ଖଇରା ବ୍ଲକରେ ଭାରତ ବନ୍ଦ ସଫଳ

ଖଇରା, ତା୧୦/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଆଜି କଂଗ୍ରେସ ଦଳ ତରଫରୁ ଦେଶରେ ଅହେତୁ ପରିମାଣରେ ତୈଳଦର ବୃଦ୍ଧି ନେଇ ହୋଇଥିବା ଭାରତ ବନ୍ଦ ଡାକରାରେ ଖଇରା ବ୍ଲକରେ ଶାନ୍ତି ଶୃଙ୍ଖଳର ସହିତ ବନ୍ଦ ସଫଳ ହୋଇଛି। ଦୋକାନ, ବଜାର, ବିଦ୍ୟାଳୟ, କଲେଜ, ଡାକ୍ତରଖାନା ସଂପୂର୍ଣ୍ଣ ଭାବରେ ବନ୍ଦ ଥିଲା। ତହସିଲ, ଅଫିସ, ଖଇରା ଆର ଆଇ ଅଫିସ, ବିଇଓ ଅଫିସ, ବ୍ଲକ ଅଫିସର ମୁଖ୍ୟ ଫାଟକରେ ଚାବିପଡିଥିଲେ ମଧ୍ୟ କର୍ମଚାରୀମାନେ ଭିତରେ ରହି କାର୍ଯ୍ୟ କରୁଥିଲେ। କିନ୍ତୁ ଖଇରା ଉପନିବନ୍ଧକଙ୍କ ଅଫିସ ଗେଟରେ ତାଲାପଡିଥିବା ବେଳେ କେହି ଜଣେ ହେଲେବି କର୍ମଚାରୀଙ୍କୁ ଅଫିସ ବାହାରେ କି ଭିତରେ ଦେଖିବାକୁ ମିଳିନଥିଲା। ଏଥିରୁ ଯାହା ଜଣାପଡୁଛି ସମସ୍ତ କର୍ମଚାରୀମାନେ ବି ଆଜିର ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ବେସରକାରୀ ଗାଡିମୋଟର ବନ୍ଦ ଥିବାବେଳେ ସରକାରୀ ଗାଡି ମୋଟର ଚାଲୁଥିବାର ଦେଖିବାକୁ ମିଳିଥିଲା। ସେହିପରି

ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଯାନ ବାହନ ଗୁଡିକ ବନ୍ଦଥିଲା। ଏହି ବନ୍ଦଡାକରାରେ ଜନ ସାଧାରଣ ଗମନା ଗମନ ସହିତ ବିଭିନ୍ନ ପ୍ରକାରର ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏହି ଡାକରାରେ ବିଷ୍ଣୁପଦ ଘଡେଇ, ବେଣୁଧର ରାଉତ, ବସନ୍ତ ପାତ୍ର, ସୁଦର୍ଶନ ବେହେରା, କୈଳାସ ମାଝୀ, ଗୋଲକ ଦାସ, ମନୋଜ କୁମାର ସ୍ୱାଇଁ, ରତ୍ନାକର ପାଇକରାୟ ପ୍ରମୁଖ କଂଗ୍ରେସକର୍ମୀମାନେ ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବସିଥିଲେ। ଏଥି ସହିତ ତୁଡିଗଡିଆ, ଗଣ୍ଡିବେଡ, କୁପାରୀ, ଡୁଙ୍ଗୁରା ପ୍ରଭୁତି ସ୍ଥାନମାନଙ୍କରେ ଦୋକାନ ବଜାର ବନ୍ଦ ଥିବାର ଦେଖାଯାଇଥିଲା। ଏହି ବନ୍ଦ ସକାଳ ୬ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା। କୌଣସି ସ୍ଥାନରେ ଅପ୍ରିତିକର ଘଟଣା ଘଟିନଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାନିମନ୍ତେ ଖଇରା ଥାନା ତରଫରୁ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *