ଜିଲ୍ଲା ପରିକ୍ରମା

ଖଇରା ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଗ୍ନ ଅବସ୍ଥାରେ ପଡି ରହିଛି, ତୁରନ୍ତ ପଦକ୍ଷେପ ନେବାକୁ ଦାବି

ଖଇରା, ୪/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଖଇରା ଠାରେ ଥିବା ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଏକ ବର୍ଷରୁ ଉର୍ଦ୍ଧ ହେବ ଭଗ୍ନ ଅବସ୍ଥାରେ ପଡି ରହିଛି। ଏହା ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇ ଥିବାରୁ ଖଇରା ଅଂଚଳ ସହିତ ପଡୋଶୀ ଅଂଚଳରୁ ମଧ୍ୟ ଲୋକମାନେ ଏଠାକୁ ଚିକିତ୍ସା ନିମିତ୍ତ ଆସିଥାଆନ୍ତି। ବର୍ତ୍ତମାନର ପୁରୁଣା କେନ୍ଦ୍ରଟି ର୍ଦୁବଳ ହୋଇପଡିବାରୁ ସରକାର ରୋଗୀମାନଙ୍କ ନିମନ୍ତେ ପ୍ରାୟ ୧କୋଟି୧୭ଲକ୍ଷ ଟଙ୍କା ବିନିମୟରେ ନୂତନ ବିଲଡିଙ୍ଗ୍ ନିର୍ମାଣ କଲେ। ଦୈନଦିନ ଏଠାକୁ ସ୍ଥାନିୟ ଅଂଚଳ ସହିତ ଦୂରଦୂରାନ୍ତରୁ ରୋଗୀମାନେ ଚିକିତ୍ସା ପାଇଁ ଧାଇଁ ଆସିଥାଆନ୍ତି। କିନ୍ତୁ ବଡ ଦୁଃଖ ଓ ଲଜ୍ୟାର କଥା ଦିନରେ ରୋଗୀ ସେବା ଚାଲୁଥିବା ସମୟରେ ପ୍ରଚଣ୍ଡ ଶବ୍ଦକାରୀ ଯନ୍ତ୍ର ଦ୍ୱାରା ଭଙ୍ଗାଚାଲୁଛି ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ। ପ୍ରଚଣ୍ଡ ଶବ୍ଦ ହେତୁ ରୋଗୀମାନେ ସୁରକ୍ଷିତ ଚିକିତ୍ସା ମଣୁ ନ ଥିବାରୁ ବାଧ୍ୟହୋଇ ଅନ୍ୟତ୍ର ପଳାଇଯାଉଛନ୍ତି। ଯାହାଦ୍ୱାରା ରୋଗୀମାନଙ୍କର ଦାରିଦ୍ରତା ବଢିଯାଉଛି ପୁରୁଣା କେନ୍ଦ୍ରକୁ ଭାଙ୍ଗୁଥିବା ଭଗ୍ନକାରୀଙ୍କ ପାଇଁ। ବିଭାଗୀୟଅଧିକାରୀ ଭାଙ୍ଗିବା ଖର୍ଚ୍ଚ ପ୍ରଦାନ କରିସାରିଥିବାବେଳେ ଭଗ୍ନକାରୀ ନିଜଇଛା ଅନୁସାରେ ବର୍ଷବର୍ଷଧରି ଭାଙ୍ଗୁଛନ୍ତି। ଯେତେବେଳେ ମନେ ପଡୁଛି ଭାଙ୍ଗୁଛନ୍ତି ମନେ ନପଡିଲେ ନାହିଁ। ଭାଙ୍ଗୁଥିବା ଲୋକଙ୍କୁ ପଚାରିଲେ କହୁଛନ୍ତି ଆମକୁ ଆମ ଠିକାଦାର କହିଛନ୍ତି ଭାଙ୍ଗିବାକୁ ଆମେ ଭାଙ୍ଗୁଛୁ, ଭାଙ୍ଗିବାରେ ହେଉଥିବା ଶବ୍ଦରେ ରୋଗୀସେବା ବ୍ୟାଘତ ହେଲେ ଆମେ କରିବୁ କଣ। ଠିକାଦାର ଦିନରେ କହିଛନ୍ତି ଭାଙ୍ଗିବାକୁ ଆମେ କଣ ରାତିରେ ଭାଙ୍ଗିବୁ। ଏଠାରେ ପ୍ରଶ୍ନ ଉଠୁଛି କିଏ ସେ ଠିକାଦାର ? ଭାଙ୍ଗିବାପାଇଁ ବିଭାଗୀୟ ଅଧିକାରୀଙ୍କ ଠାରେ କି ପ୍ରକାର ଚୁକ୍ତି ହୋଇଛି ? କେତେ ଦିନ ଭିତରେ ଭାଙ୍ଗି ଅନ୍ୟତ୍ର ନେବା କଥା ? ଭାଙ୍ଗିବାର ସମୟ କଣ ଥିଲା ? ଭାଙ୍ଗିବା ସମୟରେ ରୋଗୀସେବା ଯେପରି ବାଧାପ୍ରାପ୍ତ ନ ହୁଏ ସେଥି ପ୍ରତି ବିଭାଗୀୟ ଅଧିକାରୀ ଠିକାଦାରକୁ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ? ଏବିଷୟରେ ବିଭାଗୀୟ ଏସ ଇ, ଅତିରିକ୍ତ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ୨ ଦିନ ଭିତରେ ଠିକାଦାରକୁ ଡାକି ପଦକ୍ଷେପ ନେବେ ବୋଲି କହିଛନ୍ତି। ତୁରନ୍ତ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ତଥା ବୁଦ୍ଧିଜୀବିମାନେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top