ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଆଜିର ଦିନରେ ସୋସିଆଲ ମିଡ଼ିଆରେ ଜଣେ ମଡେଲଙ୍କର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି, କାରଣ ସେ କ୍ୟାଟୱାକ ସମୟରେ ନିଜର ୫ ମାସର ଝିଅକୁ ସ୍ତନପାନ କରାଇଥିଲେ। ଏହା ପରେ ସୋସିଆଲ ମିଡ଼ିଆରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟଯେ, ମିୟାମୀ Sports Illustrated ମ୍ୟାଗାଜିନର ଫେସନ ଶୋରେ ଆମେରୀକାର ମଡ଼େଲ ମାରା ମାର୍ଟିନ ନିଜର ନବଜାତ ଶିଶୁକନ୍ୟାକୁ ରାମ୍ପରେ ବ୍ରେଷ୍ଟଫିଡିଙ୍ଗ କରାଇଥିଲେ। ମଡେଲ କ୍ୟାଟୱାକ ସମୟରେ ବିକିନୀ ପିନ୍ଧିଥିଲେ।
ସୋସିଆଲ ମିଡ଼ିଆରେ ବବାଲ
ଏହା ପରେ ମ୍ୟାଗଜିନ ନିଜର ଅଫିସିଆଲ ଇଂଷ୍ଟାଗ୍ରାମ ପେଜରେ ରାମ୍ପୱାକର ଭିଡ଼ିଓକୁ ମଧ୍ୟ ପୋଷ୍ଟ କରାଯାଇଛି। ଏହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଅବଶ୍ୟ ଏମିତି ନୁହେଁ କି ଏହି ଫଟୋ ଉପରେ କୌଣସି ନିଗେଟିଭ କମେଣ୍ଟ ଆସିଛି।
ତେବେ ସୋଲିଆଲ ମିଡ଼ିଆରେ ଏହିପରି ଆସିଥିବା କିଛି କମେଟ
ବ୍ରେଷ୍ଟଫିଡିଙ୍ଗ ପ୍ରତ୍ୟେକ ମା’ର ଅଧିକାର:
ବ୍ରେଷ୍ଟଫିଡିଙ୍ଗ ପ୍ରତ୍ୟେକ ମା’ ର ଅଧିକାର ଏବଂ ମଡେଲ ପ୍ରମାଣିତ କଲେ କି ସନ୍ତାନର ମା’ଠାରୁ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ସେଥିରେ କୌଣସି କମ୍ପରମାଇଜ୍ କରାଯାଇପାରିବ ନାହିଁ। ରାମ୍ପରେ ଏକ ମଡ଼େଲ କ୍ୟାଟ ୱାକ କରୁଥିବା ବେଳେ ଏକ ମା’ ନିଜର କାମ କରିଥିଲା।
‘ନଜର ବଦଳାଇଲେ, ଫଟୋରେ ଅଶ୍ଲୀଳତା ଦେଖାଯିବ ନାହିଁ’: କିଛି ଏହି ଫଟୋରେ ବବାଲ ମଚାଉଥିବା ବେଳେ କିଛି ଲୋକ ମଡେଲଙ୍କର ବ୍ରେଷ୍ଟ ଉପରେ ଟିପ୍ପଣୀ କରିଥିବାର ଦେଖାଯାଇଥିଲା। ସେହି ଲୋକଙ୍କୁ ନିଜର ନଜର ବଦଳାଇ ଦେଖିବାକୁ ଉପଦେଶ ଦେଇଛନ୍ତି କେତେକ ବ୍ୟକ୍ତି।
Model walks the Sports Illustrated swimsuit runway while breastfeeding five-month-old daughter. pic.twitter.com/r9F2vExsnc
— PregnancyVideo.Net (@Pregnancy_Video) July 17, 2018
