ଜିଲ୍ଲା ପରିକ୍ରମା

ଖଇରା ବ୍ଲକର ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ଭାଜପା

ଖଇରା, ୨୦/୫/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ୯୦ ପ୍ରତିଶତ ଓ ତଦୁର୍ଦ୍ଧ ମାର୍କ ରଖିଥିବା ୩୧ଜଣ ଛାତ୍ରୀଛାତ୍ରଙ୍କୁ ଖଇରା ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଖଇରା ବ୍ଲକର କୁପାରୀ ସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମନ୍ଦିରର ମହନ୍ତ ଶୁଭେନ୍ଦ୍ର ମୁନୀ ଅଧ୍ୟକ୍ଷତା କରିଥିଲେ। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀ କୁମାର ସାହୁ, କୁପାରୀ ଜୋନ ସଭାପତି ଗଜେନ୍ଦ୍ର ପ୍ରସାଦ ଦାସ, ଓଷ୍ଟା ଖଇରା ଶାଖା ସଭାପତି ମହେନ୍ଦ୍ର ପ୍ରସାଦ କବି, ସଂପାଦକ ଷଡାନନ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ରଘୁନାଥ ନାୟକ, ଡୁଙ୍ଗୁରା ହାଇସ୍କୁଲ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ପଣ୍ଡା, ଡାଲଙ୍ଗ-ଖଣିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଧାକାନ୍ତ ପଣ୍ଡା, ବାରପଡା ଦାଶରଥି ହାଇସ୍କୁଲ ପ୍ରଧାନ ଶିକ୍ଷକ ଧନେଶ୍ୱର ଖଟୁଆ, ଗଣ୍ଡିବେଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିଶାକର ଜେନା, ଗଡପୋଖରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବରେନ୍ଦ୍ର କୁମାର ରାଉତ, ସାରକୋଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ଖଟୁଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ଦାସ, ଅଭୟ ଦଳେଇ, ଭାସ୍କର ଚନ୍ଦ୍ର ମଲ୍ଲିକ, ଭଗବାନ ଚନ୍ଦ୍ର ପାଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପିଲାମାନେ ମ୍ୟାଟ୍ରିକ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ଅଧ୍ୟବସାୟ ଜାରି ରଖିଲେ ସଫଳତା ନିଶ୍ଚୟ ପାଇବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଜିଲା ସମ୍ପାଦକ ଅକ୍ଷୟ କୁମାର ଧିନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top