କନ୍ଧମାଳ

କ. ନୂଆଗାଁରେ କୃଷକ କଲ୍ୟାଣ କର୍ମଶାଳା

କ. ନୂଆଗାଁ ୧୬ ମଇ (ଓଡ଼ିଆ ପୁଅ): କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର, ଜିଲ୍ଲା କୃଷି କାର୍ଯ୍ୟାଳୟ ପ୍ରାଙ୍ଗଣରେ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ “କୃଷକ କଲ୍ୟାଣ କର୍ମଶାଳା” ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ବିଭାଗରୁ ସତର ଜଣ ଅଧିକାରୀ ଙ୍କ ସମେତ କେତେକ ରାଜନେତା ତଥା ସରପଞ୍ଚ ଏବଂ ଅନେକ ପୁରୁଷ ଓ ମହିଳା ଚାଷୀ ଙ୍କ ଉପସ୍ଥିତ ରେ ବ୍ଲକ ଅଧକ୍ଷ ଶ୍ରୀ ଚକ୍ରମଣୀ କଂହର ପ୍ରଦୀପ ପ୍ରଜଳନ କରି କର୍ମଶାଳା ଟିକୁ ଉଦଘାଟନ କରିଥିଲେ।

ଜିଲ୍ଲା କୃଷି ଅଧିକାରୀ କ. ନୂଆଗାଁ, ଶ୍ରୀ ଅଚ୍ୟୁତ ନନ୍ଦ ନାହାକ ନିଜ ଆକର୍ଷଣୀୟ ଭଙ୍ଗୀରେ କଥନ ଶୈଳୀରେ କର୍ମଶାଳା କୁ ପରିଚାଳନା କରିଥିଲେ। ଶ୍ରୀ ନାହାକ, ଉଦ୍ୟାନ ବିଭାଗ, କୃଷି ବିଭାଗ, ପ୍ରାଣୀ ବିଭାଗ , ଓ ମସ୍ୟ ବିଭାଗ ରୁ ଉପସ୍ଥିତ ଥିବା ଅଧିକାରୀ ଙ୍କୁ ନିଜର ବକ୍ତବ୍ୟ ତଥା ସୂଚନା ଚାଷୀ ଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ବିଭିନ୍ନ ବିଭଗରୁ ଆସିଥିବ ସରକରୀ କର୍ମଚାରୀ ମାନେ କୃଷି ସମ୍ପର୍କୀୟ ସବିଶେଷ ତଥ୍ୟ ପ୍ରଦାନ କରିବା ସହ, ସରକାରୀ ଯୋଜନା, ସହାୟତା ରାଶି ଓ ରିହାତି ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲେ। ଏଠାରେ ବ୍ଲକ ର ବିଭିନ୍ନ ପଂଚାୟତ ରୁ ମୋଟ ଦୁଇ ଶହ ପୁରୁଷ ଓ ମହିଳା ଚାଷୀ ଉପସ୍ଥିତ ଥିଲେ।

ଡା.ପାର୍ଥ ସାରଥୀ ସ୍ୱାଇଁ ପ୍ରାଣୀ ଅଧିକାରୀ ନୂଆଗାଁ, ସୁସ୍ଥ ଓ ନିରୋଗ ପଶୁ ପାଳନ ନିମନ୍ତେ, ନିୟମିତ ଔଷଧ ଦେବା, ଟୀକାକରଣ, ବୀମା କରଣ, ମିଶ୍ରିତ ପଶୁ ପାଳନ, ଦୁଗ୍ଧ ଉତ୍ପାଦନ, ଘାସ ଚାଷ ଓ କୁକୁଡା ପାଳନ ର ଲାଭ ବିଷୟରେ ସମସ୍ତ ତଥ୍ୟ ଦେଇଥିଲେ। ଅତିରିକ୍ତ ମତ୍ସ ଅଧିକାରୀ ଶ୍ରୀ ନାୟକ , ନୀଳ ବିପ୍ଳବ, ପୋଖରୀ ଖନନ ଓ ପୁନଃ ଉଦ୍ଧାର, ମାଛ ର ଖାଦ୍ୟ, ସାର ଓ ଯାଆଁଳା, ଯାଆଁଳା ଉତ୍ପାଦନ କେନ୍ଦ୍ର, କ୍ଷୁଦ୍ର ମାଛ ପ୍ରକ୍ରିୟା କରଣ ଆଦିରେ ସରକରୀ ଅନୁଦାନ ଓ ରିହାତି ବିଷୟରେ ଚାଷୀ ଙ୍କୁ ଜଣାଇଥିଲେ। ପୁଣି ଛାତ୍ର ବୃତ୍ତି, ସ୍ୱଳ୍ପ ମିଆଦୀ ଋଣ, ବାସଗୃହ ଯୋଜନା, ଜାଲ, ଆଦିର ସୁବିଧା ବିଷୟରେ କହିଥିଲେ।

ଶ୍ରୀ ଦେବେନ୍ଦ୍ର କୁମାର ପଣ୍ଡା (ଜଳ ଛାୟା ବିଭାଗ, ସମାଜ ସେବୀ) କେମିତି ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରିବ ଏବଂ ଚାଷୀ ଉପକୃତ ତଥା ଲାଭବାନ ହେବେ ତାହା ସ୍ପଷ୍ଟ ଭାବରେ ବୁଝାଇ ଥିଲେ। ପୁଣି ଶ୍ରୀ ପଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ଦଶ ଟି ସୂତ୍ର କହିଥିଲେ।

ମୃତ୍ତିକା ସରଣକ୍ଷ ବିଭଗରୁ ଶ୍ରୀ ପି. କେ ରାଉତ, ଜମି, ଜଳ, ଜନ୍ତୁ, ଜଙ୍ଗଲ ଓ ଜୀବିକା ସମ୍ପର୍କରେ ଏବଂ ହୁଡା କରିବା, ପରମ୍ପରା ଗତ କୃଷି କରିବା, ନିମନ୍ତେ ମତ ପ୍ରକାଶ କରିଥିଲେ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଶ୍ରୀ ପ୍ରମୋଦ କୁମାର ଶବର, ସରକାରୀ ଯୋଜନା ରେ କେମିତି ଫଳ ଚାଷ , ଫୁଲ ଚାଷ ,ପନିପରିବା ଚାଷ ଓ ମହୁଁ ଚାଷ କରିପାରିବେ ତାହା ବର୍ଣନା କରିଥିଲେ। ଏହି କର୍ମଶାଳା ରେ ଷ୍ଟେଟ ବାଙ୍କ ଅଫ ଇଣ୍ଡିଆ କ.ନୂଆଗାଁ ତରଫରୁ ଶ୍ରୀ ଜଗନ୍ନାଥ ବାନର ଏବଂ ବହୁମୁଖୀ ସମବାୟ ସମିତି କ.ନୂଆଗାଁ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମୀର କୁମାର ନାୟକ ନିଜ ବିଭାଗ ର ବକ୍ତବ୍ୟ ରଖିଥିଲେ।

କର୍ମଶାଳା ର ସଫଳତା,ଆକର୍ଷଣୀୟ ଏବଂ ଚାଷୀଙ୍କୁ ଅଧିକ ସୂଚନା ଦେବା ନିମନ୍ତେ ଦୃଶ୍ୟ ଓ ଶ୍ରାବ୍ୟ ଯନ୍ତ୍ର ବ୍ୟବହାର କରାଯାଇଥିଲା। ଏହି କର୍ମଶାଳା ର ସମସ୍ତ ଆୟୋଜନ କରିଥିଲେ ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀ ଏସ. ରାମେଶ୍ୱର ଆଚାରୀ।

ଉକ୍ତ କର୍ମଶାଳା ରେ ବ୍ଲକ ର ଚରି ଜଣ (ଗଂଜେ ପ୍ରଧାନ, ବ୍ରଜ ପ୍ରଧାନ, ବିପିନି ପ୍ରଧାନ ଓ ଇଶ୍ଵର ପ୍ରଧାନ) ଆଗଧାଡ଼ି ଚାଷୀ ଙ୍କୁ 2500 ଟଙ୍କାର ଚେକ ସହ ମାନ ପତ୍ର ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉପସ୍ଥିତ ସମସ୍ତଙ୍କ ପାଇଁ ସ୍ୱାଦିଷ୍ଟ ଓ ସନ୍ତୁଷ୍ଟ ବ୍ୟଞ୍ଜନର ସୁବ୍ୟବସ୍ଥା କରାଯାଇଥିଲା। ଶେଷରେ ଶ୍ରୀ ମିଶ୍ର (ଜିଲ୍ଲା କୃଷି କାର୍ଯ୍ୟାଳୟ ନୂଆଗାଁ) ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରି କର୍ମଶାଳା ର ସମାପ୍ତି କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top