କ୍ୟାନସର ପୀଡ଼ିତା ଦଳିତ ମହିଳାଙ୍କୁ ଆକ୍ରମଣ, ପୋଲିସର କାର୍ଯ୍ୟଶୈଳୀ ସନ୍ଦେହ … !

କବିସୂର୍ଯ୍ୟନଗର ୩-୩ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ ) କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଲସର ଠାରେ ଆଜି ତା-୦୩/୦୩/୨୦୧୮ ରିଖ ଅପରାହ୍ନ ସମୟ ୪ଟା ବେଳେ ଜଣେ କ୍ୟାନସର ପୀଡିତା ମମତା ବେହେରା (୩୭) ମହିଳାଙ୍କୁ ଗାଁ ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ ହୋଇଛି।ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି।ଏହି ଘଟଣାକୁ ନେଇ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ତପ୍ତରତା ଦେଖାଇନାହିଁ।ପୁରୋଷତମପୁର SDPO ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମା କୁ ସମ୍ମାନ କଥା କହୁଥିବାବେଳେ ଏଠାରେ ସବୁ ବ୍ୟତିକ୍ରମ ଦେଖାଯାଉଛି।ନିରପେକ୍ଷ ଓ ସାମାଜିକ ସୁରକ୍ଷା ପ୍ରତି ପୋଲିସ ଗୁରୁତ୍ୱ ନଦେଇ ମିଥ୍ୟାକେସ ଓ ବଟି ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ଏବଂ ରାଜନୈତିକ ଚାପରେ କାର୍ଯ୍ୟ କରୁଥିବନେଇ ଏବେ ରାସ୍ତାଘାଟ ଚର୍ଚ୍ଚା ଆରମ୍ଭ ହୋଇଛି।ଗତ ୧୬/୦୨/ ୨୦୧୮ ତାରିଖରେ ବାଲିଛାଇ ଫାଣ୍ଡିରେ ସାମ୍ବାଦିକଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ହୋଇଥିଲେ ମଧ୍ୟ ରାଜନୈତିକ ଚାପ ଓ ଅର୍ଥ ପ୍ରଭାବରେ ଥାନା ଅଧିକାରୀ ଓ SDPO ତପ୍ତରତା ଦେଖାଇ ସଙ୍ଗେସଙ୍ଗେ ମକଦ୍ଦମା ରୁଜୁକରି ପୁରା ଅଭିନୟ ଦେଖାଇଥିଲେ କିନ୍ତୁ ଆଜି ବିଚ ରାସ୍ତାରେ ଜଣେ କ୍ୟାନସର ପୀଡିତା ମହିଳା ଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଉକ୍ତ ଗ୍ରାମର ସଞ୍ଜୟ ସ୍ୱାଇଁ, ପିତା ୰ନିତ୍ୟାନନ୍ଦ ସ୍ୱାଇଁ ଓ ସଂଜୟଙ୍କ ଭାଇ ଶିବରମ ସ୍ୱାଇଁ ଅଭିଯୁକ୍ତ ଦୁଇ ଖୁଲାମ ଖୁଲା ବିଚ ରାସ୍ତାରେ ବୁଲୁଥିଲେ ମଧ୍ୟ ପୋଲିସ ନିରବ ନିଷ୍କରତା ନେଇ ରାସ୍ତାଘାଟ ଚର୍ଚ୍ଚା ହେବାରେ ଲାଗିଛି।ଏବଂ କାର୍ଯ୍ୟାନୁଷ୍ଠାନ ଶୈଳୀ ନେଇ ସନ୍ଦେହ ସୃଷ୍ଟିହୋଇଛି।ବର୍ତ୍ତମାନ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଅପରାଧୀ ମାଫିଆ ସକ୍ରିୟ ହେବାରେ ଲାଗିଲେଣି।ଆଗାମୀ ଦିନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଯାଉଛି।ଏହି ଘଟଣା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *