍ତି ବିଶ୍ୱ ସମୁଦାୟ କଥାକୁ ସ୍ୱୀକାର କରି ଆସନ୍ତା ଜୁନ ୨୧ ତାରିଖକୁ ମିଳିତ ଜାତୀସଂଘ ତରଫରୁ ଆର୍ନ୍ତଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ସହିତ ଖଇରା ବ୍ଲକର ୩୭ ଗୋଟି ପଞ୍ଚାୟତକୁ ମଟର ସାଇକେଲ ରାଲି ଯୋଗେ ପ୍ରଚାର ପାଇଁ ଧାର୍ଯ୍ୟ କରାଯାଇଥିବାର ପ୍ରକାଶ କରିଥିଲେ।। ପ୍ରଶାନ୍ତ ଦାସ, ମଧୁସୁଦନ ରାଉଳ, ଚିନ୍ତାମଣୀ ସାହାଣୀ, ବୁଦ୍ଧିରାମ ପାଣିଗ୍ରାହୀ, ମୁକ୍ତିକାନ୍ତ ପାଣିଗ୍ରାହୀ, ବିଭୂତିଭୁଷଣ ତ୍ରୀପାଠୀ, ଆନନ୍ଦ କୁମାର ନାୟକ, ଭାନୁମତି ପଣ୍ଡା, ନିରୂପମା ନାୟକ, କୈଳାସ ପୃଷ୍ଟି, ଅମରେଶ ମହାନ୍ତି, ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମଧୁସୂଦନ ରାଉଳ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top