କ୍ୟାଂଟନମେଂଟ ସବ ପୋଷ୍ଟ ଅଫିସରେ ଆରମ୍ଭ ହେଲା ବ୍ୟାଙ୍କ ସେବା

କଟକ ୧-୯ (ଓଡ଼ିଆ ପୁଅ) ଆଜି ଅପରାହ୍ନ ୨ ଘଟିକା ସମୟରେ ସର୍ବଭାରତୀୟ ସ୍ଥରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଦ୍ୱାରା ସୁଭାରମ୍ଭ ହୋଇଥିବା ଭାରତୀୟ ଡାକ ବ୍ୟାଙ୍କ ସେବା କଟକ କ୍ୟାଂଟନମେଂଟ ସବ ପୋଷ୍ଟ ଅଫିସରେ ମଧ୍ୟ ଅନୂରୁପ ଭାବରେ ଡାକ ବ୍ୟାଙ୍କ ସେବା ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବରୁ ଡାକ ସେବା କିଭଳି ଭାବେ ଜନଜୀବନ ସହିତ ଜଡିତ ଥିଲା ଏବଂ ଏହି ସେବା ଦ୍ୱାରା ବିଶେଷକରି ଗ୍ରାମାଂଚଳର ଲୋକମାନେ କିପରି ଲାଭାନ୍ୱୀତ ହେବା ସହିତ ଏକ ଆଧାର କାର୍ଡରେ କେବଳ ବିନା କୌଣସି ଜମା ରାଶିରେ ଜଣେ ସଂଚୟ ଖାତା ମାତ୍ର ଏକ ମିନିଟରୁ କମ ସମୟ ମଧ୍ୟରେ ଉପଭୋକ୍ତାଙ୍କ ଘରେ ଏହି ସେବାର ଲାଭ ନେଇପାରିବେ ତାହାର ବିଶ୍ଳେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ଡିଭିଜନ ଏରିଆ ଅପରେସନ ମ୍ୟାନେଜର (ଆଇ. ପି. ପି. ଇି) ସୁରଜ ସିଂ, ସବ ପୋଷ୍ଟ ମାଷ୍ଟର ଅନଙ୍ଗ ବିକ୍ରମ ସେନାପତୀ, ସ୍ମିତା ମହାପାତ୍ର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହିତ ନିମନ୍ତ୍ରୀତ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *