କ୍ୱାଲିଟି କଂଟ୍ରୋଲ ଅର୍ଡ଼ର ଅଧୀନକୁ ଆସିଲା ଆଉ ୧୬ଟି ଇସ୍ପାତଜାତ ଉତ୍ପାଦ ଇସ୍ପାତ ଓ ଇସ୍ପାତ ଉତ୍ପାଦର ୮୫-୯୦% ହେଲା ନିୟନ୍ତ୍ରଣାଧୀନ

ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ଇସ୍ପାତ ସେକ୍ଟରରେ ୧୦୦% ଗୁଣାତ୍ମକତା ସୁନିଶ୍ଚିତ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟର ଅଂଶସ୍ୱରୂପ, ଇସ୍ପାତ ମନ୍ତ୍ରଣାଳୟ ଦୁଇଟି କ୍ୱାଲିଟି କଂଣ୍ଟ୍ରୋଲ ନିର୍ଦ୍ଦେଶନାମା ଜାରି କରିଛି। ଏହି ଦୁଇଟି ନିର୍ଦ୍ଦେଶନାମା ଯଥାକ୍ରମେ ଷ୍ଟିଲ୍ ଏଣ୍ଡ ଷ୍ଟିଲ୍ ପ୍ରଡ଼କ୍ଟସ୍ (କ୍ୱାଲିଟି କଂଣ୍ଟ୍ରୋଲ) ନିର୍ଦ୍ଦେଶନାମା, ୨୦୧୮ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପ୍ରଡ଼କ୍ଟସ୍ (କ୍ୱାଲିଟି କଂଣ୍ଟ୍ରୋଲ) ନିର୍ଦ୍ଦେଶନାମା, ୨୦୧୮ ଯାହା ବିଜ୍ଞପ୍ତି ନଂ.ଏସ ଓ ୨୯୯୮(ଇ) ଏବଂ ଏସ ଓ ୨୯୯୯(ଇ) ଭାବେ ଜୁନ୍ ୨୦, ୨୦୧୮ ତାରିଖରେ ପ୍ରକାଶ ପାଇଛି। ଏହା ଫଳରେ ଅଧିକ ୬ଟି ଇସ୍ପାତ ଉତ୍ପାଦକୁ ଗୁଣାତ୍ମକ ନିୟନ୍ତ୍ରଣ ପରିସରଭୁକ୍ତ କରାଯାଇଛି। ଇତି ପୂର୍ବରୁ, ୩୪ଟି କାର୍ବନ ଇସ୍ପାତ ଉତ୍ପାଦ ଏବଂ ୩ଟି ଷ୍ଟେନ୍ ଲେସ୍ ଷ୍ଟିଲ୍ ଉତ୍ପାଦ ସକାଶେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ପରିଣାମସ୍ୱରୂପ, ଏହି ଆଦେଶନାମା ବଳରେ ଏବେ ମୋଟ ୫୦ ପ୍ରକାରର କାର୍ବନ୍ ଷ୍ଟିଲ୍ ଏବଂ ୩ ପ୍ରକାରର ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦ, ଯାହାର କି ମାନବ ସ୍ୱାସ୍ଥ୍ୟ ଉପରେ ପ୍ରତ୍ୟକ୍ଷ ପ୍ରଭାବ ରହିଛି ଏବଂ ଭିତିଭୂମି, ଗୃହନିର୍ମାଣ, ଇଞ୍ଜିନିୟରିଂ ପ୍ରୟୋଗ ଓ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ସେସବୁକୁ କ୍ୱାଲିଟି କଂଣ୍ଟ୍ରୋଲ ପରିସରଭୁକ୍ତ କରାଯାଇପାରିଛି। ଏହିସବୁ ଆଦେଶନାମାକୁ କାର୍ଯ୍ୟକାରୀ କରିବା ଦ୍ୱାରା, ପ୍ରାୟ ୮୬- ୯-% ଷ୍ଟିଲ୍ ଏବଂ ଷ୍ଟିଲ୍ ଉତ୍ପାଦ ଯାହାକି ଦେଶର ବିଭିନ୍ନ କ୍ଷେତ୍ରରେ ଉପଯୋଗ ଓ ବ୍ୟବହାର କରାଯାଉଛି ତାହାକୁ କ୍ୱାଲିଟି କଂଣ୍ଟ୍ରୋଲ ପରିସରଭୁକ୍ତ ହୋଇପାରିଛି।

କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ ସ୍ଥିର କରାଯାଇଛି ଯେ ଟିଣ ଉତ୍ପାଦ (ଆଇଏସ: ୧୯୯୩), ଯାହାକି ଖାଦ୍ୟ, ଖାଦ୍ୟ ଏଡ଼ିଟିଭ୍, ଔଷଧ ଓ ଭେଷଜ କ୍ଷେତ୍ରରେ ବ୍ୟବହାର କରାଯାଉଛି ତାହା କ୍ୱାଲିଟି କଂଣ୍ଟ୍ରୋଲ ଅଧୀନକୁ ଆସିବା ବାଧ୍ୟତାମୂଳକ ଏବଂ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ ହୋଇଛି। ଟିଣ ପ୍ଲେଟ୍ ଅଧିକାଂଶତଃ ଖାଦ୍ୟ ପ୍ୟାକେଜିଂ ଓ ଖାଦ୍ୟ ଏଡ଼ିଟିଭ୍, ଔଷଧ ଓ ଭେଷଜ ଓ ପାନୀୟ କ୍ଷେତ୍ର ତଥା ନନ୍ -କ୍ରିଟିକାଲ ଓ ନନ୍ -ଫୁଡ଼୍ ଆପ୍ଲିକେଶନ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ତେଣୁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପକ୍ଷଙ୍କ ସହ ପରାମର୍ଶକ୍ରମେ ତଥା ପର୍ଯ୍ୟାୟଭିତିକ ଭାବେ ଅବଶିଷ୍ଟ ଇସ୍ପାତ ଉତ୍ପାଦକୁ କ୍ୟୁସିଓ ପରିସରଭୁକ୍ତ କରାଯିବା ସକାଶେ ବିଚାର କରାଯାଉଛି।

ଉପରୋକ୍ତ ବିଜ୍ଞପ୍ତିର ସର୍ତାବଳୀ ଅନୁସାରେ, ବିଜ୍ଞପିତ ଇସ୍ପାତ ଉତ୍ପାଦମାନଙ୍କରେ ବିଆଇଏସ ମାର୍କ ନଥାଇ ତାହା ଉତ୍ପାଦିତ, ବିକ୍ର, ବାଣିଜ୍ୟ କାରବାର, ଆମଦାନି କିମ୍ବା ଗଚ୍ଛିତ ରଖାଯାଇପାରିବନାହିଁ। ଏହି ସବୁ ଉତ୍ପାଦର ଘରୋଇ ଉତ୍ପାଦନକାରୀମାନେ ବିଆଇଏସ ସାଟିଫିକେଟ ମାର୍କ ଲାଇସେନ୍ସ ପାଇବା ସକାଶେ ଆବେଦନ କରିବେ। ସେହିଭଳି ଭାରତକୁ ଏଭଳି ସାମଗ୍ରୀ ରପ୍ତାନି କରିବାକୁ ଇଚ୍ଛୁକ ବିଦେଶୀ ଯୋଗାଣକାରୀମାନଙ୍କୁ ଏଭଳି ବିଆଇଏଓ ପଂଜୀକରଣ ହାସଲ କରିବାକୁ ହେବ।

ଏହି ସାମଗ୍ରୀ ବିପୁଳ ମାତ୍ରାରେ ଉତ୍ପାଦନ ତଥା ଆମଦାନି କରାଯାଉଛି ଯାହାକି ନିମ୍ନ ମାନର ହୋଇଥାଇପାରେ ବୋଲି ଭାରତ ସରକାର ଚିନ୍ତିତ। ପୁଣି ଏହାକୁ ଗୁରୁତ୍ୱପୂର୍ଣ୍ଣ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଛି ଯାହାକି ଶକ୍ତି ପରିବଂଟନ, ମାନବ ସ୍ୱାସ୍ଥ୍ୟ ଓ ଭିତିଭୂମି ଓ ନିର୍ମାଣ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହାର କରାଯାଉଛି। ତେଣୁ ଏହାର ଗୁଣାତ୍ମକ ମାନ ରକ୍ଷା ନିମନ୍ତେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *