ଖଇରାରେ ନେଟୱାର୍କ ସେବା ବାଧାପ୍ରାପ୍ତ, ଲୋକେ ହେଉଛନ୍ତି ହନ୍ତ ସନ୍ତ

ଖଇରା, ୩୦/୬/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ଅଂଚଳରେ ଆଜକୁ ୨ ମାସରୁ ଅଧିକ ହେବ ବିଏସଏନଏଲ, ଏଆରଟେଲ, ଭୋଡା ଫୋନ ନେଟ ୱାର୍କ ସେବା ସମେତ ବିଭିନ୍ନ ନେଟ ୱାର୍କ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡୁଥିବା ଯୋଗୁଁ ପ୍ରତି ିକାର୍ଯ୍ୟରେ ପ୍ରତିଟି ମନୁଷ୍ୟକୁ ହଇରାଣ ହରକତ ସହିତ ଅପମାନିତ ହେବାକୁ ମଧ୍ୟ ପଡୁଛି। ଗ୍ରୀଷ୍ମ ଛୁଟି ପରେ ସ୍କୁଲ କଲେଜ ସହିତ ବିଭିନ୍ନ ଶିକ୍ଷାଅନୁଷ୍ଠାନ ଖୋଲି ଯାଇଥିବାରୁ ପିଲାମାନଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ପ୍ରମାଣ ପତ୍ରର ଆବଶ୍ୟକ ଥିବାରୁ କେବଳ ନେଟ ୱାର୍କ ସେବା ପାଇଁ ହିଁ ସବୁକିଛି ଅସୁବିଧା ଭୋଗିବାକୁ ପଡୁଛି। ବର୍ତ୍ତମାନ ଅନଲାଇନ ଯୋଗରେ ନେଟ ୱାର୍କ ବାରମ୍ବାର ଧୋକା ଦେଉଥିବା ହେତୁ ଅନଲାଇନ ସେବାରୁ ବଞ୍ଚିତ ହେବାକୁ ପଡୁଛି ପ୍ରତିଟି ମନୁଷ୍ୟକୁ। ସମସ୍ତ କାର୍ଯ୍ୟାଳୟ ସହିତ ଛାତ୍ର ଛାତ୍ରୀ, ବ୍ୟାଙ୍କ ସେବା, ସମସ୍ତ ଅନଲାଇନ କାର୍ଯ୍ୟ ଠପ ହୋଇଯାଉଛି। ଏପରିକି ରଜରେ ଲୋକମାନେ ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇ ନପାରି ବହୁ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତିା ଖଇରା ଟେଲିଫୋନ ଏକ୍ସଚେନ୍ ଜ ଅପରେଟରକୁ ଯୋଗା ଯୋଗ କରିବାରୁ ସେ କହିଲେ ରାସ୍ତା କାମ ଯୋଗୁଁ ବାରମ୍ବାର ଟେଲିଫୋନ କେବୁଲ କାଟିଦିଆ ଯାଉଛି। ରାସ୍ତା ଠିକାଦାର ବାରମ୍ବାର ଜାଣିଶୁଣି ଏମିତି କରିବା ପଛରେ କାହାର ହାତ ନାହିଁତ ? ଜନସାଧାରଣ କହିବା ଅନୁସାରେ ରାସ୍ତା ଠିକାଦାର ଓ ବିଏସଏନଏଲ କର୍ମଚାରୀ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଉପଭୋକତା ମାନେ ବଳି ପଡୁଛନ୍ତି। ଜି.ଏମ . ଙ୍କୁ ଯୋଗା ଯୋଗ କରିମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ଖଇରାରେ ନେଟୱାର୍କ ସେବା ତରଫରୁ ବସିଥିବା ଟାୱାର ଉପରେ ଖଇରା, କୁପାରୀ ସମେତ ଅନେକ ଅଂଚଳର ଲୋକ ନିର୍ଭର କରନ୍ତି। ବିଶେଷ କରି କଲେଜରେ ଆଡମିସନ ପାଇଁ ସମସ୍ତ ପ୍ରକାରର ପ୍ରମାଣ ପତ୍ର ତହସିଲରୁ ମଧ୍ୟ ଠିକସେ ପାଇ ପାରୁନାହାନ୍ତି। ଅନେକ ଛାତ୍ର ଛାତ୍ରୀ ମାନେ ଅନଲାଇନରେ ଫର୍ମ ଆବେଦନ ଓ ଅନ୍ୟାନ୍ୟ ଅନଲାଇନ କାର୍ଯ୍ୟ କରି ନପାରି ପାଠପଢାରୁ ବଂଚିତ ହେଉଛନ୍ତି। ବିଦ୍ୟୁତସେବା ମଧ୍ୟ ଏଥିରୁ ବାଦ ପଡିନି। ଯେପରି କି ମନୁଷ୍ୟକ ୁବଞ୍ଚିବାକୁ ହେଲେ ଯେପରି ଖାଦ୍ୟପାନୀୟ ଓ ଲଜ୍ଜ୍ୟାନିବାରଣ ପାଇଁ ପୋଷାକର ନିତ୍ୟାନ୍ତ ଆବଶ୍ୟକ ହୋଇପଡିଥାଏ, ସେହି ପରି ଡିଜିଟାଲ ଇଣ୍ଡିଆରେ ସେହିପରି ମଣିଷର ପ୍ରତିଟି କାର୍ଯ୍ୟପାଇଁ ନେଟୱାର୍କ ସେବା ଅପରିହାର୍ଯ୍ୟ ହୋଇପଡିଛି। ନେଟୱାର୍କ ଅନଲାଇନ ସେବା ସୁବନ୍ଦୋବସ୍ତ ପାଇଁ ବିଭାଗୀୟ ଅଧିକାରୀ ଓ ଦାୟିତ୍ୱା ଧିକାରୀ ମାନଙ୍କୁ ଯୋଗାଯୋଗ କରୁଥିଲେ ବି କୌଣସି ସୁଫଳ ମିଳୁନାହିଁ। ଭାରତ ଡିଜିଟାଲ ଇଣ୍ଡିଆ ବନୁଥିବାବେଳେ ଖଇରାକୁ କୁଠାର ଘାତ ହୋଇଛି। ସବୁଠାରୁ ବେଶି ଧୋକା ଦେଉଛି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ। କାରଣ ସାମ୍ବାଦିକମାନେ କୌଣସି ଖବର ପ୍ରେସକୁ ପଠାଇପାରୁ ନାହାଁନ୍ତି କି ସାଧରଣରେ କୌଣସି ଖବର ପ୍ରକାଶ ହୋଇପାରୁନାହିଁ। ଦେଶ ଦୁନିଆ ବିଷୟରେକେହି କିଛି ଜାଣି ପାରୁ ନାହାଁନ୍ତି। ଏଥିପାଇଁ ୨୪ ଘଣ୍ଟିଆ ନେଟୱାର୍କ ସେବା ଯୋଗାଇ ଦେବା ପାଇଁ ଡିଣ୍ଡିମ ପିତୁଥିବା ସରକାରକୁ ଆଜି ଲଜ୍ଜିତ ହେବାକୁ ପଡିଛି। କିନ୍ତୁ ବଡ ଦୁଃଖର ବିଷୟ ଏହିକିଯେ ଖଇରାରେ ଥିବା ବିଏସଏନଏଲ ସେବାର ନିଜସ୍ୱ ଜମି ଖଇରା ଆରଆଇ ଅଧିନ ବିଷୁନପୁର ମୌଜାରେ ଖାତା ନମ୍ବର ୧୨୧, ପ୍ଲଟ ନମ୍ବର ୪୫୨/୫୭୮ ଏରିଆ ପଚାଶ(୫୦)ଡିସିମିଲକୁ ଡ.ରିଜରଭେସନ କେସ ନମ୍ବର ୧/୯୭ ମୂଳେ ଖଇରା ବିଏସଏନଲ ନାମରେ ଥିବା ବେଳେ ଭଡାଘରେ ସେବା ନାଁରେ ରାଜନୀତି କରୁଛି। ନିଜସ୍ୱ ଘର ତିଆରି ନକରି ଭଡାଘରେ ଚାଲୁଛି। ଯେଉଁ ଭଡାଘରେ ସାମାନ୍ୟ ବର୍ଷା ହେଲେ ପାଣିଗଳି ରେକର୍ଡପତ୍ର ନଷ୍ଟ ହେଉଛି। ବର୍ଷାଦିନେ ଘରଟି ଜଳମଗ୍ନ ହେଉଥିଲେ ମଧ୍ୟ କାହାରି ଦୃଷ୍ଟି ନପଡିବା ସେକାର ପାଇଁ ଏକ ଲଜ୍ୟା ଓ ପରିତାପର ବିଷୟ ଅଟେ। ସେବା ପ୍ରଦାନ କରିବାରେ ନାଁ ନ ଧରିବା ବଡଦୁଃଖର ବିଷୟ ଅଟେ। ଡିଜିଟାଲ ଇଣ୍ଡିଆ ଯୁଗରେ ଏପରି ଅବ୍ୟବସ୍ଥାକୁ ଜନସାଧାରଙ୍କୁ ସହଜରେ ସୁହାଉ ନାହିଁ। ଉଚ୍ଚ କର୍ତ୍ତୃପକ୍ଷ ତରଫରୁ ତୁରନ୍ତ ଭଡାଘରୁ ନିଜସ୍ୱ ଗରକୁ ଅଫିସ ଉଠାଇ ନେବା ସହିତ ସମସ୍ୟାର ସମଧାନ ପାଇଁ ଯଦି କୌଣସି ପଦକ୍ଷେପ ନିଆ ନଯାଏ ଆଗାମି ଦିନରେ ଏ ଅଂଚଳର ଜନସାଧାରଣ ଡିଜିଟାଲ ଇଣ୍ଡିଆର ସୃଷ୍ଟି କର୍ତ୍ତା ଭାରତ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି ଗୁଞ୍ଜରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *