କ୍ୟାବିନେଟ ନିଷ୍ପତି: ଏଣିକି ଦୋକାନ ନାମଫଳକ ଓଡ଼ିଆରେ ନଲେଖିଲେ ମିଳିବ ଦଣ୍ଡ

ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ) ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମାରିଛି ମୋହର। ଏଥିପାଇଁ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଦ୍ବାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବା ପାଇଁ ଏକ ପ୍ରସ୍ତାବ ରଖାଯାଇଛି। ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ନିଯୁକ୍ତିଦାତାମାନେ ସେମାନଙ୍କର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକର ସମ୍ମୁଖରେ ଓଡ଼ିଆ ଭାଷାରେ ଲିଖିତ ନାମଫଳକ ସର୍ବସାଧାରଣଙ୍କ ସୁବିଧା ନିମନ୍ତେ ଲେଖେଇବା ବାଧ୍ୟତାମୂଳକ କରାଯିବ। ଏତଦ୍‌ବ୍ୟତୀତ ଉପରୋକ୍ତ ପ୍ରଚଳିତ ଅଧନିୟମର କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଦଣ୍ଡବିଧାନ ପ୍ରସ୍ତାବ ରଖାଯାଇଛି। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ନିଯୁକ୍ତିଦାତାମାନେ ସେମାନଙ୍କର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକର ସମୁଖରେ ଓଡ଼ିଆ ଭାଷାରେ ଲିଖିତ ନାମଫଳକ ଝୁଲେଇବା ସଂପର୍କରେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରଚଳନ ବ୍ୟବସ୍ଥା କରାଯାଉଛି, ଯାହା ଫଳରେ ଏହାର ସଠିକ୍ ଅନୁପାଳନ କରାଯାଇପାରିବ।

Leave a Reply

Your email address will not be published. Required fields are marked *