ଜିଲ୍ଲା ପରିକ୍ରମା

ଖଇରା ଫତେପୁର ରାସ୍ତାରେ ଶହଶହ ଖାଲ, ଜନସାଧାରଣଙ୍କ ବଢୁଛି ଚିନ୍ତା,ରାସ୍ତା ଅବରୋଧ କରିବା ଆଶଙ୍କା

ଖଇରା,୯/୩/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ଔପଦା ବ୍ଲକକୁ ସଂଯୋଗ କରୁଥିବା ଖଇରା ଫତେପୁର  ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତାଟି ଏବେ ଜନସାଧାରଣଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଖଇରାରୁ ଔପଦା ବ୍ଲକ ଅଂଚଳ ସହିତ ମୟୁରଭଞ୍ଜକୁ ଏହି ରାସ୍ତାଟି ସଂଯୋଗ ହୋଇଥିବାବେଳେ ଦୈନିକ ଶହଶହ ଜନସାଧାରଣ ସହିତ ବିଭିନ୍ନ ପ୍ରକାର ଜରୁରୀକାଳୀନ ଗାଡିମୋଟର ଯିବାଆସିବା କରିଥାଏ ।  ଏହି ରାସ୍ତାଟିକୁ  ଓ.ସି.ସି କମ୍ପାନୀ ଗତ ୨୦୧୨ରେ ନିର୍ମାଣ କରିଥିଲା । ଏବେ ରାସ୍ତାର ଅବସ୍ଥା ଖାଲ ଢୀପରେ ପରିଣତ ହୋଇ ଜନସାଧାରଣଙ୍କପାଇଁ ମୃତ୍ୟୁର କାରଣପାଲଟିଛି । ଯାହାବି ମରାମତି ହେଉଛି ତାହା ନିମ୍ନମାନର ହେଉଛି । ଢଳେଇଫାଟି ଆଁ କଲାଣି  ଅଥଚ ମରାମତି ହେଉନାହିଁ । ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ୩ ଗୋଟି ଜିଲାର ଲୋକ ଗତା ଗତ କରୁଛନ୍ତି । ଯାତ୍ରୀବାହୀ ବସ  ଫତେପୁରରୁ ଭାୟା ଖଇରା ଦେଇ ବାଲେଶ୍ୱର, ଘଟଗାଁ  ସହିତ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଛି । ଯାତ୍ରୀ ମାନେ ବହୁ ବିପଦ ସଙ୍କୁଳ ଅବାସ୍ଥାରେ ଯାତାୟତ କରୁଛନ୍ତି । ଆହରିୁ ସ୍କୁଲ, କଲେଜର ଛାତ୍ର ଛତ୍ରୀ ମାନେ ସେହି ରାସ୍ତାରେ ଗମନା ଗମନ କରୁଛନ୍ତି । ୧୦୮,୧୦୨,ଦମକଳ ସେବା ପାଇଁ କେତେ କଷ୍ଟ ନିଜେ ନଦେଖିଲେ  ଜାଣି ହେବ ନାହିଁ ।  ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ  ଜଣାଇଆସୁଥିଲେ  ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ସରାକାରଙ୍କର ସବୁ ଯୋଜନା ଥାଇମଧ୍ୟ ଲୋକମାନେ ହନ୍ତସନ୍ତ ହୋଇ ଗମନା ଗମନ କରିବା ପ୍ରଶାସନକୁ ଅଙ୍ଗୁଳି ନିଦେ୍ର୍ଦଶକରୁଛି । ଗାଁକୁ କାମ ମା”କୁ ସମ୍ମାନର ଡିଙ୍ଗୁରା ପିଟୁଥିବା ଶ୍ରେଷ୍ଠ ପ୍ରଶାସକ ଏବଂ ବାରମ୍ବାର ବିଭିନ୍ନ ପ୍ରକାର  ପୁରସ୍କାର  ପାଉଥିବାବେଳେ ଦେଖି ନ ଦେଖିଲାପରି ଅନ୍ଧସାଜି ବସିିଛି ।  ଏହାଛଡା ବ୍ଲକର ଥିବା ରାସ୍ତା ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା   କଥା ନ କହିବା ଭଲ । ରାସ୍ତାରେ ଅଘୋଷିତ ହମ୍ପସ୍ ନିର୍ମାଣ ମଧ୍ୟ ଜନସାଧାରଣଙ୍କ ପାଇଁ ମୃତ୍ୟୁର କାରଣ ସାଜିଥିଲାବେଳେ ପ୍ରଶାସନର ଏଠି ନାଟ ଚାଲିଛି । କଥାରେ ଅଛି ବାପ ଥିଲା ପୁଅ ସଭାରେ ହାରେନା ଅର୍ଥାତ ସରକାର ଯଦି ବାପ ହୁଏ ଜନସାଧାରଣ ସେମାନଙ୍କର  ପୁଅ ପରି । ବାପ ଶ୍ରେଷ୍ଠ ପୁରସ୍କାର ପାଉଥିଲାବେଳେ ପୁଅ(ପ୍ରଜା/ଜନସାଧାରଣ) ଏଠାରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି ।  । ବାପ ଥାଇ ପୁଅ ସଭାରେ ହାରିଲାପରି ମନେହେଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟରେ ଏ ଅଂଚଳକୁ ସାବତ ମା’ର ସନ୍ତାନ ପରିଅଣଦେଖାକରାଯାଉଛି । କାରଣ ଏଠାକାର  ଜନସାଧାରଣ ସରଳ ନୀରିହ ହୋଇଥିବାରୁ  କମାରଶାଳରେ ଯେପରି ଲୁହାଦେଖି ପାଣି ଦିଆଯାଏ ପ୍ରଶାସନ ତାହାହିଁ କରୁଛି । ଏହା କ’ଣ ଶ୍ରେଷ୍ଠ ପ୍ରଶାସକ ପ୍ରତି ଅଙ୍ଗୁଳି ନିଦେ୍ର୍ଧଷ କରୁନାହିଁ କି ? ପ୍ରକାଶ ଥାଉକି ଏହା ପୂର୍ବରୁ ଖଇରା ବ୍ଲକର ବିଭିନ୍ନି  ସମସ୍ୟା ବାବଦରେ  ଗଣମାଧ୍ୟମ ଓ ଦୈନିକ ଖବର କାଗଜରେ ପ୍ରକାଶ ହୋଇଥିଲେ ମଧ୍ୟ ପ୍ରଶାସନ ନାହିରେ ଜଡା ତେଲଦେଇ ଶୋଇଲାପରି ଲାଗୁଛି । ପାନୀୟ ଜଳ ବିଷୟରେ ନ କହିବା ଭଲ କହିଲେ କୂଳକୁଟୁମ୍ଭକୁ  ଲାଜ ଲାଗିବ । ଯଦି ଆଗାମୀ ବର୍ଷାଦିନ ପୂର୍ବରୁ ସମସ୍ୟାର ସମାଧାନ ଓ   ମରାମତି  କରା ନ ଯାଏ ଜନସାଧାରଣ ରାଜରାସ୍ତାକୁ ଉହ୍ଲାଇବା ସଙ୍ଗେସଙ୍ଗେ ରାସ୍ତା ଅବରୋଧ କରିବାପାଇଁ ସଜବାଜ ହେଉଥିବାର ଆଲୋଚନାରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top