ad
ଜିଲ୍ଲା ପରିକ୍ରମା

ଖଇରା ଗ୍ରାମ୍ୟଉନ୍ନୟନ କାର୍ଯ୍ୟାଳୟ କାହିଁକି ଭୂତକୋଠି ପାଲଟିଛି ?

ଖଇରା, ୧୭/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଗ୍ରାମ୍ୟଉନ୍ନୟନ ବିଭାଗ ଡିଭିଜନ-୨ ଅଧିନରେ ଥିବା ମାର୍କୋଣା ସବ୍ ଡିଭିଜନ ୫୭ ନମ୍ବର ସୋର-କୁପାରୀ ରାଜ୍ୟରାଜପଥ ପାଶ୍ୱର୍ରେ ଥିବା ବଟେଶ୍ୱର(ଖଇରା) ଠାରେ ୪ ବର୍ଷ ପୂର୍ବେ ଏକ ଗ୍ରାମ୍ୟଉନ୍ନୟନ ସେକ୍ସନ କାର୍ଯ୍ୟାଳୟ କରାଯିବା ନିମନ୍ତେ ଗୃହ ନିର୍ମାଣ କରାଯାଇଥିଲା। ଗୃହ ନିର୍ମାଣର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେକ୍ସନ ଅଫିସ ଖୋଲାଯାଉନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ସରକାରୀ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହେବା ସହ ଅଫିସ କାର୍ଯ୍ୟାଳୟ ହତା ମଧ୍ୟରେ ଅନାବନା ଗଛ ଉଠି କୃତ୍ରୀମ ଜଂଗଲ ସୃଷ୍ଟି ହୋଇଯାଇଛି। ଉକ୍ତ କାର୍ଯ୍ୟାଳୟଟି ପରିତ୍ୱକ୍ତ ଅବସ୍ଥାରେ ପଡିଥିବାରୁ ରାତ୍ରୀ ସମୟରେ ସେଠାରେ ମଦୁଆମାନଙ୍କର ଆଡ୍ଡା ଜମିବା ସହିତ ନାନା ପ୍ରକାର ଅସାମାଜିକ କାର୍ଯ୍ୟଚାଲିଥିବାର ପରିଲଖିତ ହେଉଛି। ଘଟଣା ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ବାବଦରେ ସ୍ଥାନିୟ ବାସିନ୍ଦା ସର୍ବଶ୍ରୀ ଅନାମ ଚରଣ ପଣ୍ଡା, ରାଧାକାନ୍ତ ପାତ୍ର, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ନାୟଣ ଖିଲାର, ଅକ୍ଷୟ କୁମାର ଦାସ, ମନୋରଂଜନ ଦାସ, କାର୍ତ୍ତିକ ମହାପାତ୍ର, ରଘୁନାଥ ସାମଲ, ମାନସ ଲେଙ୍କା, ବସନ୍ତ ଲେଙ୍କା ପ୍ରମୁଖ ରାଜ୍ୟ ସରକାରଙ୍କ ଗ୍ରାମ୍ୟଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ, ଅଧିକ୍ଷଣଯନ୍ତ୍ରୀ, ନିର୍ବାହିଯନ୍ତ୍ରୀ-୨ଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ସୁଧ୍ୟା କୌଣସି ସୁଫଳ ମିଲିନାହିଁ। ଖଇରା ବଟେଶ୍ୱର ଠାରେ ଖୋଲାଯାଇଥିବା ସେକ୍ସନ ଅଫିସ ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବସ ଚନ୍ଦ୍ର ସାହୁଙ୍କୁ ନିଯିକ୍ତି ଦିଆଯାଇଥିବାବେଳେ ସେ ଖଇରା ପରିବତ୍ତତ୍ତେମାର୍କୋଣାରେ ରହି କାମ କରୁଛନ୍ତି। ଶ୍ରୀ ସାହୁ ଖଇରା ଅଫିସକୁ ଆସି କାର୍ଯ୍ୟ କରିବା ପାଇଁ ଅନିଛା ପ୍ରକାସ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଏସଡିଓ ମାର୍କୋଣାରେ ଥିବା ସୁବାସ ସାହୁଙ୍କୁ ଖଇରା ଠାରେ ରହି ଦୈନିକ ଅଫିସ ଖୋଲି କାର୍ଯ୍ୟ କରିବା ନିମନ୍ତେ ଏକ ସରକାରୀ ଚିଠି ଲେଖିଥିଲେ ମଧ୍ୟ ତାଙ୍କର ଏଥିପ୍ରତି ଖାତିର ନାହିଁ। ଯଦିଓ ଶ୍ରୀ ସାହୁ ୬ ବର୍ଷଧରି ଖଇରା କିମ୍ବା ମାର୍କୋଣାରେ ନ ରହି ପ୍ରତ୍ୟେକ ଦିନ ଭଦ୍ରକରୁ ଯିବାଆସିବା କରୁଛନ୍ତି। ଆବଶ୍ୟକ ସମୟରେ ସ୍ଥାନିୟ ବାସିନ୍ଦା ସହକାରୀ ଯନ୍ତ୍ରୀ ଶ୍ରୀ ସୁବାସ ସାହୁଙ୍କୁ ପାଉ ନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସ୍ଥାନିୟ ବାସିନ୍ଦାମାନେ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି ଯେ ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ବିଭିନ୍ନ ରାଜନେତା, ବିଭାଗୀୟ ଅଧିକାରୀ ଓ କେତେକ କୁଜିନେତା ଏବଂ ଦୁର୍ନିତଗ୍ରସ୍ତ ଠିକାଦାରଙ୍କୁ ହାତରେ ରଖି ଏଭଳି ଘଟଣା ଘଟାଇଛାଲିଛନ୍ତି। ଘଟଣା ସଂପର୍କରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଥା ବାଲେଶ୍ୱର ଜିଲ୍ଲାପାଳ ବିହିତ ପଦକ୍ଷେପ ନେବାସହିତ ସୁବାସଚନ୍ଦ୍ର ସାହୁଙ୍କୁ ଅନ୍ୟତ୍ର ବଦଳି କରାଯାଇ ତାଙ୍କ ସ୍ଥାନରେ ନୂତନ ସହକାରୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଗଲେ ଜନସାଧାରଣମାନେ ଉପକୃତ ହୁଅନ୍ତେ ବୋଲି ସବୁ ବର୍ଗରୁ ଦାବି ହେଉଛି। ସରକାର କାର୍ଯ୍ୟାଳୟର ନାମ ଓଡିଆରେ ଲେଖିବା ପାଇଁ ଘୋଷଣା କରି ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ବିନା ଫଳକରେ ଚାଲିଛି ବଟେଶ୍ୱର(ଖଇରା)ଠାରେ ଥିବା ଗ୍ରାମ୍ୟଉନ୍ନୟନ କାର୍ଯ୍ୟାଳୟ। ସାଧାରଣ ଜନତା ଜାଣି ପାରୁ ନାହାଁନ୍ତି ଏହା ଅଫିସ କାର୍ଯ୍ୟାଳୟ ନା ଅନ୍ୟ କେଉଁ ବ୍ୟକ୍ତିଗତ ଲୋକର କୋଠାଘର ? ଏହା କ’ଣ ଲଜ୍ୟାର କଥା ନୁହେଁକି ? ଏ ବିଷୟରେ ନିର୍ବାହିଯନ୍ତ୍ରୀ-୨ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top