ଜିଲ୍ଲା ପରିକ୍ରମା

ଖଇରାକୁ ଏନଏସି ପାଇଁ ଜନଜାଗରଣ ମଞ୍ଚର ଦାବି

ଖଇରା, ୨୯/୬/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ହେଉଛି ଦ୍ୱିତୀୟ ବୃହତମ ବ୍ଲକ। ଏହି ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଏହାର ଲୋକ ସଂଖ୍ୟା ୨ଲକ୍ଷ ୫୦ହଜାରରୁ ଅଧିକ। ଏହି ବାଲେଶ୍ୱର ଜିଲ୍ଲା ପଡୋଶୀ ଭଦ୍ରକ, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ସଂଲଗ୍ନ ଖଇରା ତହସିଲ ଅଧିନ ଅଟେ। ଶାରିଶୁଆ ପାହାଡ ପାଦଦେଶରେ ଅବସ୍ଥିତ ଖଣିଜ ସଂପଦଭରା ଖଇରା ତହସିଲ ହୋଇଥିବା ରୁ ତୁଡିଗଡିଆକୁ ପର୍ଯ୍ୟଟନ ସ୍ଥଳୀ ଓ କୁପାରୀକୁ ବୈଦ୍ଧବିହାର ଘୋଷଣା କରାଯାଇଛି। ହେଲେ ବଡ ଦୁଃଖର ବିଷୟ ଦେଶ ଆଜକୁ ୭୦ତମ ସ୍ୱାଧିନତା ଦିବସ ପାଳନ କରୁଥିବାବେଳେ ବର୍ତ୍ତମାନ ସୁଧା ଖଇରାବାସୀ ରାଜନୈତିକ ଓ ପ୍ରଶାସନିକ କାରଣରୁ ଅବହେଳିତ। ଏଠାରେ ତହସିଲ, ଡାକ୍ତରଖାନା, କଲେଜ, ହାଇସ୍କୁଲ, ଦମକଳକେନ୍ଦ୍ର, ସବ-ରେଜେଷ୍ଟ୍ରି ଅଫିସ, ଇରିଗେସନ ଅଫିସ, ଇଲେକ୍ ଟ୍ରିକାଲ ସବ-ଡିଭିଜନ ଅଫିସ, କୃଷି ଅଫିସ, ପୋଷ୍ଟ ଅଫିସ, ପଶୁଡାକ୍ତରଖାନା, ଷ୍ଟେଟ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କୋ-ଅପରଟେଭି ବ୍ୟାଙ୍କ ଶାଖା ଥିବାରୁ ଏହା ବ୍ଲକ ହେଡକ୍ୱାଟର ଅଟେ। ଖଇରା ବଜାରରେ ପ୍ରାୟ ୫୦୦ଶହରୁ ଅଧିକ ଦୋକାନ ଥିବାରୁ ଏହା ମଧ୍ୟ ଏକ ବାଣିଜ୍ୟ କେନ୍ଦ୍ର ପାଲଟିଛି। ଦୈନଦିନ ଏଠାକୁ ବିଭିନ୍ନ ଅଂଚଳରୁ ଶହଶହ ଜନସାଧାରଣ ଅଫିସିଆଲି କାର୍ଯ୍ୟରେ ଆସିବା ସହିତ ବାଣିଜ୍ୟ କାରବାର ମଧ୍ୟ ହୋଇଥାଏ। ଏଠାରେ ପ୍ରକାଶ ଥାଉକି ଓଡିଶା ସରକାରଙ୍କ ଗେଜେଟ ନୋଟିଫିକେସନ ନମ୍ବର ୫୦୬୬୬/ଆରଡିଏମ ତା୧୫/୯/୯୭ରିଖ ଅନୁସାରେ ଖଇରା ବ୍ଲକ ଓ ତହସିଲର ନିକଟବର୍ତ୍ତୀ ୨୬ ଗୋଟି ଗ୍ରାମର ଲୋକ ସଂଖ୍ୟା ୨୦, ୦୦୦(କୋଡିଏ ହଜାର)ରୁ ଅଧିକ ହୋଇଥିବଏବେଳେ ଏହାକୁ ଏନ.ଏ.ସି. ପାଇଁ ଧାର୍ଯ୍ୟ ହୋଇଥିବାରୁ ଡେଭେଲପମେଣ୍ଟ ଏରିଆ ଲିଷ୍ଟ୍ କରାଯାଇ ବର୍ଦ୍ଧିତ ହାରରେ ଡିସିମିଲକୁ ଟ୧୦୦୦ଙ୍କା(ଏକ ହଜାର)ନେଇ ତହସିଲଦାର ଶାରଦ କିସମ ଜମିକୁ କିସମ ପରିବର୍ତ୍ତନ କରି ଘରବାରିରେ ପରିବର୍ତ୍ତନ କରୁଛନ୍ତି। ଯଦି ଏନ.ଏ.ସି. କରିବାର ନଥିଲା କାହିଁକି ଏନ.ଏ.ସି.ର ନାଁରେ ବର୍ଦ୍ଧିତ ଟଙ୍କା ନେଇ କିସମ ପରିବର୍ତ୍ତନ ବାବଦରେ ଆଦାୟ କରାଯାଉଛି ବୋଲି ଖଇରା ଜନଜାଗରଣ ମଞ୍ଚ ଏ ଅଂଚଳର ଜନସାଧାରଣଙ୍କ ତରଫରୁ ସରକାରଙ୍କୁ ପ୍ରଶ୍ନ କରିଛି। ପୂର୍ବରୁ ବିଭିନ୍ନ କାର୍ଯ୍ୟାଳୟକୁ ଦାବି ପତ୍ରଦେଇଆସିଥିବା ବେଳେ ଗତ ତା ୦୨/୬/୨୦୧୮ ରିଖରେ ଉଚ୍ଚ ନ୍ୟାୟାଳୟ କଟକକୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜନୈତିକ ଓ ପ୍ରଶାସନିକ ଅବହେଳାରୁ ଖଇରା ଅଂଚଳର ଜନସାଧାରଣ ଅବହେଳିତ ହେଉଥିବାର ପ୍ରକାଶ କରିଛନ୍ତି।

ତୁରନ୍ତ ଏ ଅଂଚଳର ଦାବି ପ୍ରତି ଦୃଷ୍ଟିଦେଇ ଖଇରାକୁ ଏନ.ଏ.ସି.ର ମାନ୍ୟତା ପ୍ରଦାନ ପାଇଁ ଏ ଅଂଚଳର ଜନସାଧାରଣ ଓ ବୁଦ୍ଧିଜୀବିଙ୍କ ତରଫରୁ ଜନଜାଗରଣ ମଞ୍ଚ ଖଇରା ଦାବି କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top