ଖଇରା ବ୍ଲକରେ ଛତୁ ଫୁଟିଲା ପରି ଖୋଲୁଛି ବେସରକାରୀ ବିଦ୍ୟାଳୟ

(ଅଣ୍ଡା ଓ ପୋଷାକ ଅଟକାଇ ପାରୁନାହିଁ ପିଲାଙ୍କ ଉପସ୍ଥାନ)

ଖଇରା, ୧୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରାଶ)- ଖଇରା ବ୍ଲକ ଅଂଚଳରେ ଛତୁଫୁଟିଲାପରି ଖୋଲୁଛି ବେସରକାରୀ ବିଦ୍ୟାଳୟ। ସରକାରୀ ଅଣ୍ଡା ଓ ପୋଷାକ ଅଟକାଇ ପାରୁନାହିଁ ପିଲାଙ୍କ ଉପସ୍ଥାନ। ବିଦ୍ୟାଳୟରେ ଅଣ୍ଡା, ମଧ୍ୟାନ୍ନ ଭୋଜନ ଚାଉଳ, ଖେଳପଡିଆ, ପୋଷାକ, ମାଗଣା ବହି, ସାଇକେଲ, ଦରମା ଛାଡ ଆଦି ଦିଆଯାଉଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା କମିବାରେ ଲାଗିଛି। ଏହି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକର ୩୭ଗୋଟି ପଞ୍ଚାୟତର ବିଭିନ୍ନ ଗାଁରେ ବେସରକାରୀ ବିଦ୍ୟାଳୟ ଦିନକୁଦିନ ଛତୁଫୁଟିଲାପରି ଗଢିଉଠିଲାଣି। ପୂର୍ବ ବର୍ଷ ଅପେକ୍ଷା ଚଳିତ ୨୦୧୮-୧୯ ବେଳକୁ ପା୍ରଥମିକ ଶିକ୍ଷା ବିଭାଗର ଏହି ପିଲା ସଂଖ୍ୟା କମିବାରେ ଲାଗିଛି। ଏହାକୁ ରୋକିବାକୁ ଶିକ୍ଷାବିଭାଗ ତରଫରୁ ପ୍ରବେଶ ଉତ୍ସବ ପାଇଁ ବି ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲା ବଢୁ ନାହାଁନ୍ତି। ଘରୋଇ ସ୍କୁଲ ଗୋଡିକରେ ପିଲା ସଂଖ୍ୟା ବଢି ବଢି ଚାଲିଥିବାବେଳେ ସରକାରୀ ସ୍କୁଲରେ ଏହାର ସଂଖ୍ୟା କମିବା ସମସ୍ତଙ୍କୁ ଚକିତ କରିଛି। ସରକାରୀ ସ୍କୁଲରେ ଅଣ୍ଡା, ପୋଷାକ, ସାଇକେଲ ଏପରିକି ହରିଜନ ଆଦିବାସୀ ପିଲାଙ୍କୁ ଷ୍ଟାଇପେଣ୍ଡ ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ଏଡାଇଦେଇ ଅଧିକ ଖର୍ଚ୍ଚରେ ଏହି ସବୁ ବେସରକାରୀ ସ୍କୁଲରେ ପାଠ ପଢାଇବାକୁ ଅଭିଭାବକମାନେ ମନ ବଳାଉଛନ୍ତି। ଏପରିକି ଖଇରା ଅଂଚଳର ଯେଉଁ ସବୁ ସ୍କୁଲ ଚାଲିଛି ସେଥିମଧ୍ୟରୁ ଅଧିକାଂଶ ସ୍କୁଲ ୨ମହଲା ଘର, ଝରକା ବିହିନ, ସଟର ଲାଗିଥିବା, ଫଟା କାନ୍ଥ, ଖେଳ ପଡିଆ ବିହିନ, ରାସ୍ତା ପାଖ, ପୋଖରି ପାଖ, ବିନା ବିଦ୍ୟୁତ୍, ଭଡାଘରେ ଚାଲିଛି ଘରୋଇ ସ୍କୁଲ। ଗତ କିଛିଦିନ ତଳେ ସରକାର ନିୟମ କରିଥିବା ଫୟାର ବିଭାଗ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେଇଥିବା ଅଧିକାଇଶ ବେସରକାରୀ ସ୍କୁଲ କୌଣସି ନିତି ନିୟମରେ ନ ଥିବା ଜଣାପଡିଛି। ସରକାରଙ୍କର ସବୁ ଯୋଜନାକୁ ଏହି ବେସରକସରୀ ଅନୁଷ୍ଠାନ ଫସର ଫଟାଇ ଦେଉଛନ୍ତି। ଏମାନଙ୍କ ଉପରେ ନା ଅଛି ଅଙ୍କୁଶ ନ ଅଛି କଟକଣା। ଖଇରା ବ୍ଲକର ଅଗଣିତ ସ୍କୁଲ ସରକାରଙ୍କ ନିତି ନିୟମକୁ ନମାନି ବର୍ଷକୁ ବର୍ଷ ନୂତନ ସ୍କୁଲ ଖୋଲିବାରେ ଲାଗିଛନ୍ତି। ଏ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସ୍କୁଲ ଖୋଲିଲେ ବେସରକାରୀ ସ୍କୁଲ ଉପରେ ତଦନ୍ତ ହେବ ବୋଲି କହିଛନ୍ତି। ସରକାର ଏମାନଙ୍କ ଉପରେ ନିତି ନିୟମ ଅନୁସାରେ ଅଂକୁଶ ଲଗାଇବା ପାଇଁ ବୁଦ୍ଧିଜିବୀ ସହିତ ବହୁ ଜନସାଧାରଣ ଦାବି କରୁଛନ୍ତି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *