ଓଡ଼ିଶା

କ୍ୟାବିନେଟ ଅନୁମୋଦନ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ବିନା ସର୍ତ୍ତରେ ଓଭରଡ୍ରାଫ୍ଟ ୨ହଜାର ଟଙ୍କା ପର୍ଯ୍ୟନ୍ତ: ଓଭରଡ୍ରାଫ୍ଟ ସୀମା ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି

– ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ୧୪.୮.୨୦୧୮ ପରଠାରୁ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
– ଜନ ଧନ ଯୋଜନାର ଉଦ୍ଦେଶ୍ୟ ହେଉଛି “ପ୍ରତ୍ୟେକ ପରିବାର ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରାପ୍ତବୟସ୍କ’ଙ୍କ ଜମାଖାତା ଖୋଲିବା,
– ଓଭରଡ୍ରାଫ୍ଟ ସୀମା ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି, ୨ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ କୌଣସି ସର୍ତାବଳୀ ନାହିଁ
– ଓଭରଡ୍ରାଫ୍ଟ ବୟସ ସୀମା ୧୮-୬୦ ବର୍ଷର ସୀମାକୁ ସଂଶୋଧନ କରାଯାଇ ୧୮ରୁ ୬୫ ବର୍ଷ କରିଦିଆଯାଇଛି
– ନୂଆ ରୂପେକାର୍ଡଧାରୀଙ୍କ ପାଇଁ ଦୁର୍ଘଟଣାବୀମା ସୁବିଧା ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି। ୨୮.୮.୨୦୧୮ ପରଠାରୁ ଜନଧନ ଖାତା ଖୋଲିଥିବା ଲୋକେ ପାଇବେ ଏହି ସୁବିଧା

ଦେଶର ଜନସାଧାରଣ ଏବଂ ଗରିବଙ୍କ କଲ୍ୟାଣ ପାଇଁ ପ୍ରୟାସ ସ୍ୱରୂପ, ନିମ୍ନଲିଖିତ ପରିବର୍ତ୍ତନ ସହିତ ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଅଭିଯାନ-ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଆଗକୁ ଜାରି ରଖିବା ଲାଗି ୫.୯.୨୦୧୮ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।

– ୧୪.୮.୨୦୧୮ର ପରବର୍ତ୍ତୀ ଅବଧି ଲାଗି ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଅଭିଯାନ-ପିଏମଜେଡିୱାଇ ଜାରି ରହିବ।
– ବର୍ତମାନର ଓଭରଡ୍ରାଫ୍ଟ ସୀମାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି।
– ୨ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ କୌଣସି ସର୍ତ ରଖାଯାଇନାହିଁ।
– ଓଭରଡ୍ରାଫ୍ଟ ସୁବିଧା ପାଇବାର ବୟସ ସୀମାକୁ ୧୮ରୁ ୬୦ ବର୍ଷରୁ ୧୮ରୁ ୬୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
– ସମ୍ପ୍ରସାରିତ ପ୍ରସାର ଅଧୀନରେ “ପ୍ରତ୍ୟେକ ପରିବାରରୁ ପ୍ରତ୍ୟେକ ପ୍ରାପ୍ତବୟସ୍କ’ଙ୍କ ପାଇଁ ନୂଆ ରୂପେ କାର୍ଡଧାରୀଙ୍କ ପାଇଁ ଦୁର୍ଘଟଣା ବୀମା ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା କରିଦିଆଯାଇଛି। ୨୮.୮.୧୮ ପରେ ପିଏମଜେଡିୱାଇ ଜମାଖାତା ଖୋଲିଥିବା ଜମାକାରୀ ଏହି ସୁବିଧା ପାଇପାରିବେ।

ପ୍ରଭାବ: ଏହି ଅଭିଯାନ ଜାରି ରହିବା ଫଳରେ ଦେଶର ପ୍ରତ୍ୟେକ ପରିବାର/ପ୍ରାପ୍ତବୟସ୍କଙ୍କ ନିକଟରେ ଗୋଟିଏ ସର୍ବନିମ୍ନ ବ୍ୟାଙ୍କ ଜମା ରହିବ। ଫଳରେ ସେମାନେ ଅନ୍ୟ ଆର୍ଥିକ ସେବା, ସାମାଜିକ ନିରାପତା ଯୋଜନା ଏବଂ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ। ଏହା ଫଳରେ ସେମାନେ ମୁଖ୍ୟଧାରାର ଆର୍ଥିକ ସେବା ଅଧୀନକୁ ଆସିପାରିବେ ଏବଂ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ସବସିଡି ଅଧିକ ପ୍ରଭାବୀ ଢଙ୍ଗରେ ମିଳିପାରିବ।

