ଜିଲ୍ଲା ପରିକ୍ରମା

ଖଇରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତି ପାଳିତ

ଖଇରା, ୨୭/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମ୍ମୁଖସ୍ଥ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଖଇରା ଗାନ୍ଧୀ ଭାବେ ଏ ଅଂଚଳରେ ଘରେ ଘରେ ପରିଚିତ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ୧୦୭ ତମ ଜୟନ୍ତି ପାଳିତ ହୋଇଯାଇଛି। ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ବୁଦ୍ଧିରାମ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ୱାଇଁ, ପଣ୍ଡିତ ଅନାମ ଚରଣ ଦାଶ, ବସନ୍ତ କୁମାର ଦାସ, ବଳରାମ ପଣ୍ଡା, ମଣିଭଦ୍ର ମହାନ୍ତି, କୈଳାସ ପୃଷ୍ଟି, ନରେଶ ମହାନ୍ତି, ଉପେନ୍ଦ୍ର ପ୍ରସାଦ ଦାସ ଓ ହରେକୃଷ୍ଣ ଦାସ ପ୍ରମୁଖ ବକ୍ତାମାନେ ଯୋଗଦେଇ ଅରଟରେ ସୂତା କାଟି ନିଜ ପାଇଁ ପିନ୍ଧା ବସ୍ତ୍ର ତିଆରି କରିବା, ଅନୁଷ୍ଠାନ ପ୍ରତିଷ୍ଠା, ଜାତୀୟତାବୋଧ, ସ୍ୱାବଲମ୍ବନଶୀଳତା ସହିତ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିପୁଣତା ବିଷୟରେ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top