ad
ଜିଲ୍ଲା ପରିକ୍ରମା

ଖଇରା ଜନଜାଗରଣ ମଞ୍ଚ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ଖଇରା, ୧୭/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ କୁ ଛେନାପଦିଦେଇ କେନ୍ଦୁଝର ପର୍ଯ୍ୟନ୍ତ ସଂପ୍ରସାରଣକରି ଜାତୀୟ ରାଜ ପଥର ମାନ୍ୟତା ଦେବା ପାଇଁ ଖଇରା ଜନଜାଗରଣ ମଂଚ ତରଫରୁ କେନ୍ଦ୍ର ପରିବହନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ରାସ୍ତାଟି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଅଛି। ଖଇରା ଅଂଚଳରୁ ଖଣିଜ ପଦାର୍ଥ ଉତ୍ତୋଳନ ହୋଇ ଧାମରା ବନ୍ଦରକୁ ନିୟମିତ ଭାବରେ ଶହଶହ ଟ୍ରକ ଯାତାୟତ କରୁଛି। ଖଇରା-କୁପାରୀ-ଆଗରପଡା-ସୋସ-ଢେଙ୍କା ଓ ଛେନାପଦି ଦେଇ କେନ୍ଦୁଝରକୁ ସଂଯୋଗ ହେଲେ ରାସ୍ତାର ଦୂରତା ବହୁ ପରିମାଣରେ କମିଯିବ। ଅନ୍ୟଥା ଭଦ୍ରକ କିମ୍ବା ପାଣିକୋଇଲି ଦେଇ ଘୁରିଘୁରି ଯିବାକୁ ପଡିବ ନାହିଁ। ଖଇରାରୁ ରାଉରକେଲା ଏବଂ ଖଇରାରୁ କଲିକତାକୁ ଯିବାଆସିବା ପାଇଁ ସୁବିଧା ହେବ। ଖଇରା ଅଂଚଳ ଖଣିଖାଦାନ ଭରା ଅଂଚଳ ହୋଇଥିବାରୁ ଏଠାରେ ଉତ୍ପାଦିତ ହେଉଥିବା ଲଘୁ ଖଣିଜ ପଦାର୍ଥ ସହଜରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇପାରନ୍ତା। ଅନ୍ୟଥା ପରିବହନ ଜନିତ ସମସ୍ୟା ଦୂର ହେବା ସହିତ ପରିବହନ ଖର୍ଚ୍ଚ ମଧ୍ୟ କମ୍ ଲାଗନ୍ତା। କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏହାବି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣହୋଇପଡିଛି। ଏହି ଦାବିପତ୍ରକୁ ପ୍ରତିଭା ପରିବାର, ପୂର୍ବତନ ବାଚଷ୍ପତି ମୁକୁନ୍ଦ ଦାସ ଫାଉଣ୍ଡେସନ, ବ୍ଲକର ବିଭିନ୍ନ ସମାଜସେବୀ ଦାବି କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଏହି ସମସ୍ତ ସଂଗଠନ ତରଫରୁ ପୂର୍ବରୁ ବହୁ ବାର ଦାବି ପତ୍ର ପ୍ରଦାନ କରାଯାଉଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିବା ଜନସାଧାରଣ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି। ମନେହେଉଛି ଯେପରିକି ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ଅବହେଳା କରୁଛନ୍ତି। ଏବାବଦରେ ସୋର ପୁର୍ତ୍ତବିଭାଗର ସହକାରୀଯନ୍ତ୍ରୀ ସୁବଳ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଜାତୀୟ ରାଜପଥ ହେବାର ଆମ୍ଭ ପାଖରେ କୌଣସି ଖବର ନାହିଁ। ଏଠାରେ ପ୍ରକାଶ ଥାଉକି ସୋରରୁ ଛେନାପଦି ପ୍ରାୟ ୬୦କିମି ହେବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top