ପିଏମଜେଡିୱାଇ ଅଧୀନରେ ଉପଲବ୍ଧୀ: ପାଖାପାଖି ୩୨.୪୧ କୋଟି ଜନ ଧନ ଜମାଖାତା ଖୋଲାଯାଇସାରିଛି ଏବଂ ଏଥିରେ ୮୧, ୨୦୦ କୋଟି ଜମା ରହିଛି। ଏମାନଙ୍କ ମଧ୍ୟରେ ୫୩% ମହିଳା ଜନଧନ ଖାତାଧାରୀ ରହିଛନ୍ତି ଏବଂ ୫୯% ଜନଧନ ଖାତାଧାରକ ଗ୍ରାମାଂଚଳ ଏବଂ ଉପସହରାଂଚଳରେ ରହିଛି। କାର୍ଯ୍ୟକ୍ଷମ ଥିବା ୮୩% ଜନଧନ ଖାତା (ଆସାମ, ମେଘାଳୟ, ଜମ୍ମୁ ଏବଂ କଶ୍ମୀରକୁ ବାଦ ଦେଇ) ଆଧାର ସଂଯୁକ୍ତ ହୋଇଛି, ଏସବୁ ଖାତାଧାରୀମାନଙ୍କୁ ପାଖାପାଖି ୨୪.୪ କୋଟି ରୁପେକାର୍ଡ ଜାରି କରାଯାଇଛି। ୭.୫ କୋଟିରୁ ଅଧିକ ଜନ ଧନ ଏକାଉଂଟକୁ ଡିବିଟି ଜରିଆରେ ପ୍ରତ୍ୟକ୍ଷ ସବ୍ସିଡି ନଗଦ ହସ୍ତାନ୍ତର କରାଯାଇଛିି।

୧.୨୬ ଲକ୍ଷ ଉପ ସେବା କ୍ଷେତ୍ର (ଗ୍ରାମାଂଚଳ)ରେ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ନିୟୋଜିତ କରାଯାଇଛି, ପ୍ରତ୍ୟେକ ବ୍ୟାଙ୍କ ପ୍ରତିନିଧି ୧୦୦୦ରୁ ୧୫୦୦ ପରିବାରକୁ ସେବା ଯୋଗାଇ ଦେଉଛନ୍ତି। ଜୁଲାଇ, ୨୦୧୮ ମାସରେ ବ୍ୟାଙ୍କ ପ୍ରତିନିଧିମାନଙ୍କ ଦ୍ୱାରା ପାଖାପାଖି ୧୩.୧୬ କୋଟି ଆଧାର ସକ୍ଷମ ପେମେଂଟ (ଏଇପିଏସ) କାରବାର ହୋଇଛି।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଅଧୀନରେ ୧୩.୯୮ କୋଟି ଉପଭୋକ୍ତା ୧୯, ୪୩୬ଟି ଦାବି କରିଛନ୍ତି, ଏବଂ ୩୮୮.୭୨ କୋଟି ଟଙ୍କାର ଦାବି ସମାଧାନ କରାଯାଇପାରିଛି।

ସେହିପରି ୫.୪୭ କୋଟି ଉପଭୋକ୍ତା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ)ରେ ୧.୧୦ ଲକ୍ଷ ଦାବି କରି ପାଖାପାଖି ୨୨୦୬.୨୮ କୋଟି ଟଙ୍କା ହାସଲ କରିଛନ୍ତି।

ଅଟଳ ପେନସନ ଯୋଜନା (ଏପୱାଇ) ଅଧୀନରେ ୧.୧୧ କୋଟି ଲୋକ ପଞ୍ଜିକୃତ ହୋଇଛନ୍ତି।

ପିଏମଜେଡିୱାଇର କାର୍ଯ୍ୟାନ୍ୱୟନ ପାଇଁ ଏକ ଶୃଙ୍ଖଳା ନିର୍ମାଣ କରାଯାଇଛି ଯାହାର ଅଧୀନରେ ଜନଧନ ଜମାଖାତା ଏବଂ “ମୋବାଇଲ-ବ୍ୟାଙ୍କ-ଆଧାର”କୁ (ଜାମ) ସଂଯୁକ୍ତ କରାଯାଇଛି। ଏହି ଶୃଙ୍ଖଳା କେବଳ ଜମା, ଋଣ ଯୋଗାଣ ଏବଂ ସାମାଜିକ ନିରାପତା ଆଦି ଯୋଗାଇ ଦେଉନାହିଁ ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବିଭିନ୍ନ ସରକାରୀ ଯୋଜନାର ଲାଭ ଡିବିଟି ଜରିଆରେ ସିଧାସଳଖ ଗରିବ ଲୋକମାନଙ୍କୁ ହସ୍ତାନ୍ତର କରିପାରୁଛି।

“ପ୍ରତ୍ୟେକ ପରିବାର ଠାରୁ ପ୍ରତ୍ୟେକ ପ୍ରାପ୍ତ ବୟସ୍କ’ଙ୍କ ପାଇଁ ଜମାଖାତା ଖୋଲିବାର ଲକ୍ଷ୍ୟ ନେଇ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଯୋଜନା ଜାରି ରଖିବା ଲାଗି ନିଷ୍ପତି ନିଆଯାଇଛି। ଜନଧନ-ଆଧାର-ମୋବାଇଲ (ଜାମ) ସଂଯୋଗ ଏସବୁ କାର୍ଯ୍ୟକଳାପକୁ ଜାରି ରଖିବା ଲାଗି ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ। ଏହା ଡିଜିଟାଲକରଣ, ଆର୍ଥିକ ଦୃଷ୍ଟିରୁ ସମାବେଶୀ ଏବଂ ସୁରକ୍ଷିତ ସମାଜ ନିର୍ମାଣକୁ ତ୍ୱରାନ୍ୱିତ କରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top