ଖଇରା ବ୍ଲକରେ ବିଭିନ୍ନ ସ୍ଥାନରେ ମହାଶିବ ଉତ୍ସବ ପାଳିତ

ଖଇରା/ବାଲେଶ୍ୱର, ୧୪/୨/୨୦୧୮ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା )-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶୈବ ପୀଠରେ ମହାଶିବ ଉତ୍ସବ ପାଳିତ ହୋଇଯାଇଛି। ସାଉଣ୍ଡିଆ ଆରଆଇ ଅଧିନ ମାଖନପୁର ପଞ୍ଚାୟତ ତରାଙ୍ଗ

ଠାରେ ଥିବା ବାବା ବକ୍ରେଶ୍ୱର ମହାଦେବ ଏହି ବ୍ଲକର ବହପୁରାତନ ଅଟେ। ଆଜି ବହୁ ଭକ୍ତଙ୍କ ସମାବେଶ ହୋଇଥିଲା। ବିଭିନ୍ନ ସ୍ଥାନ ତଥା ପଡୋଶି ଜିଲା୍ଲରୁ ବହୁ ସଫଳ ମାନସିକଧାରି ଓ ଭକ୍ତମାନେ ଆସିସମାଗମ ହୋଇଥିବାର ଦେଖାଯାଇଥିଲା। ସେହି ପରି ବ୍ଲକର ୩୭ଗୋଟି ପଞ୍ଚାୟତରେ ମହାଶିବ ଉତ୍ସବ ପାଳିତ ହୋଇଯାଇଛି। ଖଇରା, ବଟେଶ୍ୱର, ମହତୀପୁର ଗଣ୍ଡିବେ, ତୁଡିଗଡିଆ, ଡଗରପଡା, ଜଳଦା, କୁଣ୍ଟା, ରାଇକୁଳା, କୁପାରୀ, ତାଳମହୁରୀ, ଅର୍ଜୁନପୁର, ଭିମନାଥାପୁର ପ୍ରମୁଖ ଶୈବପୀଠ ଅନ୍ୟତମ।

Leave a Reply

Your email address will not be published. Required fields are marked *