ଖଇରାରେ ମହିଳା ସୁରକ୍ଷାଯାତ୍ରାକୁ ଭାଜପାର ସ୍ୱାଗତ

ଖଇରା, ୨୨/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ମହିଳା ସୁରକ୍ଷା ଯାତ୍ରା ତରଫରୁ ବାଲେଶ୍ୱର ଜିଲ୍ଲା ଖଇରା ଠାରେ ଏକ ସଭା ଜ୍ୟୋତ୍ସାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଛି। ମହିଳା ସୁରକ୍ଷା ଯାତ୍ରାର ମୁଖ୍ୟ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ଶୋଭନା ମହାନ୍ତି, ମହିଳା ସୁରକ୍ଷା ଯାତ୍ରା ସଂଯୋଜିକା ତଥା ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମାରାଣୀ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ସିପ୍ରା ବାଜପେୟୀ, ନିଳୀମା ପାଢୀ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ କମଳା ବିନ୍ଧାଣୀ, ଭଦ୍ରକ ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଜିଲ୍ଲାପରିଷଦ ପାଇଁ ଲଢିଥିବା ପ୍ରର୍ଥିନୀ ସରସ୍ୱତୀ ହୋ, ତିଲୋତ୍ତମା ତ୍ରିପାଠୀ, ସୁଶ୍ରୀ ସବିତା ସାହୁ, ଜାମୁଝାଡିର ନିର୍ବାଚିତ ସରପଞ୍ଚ ସସ୍ମିତା ଦାସ, ବରି ଗ୍ରାମ ପଞ୍ଚାୟତର ନିର୍ବାଚିତି ସରପଞ୍ଚ ଅମିତା ପଟ୍ଟନାୟକ, ୬ ନମ୍ବର ଜିଲ୍ଲାପରିଷଦ ଜିଲ୍ଲା ଉପସଭାପତି ମିନାକ୍ଷୀ ମହାପାତ୍ର, ହରିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଲୋଚନା ରାଉତରାଏ, ହରିପୁର ସମିତି ସଦସ୍ୟା ଚମ୍ପାବତୀ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଗୌରୀ ମହାପାତ୍ର, କଇଥଗଡିଆ ସମିତି ସଦସ୍ୟା ମାଳତୀ ଲତା ନାୟକ, ଗଗନଧୁଳି ସରପଞ୍ଚ ତିଳୋତ୍ତମା ମଳିକ, ମାର୍କୋଣା ମହିଳା ମୋର୍ଚ୍ଚା ସଭାନେତ୍ରୀ ଉର୍ମିଳା ଦାସ, ଜିଲ୍ଲା ଉପସଭାପତି ଗୀତାରାଣୀ ନାଥ, ଜଳଦା ସମିତି ସଦସ୍ୟା ସୁଲୋଚନା ଦାସ, ରଟିଣା ସମିତି ସଦସ୍ୟା ଅନୁପମା ଜେନା, ନିର୍ବାଚନି ମଣ୍ଡଳି ସୁରକ୍ଷାଯାତ୍ରା ସଂଯୋଜିକା ମେନକା ପାଣ୍ଡିଆ, ଜିଲ୍ଲାପରିଷଦ ପ୍ରାର୍ଥିନୀ ତପସ୍ୱନି ରାଉତ, ଅନ୍ତରା ମଣ୍ଡଳ ମହିଳା ସଭାନେତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି, କୁପାରୀ ମହିଳା ମୋର୍ଚ୍ଚାର ସଂନ୍ଧ୍ୟାରାଣୀଦାସ ପ୍ରମୁଖ ଯୋଗଦେଇ ଅପାରଗ, ନିକମା, ନିର୍ଲଜ୍ୟ, ଖଣିଚୋର, ପାଣିଚୋର, ନାରୀମାନଙ୍କୁ ସମ୍ମାନ ଦେଇ ଶିଖିନଥିବା, ନାରୀ ଧର୍ଷଣକାରୀ, ଗାଁକୁ କାମ ମାକୁ ସମ୍ମାନ ଦେଇ ଶିଖି ନ ଥିବା ନବୀନ ସରକାର ବିରୋଧରେ ଉପସ୍ଥିତ ଶହ ଶହ ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ଶୋଭନା ମହାନ୍ତିଙ୍କର ନବୀନ ବିରୋଧି ଭାଷଣ ଉପସ୍ଥିତ ଶତାଧିକ ମହିଳା ମାନଙ୍କ ମଧ୍ୟରେ ବେସ ଆଲୋଡନ ସୃଷ୍ଟି କରିଥିଲା। ସବୁଠାରୁ ବେସି ଆକର୍ଷିତ ହୋଇଥିଲା ଗୋଳିହା ପଞ୍ଚାୟତର ଗରିବ, ନିଃସହାୟ ଆଦିବାସୀ ମହିଳା ମଞ୍ଜୁ ସିଂର ଭାଷଣ। ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ଘଡେଇଙ୍କ ସ୍ୱାମୀ ସଂପଦ ଘଡେଇଙ୍କ କାର୍ଯ୍ୟକଳାପ। ନୀରିହା ମଞ୍ଜୁ ସିଂକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା, ଘରୁ ବାହାର କରିଦେବାପାଇଁ ଧମକଦେବା, ରେସନ କାର୍ଡକୁ ଚିରି ଫୋପାଡି ଦେବା, ଗୋଇଁଠା ମାରିବା, ସେ ଜଣେ ଆଦିବାସୀ ନିରିହା ନାରୀ ହୋଇଥିବାରୁ ବିଭିନ୍ନ ସମୟରେ ତାକୁ ଏପରି ଭାଷା ପ୍ରୟୋଗ କରିବା, ହଇରାଣ ହରକତ କରିବା, ଘୃନ୍ୟ ଦୃଷ୍ଟିରେ ଦେଖିବା ଏପରି ଅନେକ କିଛି ଭାଷଣରେ କାନ୍ଦି କାନ୍ଦି କହିବା ସହିତ ମହିଳା ମୋର୍ଚ୍ଚାମାନଙ୍କୁ ସୁକ୍ଷାପାଇଁ ନିବେଦନ କରିଥିଲେ। ନବୀନ ସରକାରର ଏପରି ଗୁଣ୍ଡାମାନଙ୍କ କବଲରୁ ରକ୍ଷାପାଇବାକୁ ହେଲେ ଦରକାର ପଡିଲେ ନିଜର ଇଜ୍ଜତ ନେବାକୁ ନବୀନା ସରକାରର ଗୁଣ୍ଡାମାନେ ପଛାଇବେ ନାହିଁ ବୋଲି ମଞ୍ଜୁ ସିଂ ବକ୍ତବ୍ୟରେ କହିଥିଲେ। ଏ ସରକାର ଗୁଣ୍ଡାରାଜର ସରକାର, ଧର୍ଷଣର ସରକାର, ନାରୀନିର୍ଯାତନାର ସରକାର, ଗାଁକୁ କାମ ମାକୁ ସମ୍ମାନର ନାରାବାଜି କରୁଥିବା ସରକାରକୁ ପତନ କରିବା ପାଇଁ ଉଦବୋଧନ ଦେଇଥିଲେ।

Leave a Reply

Your email address will not be published. Required fields are marked *